Movie prime

ନିଶା ମହାରଣା ବାପା ବୋଉ କଣ ଲୋକ ଲଜ୍ୟା ରେ ଗାଆଁ ଛାଡ଼ିଲେ? ଦେଖନ୍ତୁ Argus Tv ର ଏହି ରିପୋର୍ଟ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ନିଶା ମହାରଣା ଙ୍କ ଘଟଣା ଖୁବ୍ ତେଜିବା ରେ ଲାଗିଥିଲା। ସେ ମିଡିଆ ସାମ୍ନାରେ ଦେଇଥିବା ମନ୍ତବ୍ୟ ପାଇଁ ଚାରିଆଡ଼େ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା।
ଏନେଇ ଅନେକ ଜନ ସାଧାରଣ ଙ୍କ ସହ ସମାଜସେବୀ ମାନେ ମଧ୍ୟ ତାଙ୍କ ପ୍ରତି ଅନେକ ପ୍ରତିକ୍ରିୟା ଦେଇଥିଲେ। ଏବେ ଏକ ଖବର ସାମ୍ନାକୁ ଆସିଛି କି ନିଶା ମହାରଣା ଙ୍କ ପାଇଁ ତାଙ୍କ ବାପା ମାଆ,ଘର ଛାଡି ଯାଇଛନ୍ତି।
 ନିଶା ମହାରଣା ଙ୍କ ସନ୍ନି ଲିଓନ ହେବାର ସେହି ପଦିଏ କଥା ତାଙ୍କୁ ଯାହା ଅପଦସ୍ତ କରିଛି ସେ କଥା ସମ୍ପର୍କ ରେ ସମସ୍ତେ ଜାଣିଛନ୍ତି। ହେଲେ ସାମାଜିକ ଗଣ ମାଧ୍ୟମରେ ତାଙ୍କ କଥା କୁ ଯେଉଁ ଭଳି ଭାବରେ ପ୍ରଦର୍ଶିତ କରାଗଲା
ସେଥିରେ ତାଙ୍କ ବାପା ମାଆ ଅନେକ ଅପଦସ୍ତ ହେଲେ। ବାର କଥା ଶୁଣିବା ପରେ ସେମାନେ ଏବେ ଲୋକ ଲଜ୍ୟା ରେ ଭିଟା ମାଟି ଛାଡିଛନ୍ତି। ନିଶା ମହାରଣା ଙ୍କ ଅସଲ ନାମ ହେଉଛି ନିଶା ମଲ୍ଲିକ।
ସେ କେନ୍ଦ୍ରାପଡ଼ା ଜିଲ୍ଳାର ନାଗପଡ଼ା ବ୍ଲକ୍ ର ନିଶା ମଲ୍ଲିକ। ସେ ସାତ ବର୍ଷ ପୂର୍ବେ ମାଟ୍ରିକ ପାସ କରିଥିଲେ। ପରିବାର ର ଦାରିଦ୍ର୍ୟ ଯୋଗୁଁ ସେ ଆଲବମ ରେ କାମ କରିବାକୁ ଭୁବନେଶ୍ଵର ଆସିଥିଲେ।
ସେହି ଦିନଠାରୁ ବିଭିନ୍ନ ପର୍ବପର୍ବାଣୀ ରେ ସେ ମଧ୍ଯ ତାଙ୍କ ଘରକୁ ଆସୁଥିଲେ। କିଛି ଦିନ ତେଳେ ସେ ଯୁବ ପିଢୀ ଙ୍କୁ ଉତ୍ତେଜିତ କରିବା ପାଇଁ ଛୋଟ ଡ୍ରେସ ପିନ୍ଧିବା ଉପରେ ମଧ୍ଯ ମନ୍ତବ୍ୟ ପ୍ରଦାନ କରିଥିଲେ।
ଏହାପରେ ଗାଆଁ ଗଣ୍ଡା ରେ ତାଙ୍କ ବାପା ମାଆ ଙ୍କ ଉପରେ ମଧ୍ଯ ଅନେକ କଥା ଉଠିଲା। କେନ୍ଦ୍ରାପଡ଼ା ଜିଲ୍ଳାର ବିଭିନ୍ନ ଅନୁଷ୍ଠାନ କେନ୍ଦ୍ରାପଡ଼ା ର ବିଭିନ୍ନ ଥାନାରେ ନିଶା ମହାରଣା ଙ୍କ ନାମରେ ମଧ୍ୟ ଅନେକ ଅଭିଯୋଗ ଦେଲେ।
ଏବଂ ତାଙ୍କ ପରିବାର ଲୋକଙ୍କୁ ଟାହି ଟାପର କରି ଅନେକ କଥା ମଧ୍ୟ କହିଥିଲେ। ତେବେ ଏବେ ତାଙ୍କ ପରିବାର କୁ ଲଜ୍ୟା ରେ ଘର ଛାଡ଼ିବାକୁ ପଡିଛି।