Movie prime
୧୨ ବର୍ଷର ଓଡ଼ିଆ ଝିଅ ଓଡ଼ିଶା ପାଇଁ ଆଣିଲେ ଗୌରବ କନଡ ଫିଲ୍ମ୍ ରେ ଅଭିନୟ କରି ଭବିଶ୍ୱତରେ ଡାକ୍ତର ହେବାକୁ ସ୍ଵପ୍ନ
 
Special Report
ଆପଣମାନେ ସମସ୍ତେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ଶୃତି ସ୍ୱରୂପା ଦାସ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଗୋଟିଏ ପଟେ ସ୍କୁଲ୍ ରେ ପାଠ ପଢିବା ପାଇଁ ପାଦ ଦେଲେ।ଅନ୍ୟପଟେ ସିନେ ଜଗତରେ ଅଭିନୟ କରିବା ପାଇଁ ପାଦ ଦେଲେ।ସେ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।ପରବର୍ତ୍ତୀ ସମୟରେ ରିଲ ଆଣିଦେଲା ତାଙ୍କ ପାଇଁ ନୂଆ ଅଧ୍ୟାୟ।ରିଲ କରୁଥିବା ସମୟରେ ଚାଲିଗଲେ କନ୍ନଡ଼ ଚଳଚ୍ଚିତ୍ର ରେ ଅଭିନୟ କରିବାକୁ ଶିଶୁ କଳାକାର ଶୃତି ସ୍ୱରୂପା।
ତାଙ୍କର ବୟସ ମାତ୍ର ୧୨ ବର୍ଷ। ଓଡ଼ିଆ ଧାରାବାହିକ ରେ ଅଭିନୟ କରିବା ସହିତ କନ୍ନଡ଼ ରେ ମଧ୍ୟ ଚଳଚ୍ଚିତ୍ର କରି ସାରିଲେଣି।ସେ ଯେତେବେଳେ ନର୍ସରୀ କ୍ଲାସ୍ ରେ ପଢିଥିଲେ ସେଵେଠୁ ଧାରାବାହିକ ରେ ଅଭିନୟ କରିଛନ୍ତି।ସେ ମିରର ଆଗରେ ଛିଡ଼ା ହୋଇ ନାଚୁଥିଲେ। ପାଠରେ ମଧ୍ୟ ଆଗ୍ରହ ଥିଲା ଏବଂ ଅଭିନୟ କରିବାକୁ ମଧ୍ୟ ବହୁତ ଇଛା ଥିଲା।ଅଭିନେତା ବାବୁଶାନ୍ ଙ୍କ ଭିଡିଓ ଦେଖି ନାଚୁଥିଲେ।
ସମସ୍ତଙ୍କ ର ଗୀତ ଦେଖି ନାଚୁଥିଲେ। ମିରର ହେଉଛି ତାଙ୍କ ସାଙ୍ଗ।ସେ ଥରେ ମାର୍କେଟ ଯାଇଥିଲେ।ସେଠାରେ ସୁଟିଂ ହେଉଥିଲା।ସେତେବେଳେ ଶୃତି ଯାଇ ଡାଇରେକ୍ଟର ଙ୍କ କୋଳରେ ବସି ପଡ଼ିଥିଲେ।ଏହାପରେ ଡ଼ାଇରେକ୍ଟର ଜଣଙ୍କ କହିଥିଲେ ଯେ ଜଣଙ୍କର ଝିଅ ହେବୁ କି? ଶ୍ରୁତି ହଁ କହିଥିଲେ।ଏହାପରେ ସେ ତେଜସ୍ୱୀ ନି ଧାରାବାହିକ ରେ ଅଭିନୟ କରିଲେ।
୬ ଟି ଧାରାବାହିକ ରେ ଅଭିନୟ କରିସାରିଲେଣି।ସେହିପରି ପାଞ୍ଚୋଟି ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି।ଅଭିନେତ୍ରୀ ଶୃତି ସ୍ୱରୂପା ରିଲ କରନ୍ତି।ତାଙ୍କ ରିଲ ଦେଖି କନ୍ନଡ଼ ରେ ଚଳଚ୍ଚିତ୍ର କରିବାକୁ ମେସେଜ ତାଙ୍କ ପାଖକୁ ଆସିଥିଲା।କିନ୍ତୁ ସେ ମେସେଜ ଦେଖିନଥିଲେ।ଅଭିନେତ୍ରୀ ଶ୍ରୁତି ସ୍ୱରୂପା ମାନବ ଭାଇ ଙ୍କ ସହିତ ଅଭିନୟ କରିଥାନ୍ତି।କନ୍ନଡ଼ ଚଳଚ୍ଚିତ୍ର ରେ ଅଭିନୟ କରିବେ ବୋଲି ତାଙ୍କୁ ମେସେଜ କରି କହିଥିଲେ ଯେ ଶୃତୀ ସ୍ୱରୂପା ଙ୍କ ନମ୍ବର୍ ଦିଅନ୍ତୁ।ଏହାପରେ ତାଙ୍କୁ ନମ୍ବର ଦେଇଥିଲେ।ତାପରେ କଥା ହୋଇ କନ୍ନଡ଼ ରେ ଅଭିନୟ କରିଛନ୍ତି।