Movie prime

ମିଳିଲା ପରିଶ୍ରମର ଫଳ ଶେଷରେ ଓଡ଼ିଆ ଝିଅକୁ ଆସିଲା Bollywood ରୁ ଅଫର ଦେଖନ୍ତୁ କେମିତି ବିନା ଗୁରୁରେ କେମିତି ପାଇଲେ ସଫଳତା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡ଼ିଶା ହେଉଛି ଅନନ୍ୟ ପ୍ରତିଭା ର ଭଣ୍ଡାର। ଏଠାରେ ଏଭଳି ଅନେକ ପ୍ରତିଭା ମାନେ ଥାଆନ୍ତି ଯେଉଁ ମାନେ କି ଏବେ ମଧ୍ୟ ଲୋକ ଲୋଚନ କୁ ଆସି ପାରି ନାହାଁନ୍ତି। ଏବଂ କିଛି ମଧ୍ଯ ନିଜ ପ୍ରତିଭା ବଳରେ ବହୁତ୍ ଆଗକୁ ଯାଇଛନ୍ତି। ତେବେ ଆପଣ ମାନେ ତ ସେ ସମସ୍ତ ପ୍ରତିଭା ମାନଙ୍କ ସମ୍ପର୍କ ରେ ଜାଣି ନଥିବେ। ତେବେ ସେଭଳି ଏକ ପ୍ରତିଭା ସମ୍ପର୍କ ରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ।
ସେହି ପ୍ରତିଭା ଜଣକ ନାମ ହେଉଛି ଆଲରଜା ଖାନ ଏବଂ ସେ ହେଉଛନ୍ତି ଭଦ୍ରକ ର ଝିଅ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେ କୌଣସି ଗୁରୁ ଙ୍କ ଠାରୁ ପ୍ରଶିକ୍ଷଣ ନେଇ ନାହାଁନ୍ତି। ଏବଂ ଏଭଳି ସୁନ୍ଦର୍ ଭାବରେ ସେ ଗୀତ ପରିବେଷଣ କରୁଛନ୍ତି ଯାହାକି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ସେ କେବଳ ଟିଭି ଓ ସୋସିଆଲ ମିଡିଆରୁ ହିଁ ସଙ୍ଗୀତ ଶିକ୍ଷା ଅର୍ଜନ କରିଛନ୍ତି।
ଜଣେ କେବଳ ଶୁଣି ଶୁଣି ଏତେ ସୁନ୍ଦର୍ ଗୀତ ଗାଇ ପାରିବ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି। ତାଙ୍କ ପାଇଁ ଏବେ ସାରା ଭଦ୍ରକ ଜିଲ୍ଲା ଓ ଓଡିଶା ମଧ୍ଯ ଗର୍ବିତ ଅଟେ କାରଣ ତାଙ୍କ ସଙ୍ଗୀତ ବଳରେ ସେ ଏବେ ଜାତୀୟ ସ୍ତରୀୟ ଆୱାର୍ଡ଼ ପାଇଛନ୍ତି। ଏବଂ ଏବେ ତାଙ୍କୁ ବଲିଉଡ ରୁ ମଧ୍ୟ ଅଫର ଆସିବାକୁ ଲାଗୁଛି। ଆପଣ ମାନେ ଜାଣିଥିବେ କି ବଲିଉଡ ରେ କଣ୍ଠ ଦାନ କରିବା ହୁଏ ତ ସମସ୍ତଙ୍କ ର ସ୍ବପ୍ନ ଥାଏ। ଏହି ଇଚ୍ଛା ମଧ୍ଯ ସମସ୍ତଙ୍କର ପୂରଣ ହୋଇ ନଥାଏ।
ମାତ୍ର ଏହି ଝିଅ ଜଣକ କୌଣସି ଗୁରୁ ଙ୍କ ଠାରୁ ପ୍ରଶିକ୍ଷଣ ନନେଇ ଖୁବ୍ କମ୍ ସମୟ ମଧ୍ୟରେ ସଫଳତା ଅର୍ଜନ କରିଛନ୍ତି। ମନରେ ଇଚ୍ଛା ଓ ଆକାଂକ୍ଷା ଥିଲେ ନିଜ ଲକ୍ଷ୍ୟ କୁ ସାଧିତ କରିବା ପାଇଁ ସଫଳ ହୋଇ ପାରିବେ। ଏବଂ ସେଥି ପାଇଁ ଆପଣଙ୍କୁ ନିଜ ମଧ୍ୟରେ ଏକାଗ୍ରତା ରଖିବା ନିଶ୍ଚିତ ଭାବରେ ଉଚିତ ଅଟେ। ତେବେ ଏବେ ଆଲରଜା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।