Movie prime

କରୋନା ପରିସ୍ଥିତି ହେଲା ଭୟଙ୍କର ଆସିଗଲା ନୂଆ ଗାଇଡ ଲାଇନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ କରୋନା ସମ୍ପର୍କରେ ଆପଣମାନେ ତ ଜାଣିଥିବେ । ଏବେ କରୋନାର ସ୍ଥିତି ଚୀନରେ ଅସମ୍ଭାଳ ହୋଇଗଲାଣି ।
କରୋନାରେ କଲବଲ ହେଉଛି ଚୀନ । ହୁ ହୁ ହୋଇ ବଢୁଛି ସଂକ୍ରମଣ । ବିଭିନ୍ନ ପ୍ରଦେଶରେ ସୁନାମୀ ଆଣିଛି ମହାମାରୀ ।ପ୍ରତ୍ୟେକ ଦିନ ସଂକ୍ରମିତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ ।
ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମୃ-ତ୍ୟୁବରଣ କରୁଛନ୍ତି । ଆଗାମୀ ୧୫ ଦିନରେ ସାଙ୍ଘାତିକ ରୂପ ଧାରଣ କରିବ ମହାମାରୀ । ବ୍ରିଟେନର ଏକ ବିଶେଷଜ୍ଞ ଟିମ୍ ଆସନ୍ତା ୧୫ ଦିନ ଭିତରେ ଚୀନର ସ୍ଥିତି ଭୟଙ୍କର ହେବ ବୋଲି କହିଛି । 
ଜାନୁଆରୀ ମଧ୍ୟଭାଗରେ ଚୀନରେ ଅଧିକ ଲୋକ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଇଛି । ଜାନୁଆରୀ ମଧ୍ୟ ସୁଦ୍ଧା ଦୈନିକ ୩୭ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହେବେ ବୋଲି ସୂଚନା ମିଳିଛି ।
ଜାନୁଆରୀ ମାସ ୨୩ ତାରିଖ ସୁଦ୍ଧା ଚୀନରେ ମୋଟ ମୃ-ତ୍ୟୁ ସଂଖ୍ୟା ୫.୮୪ ଲକ୍ଷରେ ଛୁଇଁବ ବୋଲି ଆକଳନ କରାଯାଇଛି । ରିପୋର୍ଟ ମୁତାବକ ଏବେ ଏକ ବଡ ଭୟଙ୍କର ସଂକ୍ରମଣର ସାମ୍ନା କରୁଛି ଚୀନ ।
ପ୍ରତିଦିନ ୯ ହଜାର ଲୋକଙ୍କର ଜୀବନ ଯାଉଛି । ଆସନ୍ତା ମାସରେ ଏହି ସଂଖ୍ୟା ୨୫ ହଜାର ହେବ ବୋଲି ଆକଳନ କରାଯାଉଛି । ଦିନକୁ ଦିନ ସଂକ୍ରମଣ ଓ ମୃ-ତ୍ୟୁ ସଂଖ୍ୟା ବଢ଼ି ଚାଲିଛି । 
ଗତ ଡ଼ିସେମ୍ବର ମାସରେ ଚୀନରେ କରୋନା ମୃ-ତ୍ୟୁ ଏକ ଲକ୍ଷ ଛୁଇଁଛି ବୋଲି ଜଣାପଡିଛି । ଜାନୁଆରୀ ମଧ୍ୟଭାଗରେ ଚୀନରେ ଦୈନିକ ସଂକ୍ରମଣ ୩ କୋଟି ୭୦ ଲକ୍ଷରେ ପହଞ୍ଚିବ ।
ଜାନୁଆରୀ ଶେଷ ବେଳକୁ ଚୀନ ପଳିବ ତାର ନୂଆବର୍ଷ । ଯେଉଁ ସମୟରେ ଛୁଟି କାଟିଥାନ୍ତି ଲୋକମାନେ । ଆଉ ସେହିଦିନ ଗାଁ କୁ ଯାଇଥାନ୍ତି ଲୋକେ । ନିଜ ନିଜ ଘରକୁ ବାହାରିଥାନ୍ତି ।
ଫଳରେ ଏହି ଭାଇରସ ଗାଁ ରୁ ସହରକୁ ଆଉ ସହରରୁ ଗାଁ କୁ ଯିବ । ପରିସ୍ଥିତି ଆହୁରି ଜଟିଳ ହେବ । 
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପାଖକୁ ଚୀନ ସଠିକ୍ ତଥ୍ୟ ଦେଇପାରୁ ନାହିଁ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଚୀନକୁ ଏହି ରୋଗ ସହ ଜଡ଼ିତ ସବୁ ତଥ୍ୟ ଦେବାକୁ ବାଧ୍ୟ କରିଛି ।
ଚୀନର ଏଭଳି କାମ ଯୋଗୁଁ ପୁରା ବିଶ୍ୱରେ ନୂଆ ଲହରୀ ଆସିବାର ଆଶଂକା ରହିଛି । ଏବେ ସରକାର ହାଇରିସ୍କ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ବାହାର କରିଛି ।
ଆସୁଥିବା ଲୋକଙ୍କର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଯିବ । ଚୀନରୁ ଆସୁଥିବା ଲୋକମାନଙ୍କର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।