Movie prime

ମୁଖ୍ୟମନ୍ତ୍ରୀ ଙ୍କ ଭାଷଣରେ ଥରିଲା ଷ୍ଟାଡିୟମ୍ ଦେଖନ୍ତୁ କଣ କହିଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

 
Special Report
ଓଡ଼ିଶାକୁ ହକି ଦେଇଛି ନୂଆ ଏକ ପରିଚୟ।ଓଡ଼ିଶା କେବଳ ଆଉ କଳା ସଂସ୍କୃତି ଐତିହାସିକ ମାଟି ନୁହେଁ ଓଡ଼ିଶା ର ଆଉ ଏକ ନୂଆ ପରିଚୟ ହେଉଛି ଏହା ହକି ର ଭୂମି।ବାରବାଟି ଷ୍ଟାଡିୟମ୍ ରେ ହକି ବିଶ୍ୱକପ୍ ଉଦ୍ଘାଟନ ସମାରୋହ ରେ କୁହାଯାଇଛି।
କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବିଶ୍ଵ ହକି କୁ ନୂଆ ଦିଗ ଓଡ଼ିଶା ଦେଇଛି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିଶ୍ଵ ହକି କପ୍ ଆୟୋଜନ କରି ନାହାନ୍ତି।
ବରଂ ହକି ପାଇଁ ନୂଆ ଷ୍ଟାଡିୟମ ନିର୍ମାଣ କରିଛନ୍ତି।ବିଶ୍ଵ ହକି କପ୍ ଆୟୋଜନ ପାଇଁ ସମସ୍ତ ଓଡିଶାବାସୀ ଙ୍କୁ ଧନ୍ୟବାଦ ଦେବା ସହିତ ଏଥିପାଇଁ ସମସ୍ତ ସହଯୋଗ କରିଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ
ଓ ଏଫ୍ ଆଇ ଏଚ୍ଚ ଙ୍କୁ ଜଣାଇଛନ୍ତି।ଅଦ୍ଭୁତ ପୂର୍ବ ଉଦଘାଟନୀ ସମାରୋହ କୁ ନେଇ ଗୁଞ୍ଜରିତ ହୋଇଛି ବାରବାଟି ଷ୍ଟାଡିୟମ୍।କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ମାନେ ଉପଭୋଗ କରିଥିଲେ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଦୁଲୁକିଲା ବାରବାଟି। ଏଫ୍ ଆଇ ଏଚ୍ଚ କହିଛନ୍ତି ଯେ ହକିର ଭୂମି ପାଲଟିଛି।ଆସନ୍ତା ୧୧୩ ତାରିଖ ରୁ ୨୯ ତାରିଖ ଯାଏଁ ଉଭୟ ଭୁବନେଶ୍ୱର ଓ ରାଉରକେଲା ରେ ଖେଳା ଯିବ ହକି ବିଶ୍ଵ କପ୍।
କ୍ରମାଗତ ଦ୍ଵିତୀୟ ଥର ପାଇଁ ଓଡ଼ିଶା ବିଶ୍ଵ ହକି କପ୍ ଆୟୋଜନ କରୁଛି।ହକି ବିଶ୍ଵ କପ୍ ଉଦ୍ଘାଟନ କରୁଥିବା ସମୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଓ ଏଫ୍ ଆଇ ଏଚ୍ଚ ତାଙ୍କୁ ସହଯୋଗ କରିଛନ୍ତି।
ଏଥି ସହ ଓଡ଼ିଶାରେ ହକି ବିଶ୍ଵ କପ୍ ଆୟୋଜନ କରାଯାଇ ଥିବାରୁ ଓଡିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଜୟ ଜଗନ୍ନାଥ କହିଥିଲେ।
ଆପଣମାନେ ଖୁସି ତ ଯେତେବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ସେତେବେଳେ ହଜାର ହଜାର ଦର୍ଶକ ମାନେ ତାଳି ମାରିଥିଲେ ଆଉ ବହୁତ ଖୁସି ବୋଲି କହିଥିଲେ।