Movie prime

କାନ୍ଦିଲେ Mr Gulua ଏବଂ କାଲିଆ ଷଣ୍ଢ ଦେଖନ୍ତୁ କାହିଁକି

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଚଳଚ୍ଚିତ୍ର ‘ଦମନ’
କରୋନା କାରଣରୁ ଦୁଇବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। ଏବେ ମୁକ୍ତିଲାଭ ହେଇଛି ଚଳଚ୍ଚିତ୍ର ‘ଦମନ’। 
ଏଇ ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।
ଏଥିରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। 
ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି। ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁଶାନ୍‌ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ।
ଏବଂ କମେଡିଆନ ଗୁଲୁଆ ଆଉ କାଳିଆ ଦମନ ଫ୍ଲିମ ଦେଖିବା ପରେ ବହୁତ ଖୁସି ଅଛନ୍ତି। ଏବଂ ସେମାନେ କହିଛନ୍ତି ତାଙ୍କୁ ଦମନ ଚଳଚ୍ଚିତ୍ର ଦେଖି ଓଡ଼ିଆ ଫ୍ଲିମ ଦେଖିଲା ଭାଳି ଲଗିଲା। 
ଆଉ କେଉଁ ଓଡ଼ିଆ ସିନେମା ସେମାନେ ଏତେ ଏନଜୟ କରିନଥିଲେ। ଆଉ କମେଡିଆନ ଗୁଲୁଆ କହିଛନ୍ତି ଯେତିକିବି ୟୁଟ୍ୟୁବର ଏହି ସିନେମା ଦେଖୁଛନ୍ତି ଆମେ ସମସ୍ତେ ଚାହୁଁଚୁ ଓଡ଼ିଆ ସିନେମା ଦମନ ଚଳଚ୍ଚିତ୍ର ଭଳି ଭଲ ହେଉ।
ଆଉ ମଧ୍ଯ କହିଛନ୍ତି ଦମନ ଚଳଚ୍ଚିତ୍ର ବେଷ୍ଟ ଚଳଚ୍ଚିତ୍ର ଯାହା ଦେଖିଲା ପରେ ଆଖିରୁ ଲୁହ ଆସିଯାଇଥିଲା। ଏବଂ ଦମନ ଚଳଚ୍ଚିତ୍ର କୁ ନେଇ କିଛି ଅଭିନେତା ମାନେ ବହୁତ ପ୍ରସଂଶା ମଧ୍ଯ କରିଛନ୍ତି।