Movie prime

୨୦୨୫ ସୁଦ୍ଧା ସାରା ଓଡ଼ିଶାରେ ଦୂର ହେବ 5ଜି ଚିନ୍ତା ଦେଖନ୍ତୁ କେମିତି

 
Special Report
କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ହକି ଖେଳ ପାଇଁ ଯେଉଁ ଟିକେଟ ବଣ୍ଟା ଯାଉଛି ତାହା ସୁରୁଖୁରୁରେ ବଣ୍ଟନ କରାଯିବ।ହକି ବିଶ୍ଵ କପ୍ ମ୍ୟାଚ୍ ହେଉଛି ଏହା ସମସ୍ତଙ୍କ ପାଇଁ ଗର୍ବ ଗୌରବ ର ବିଷୟ।
ସାରା ଦୁନିଆ ବର୍ତ୍ତମାନ ଓଡ଼ିଶାକୁ ଦେଖୁଛନ୍ତି। ଆଉ ସମସ୍ତେ ଉତ୍ସୁକତା ର ସହିତ ଅପେକ୍ଷା କରିଥିଲେ ଯେ ଭୁବନେଶ୍ୱର ଆଉ ରାଉରକେଲା ରେ ମ୍ୟାଚ୍ ହେବ।ଆପଣମାନେ ଜାଣିଥିଲେ ଯେ ରାଉରକେଲା ଷ୍ଟାଡିୟମ୍ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ନିର୍ମିତ ହୋଇଛି।
ଟିକେଟ ର ଡିମାଣ୍ଡ ଏବେ ବଢିଛି।କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ ଯେଉଁମାନେ କଳା ବଜାରି କାମ କରୁଛନ୍ତି ତାହା ଯଦି ସାମ୍ନାକୁ ଆସୁଛି ସଙ୍ଗେ ସଙ୍ଗେ କମିଶନରେଟ୍ ପୋଲିସ ଙ୍କୁ ପଦକ୍ଷେପ ନେବା ପାଇଁ କହିଛନ୍ତି।
ସେମାନଙ୍କୁ ନିଶ୍ଚିନ୍ତ ଭାବରେ ଦଣ୍ଡିତ କରାଯିବ।ଦୁଇ ବର୍ଷ ଯେଉଁ କରୋନା ହୋଇଥିଲା ସେଥିପାଇଁ ଯାହା ବି ଲେଟର ଠାରୁ ଆରମ୍ଭ କରି ଇନ୍ଫରର୍ମେଶନ୍ ସବୁ ଇଣ୍ଟର ନେଟ୍ ମାଧ୍ୟମରେ କରାଯାଉଛି।
ଆଇ ଟି ମାଧ୍ୟମରେ କାମ ରହିଛି।କ୍ରୀଡା ମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଡି ପାର୍ଟି ମେଣ୍ଟ ର କାମ ସବୁ ଇଣ୍ଟର ନେଟ୍ ମାଧ୍ୟମରେ କରାଯାଉଛି।ଯେତେବେଳେ 2G ରୁ 3G ଆସିଲା ଏହାପରେ3G ରୁ 4G ଆସିଲା 4G ଥିବା ବେଳେ 5G ମଧ୍ୟ ଆସିଲା।
ଏହା କେବଳ ଯେ ନେଟ୍ ୱାର୍କ ଲଞ୍ଚ କରିଦେଲେ ଗୋଟିଏ ଦିନରେ ସବୁ 5G ହୋଇଯିବ ତାହା ନୁହେଁ।ଏହାର ଟାୱାର ସେଟିଂ ଠାରୁ ଆରମ୍ଭ କରି କେଉଁ କେଉଁ ଏରିଆ ରେ କରାଯିବ ତାକୁ ନିରୂପଣ କରାଯିବ।
କିନ୍ତୁ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଆଶା ରଖିଛନ୍ତି ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ବର୍ଷେ ଦେଢ଼ ବର୍ଷ ଭିତରେ ୨୦୨୫ ସୁଦ୍ଧା ସମସ୍ତ ଜାଗାକୁ 5G କରାଯିବ।
ଏଥିରେ ଓଡ଼ିଶା ମଧ୍ୟ ଅନ୍ତର୍ଭୁକ୍ତ ହେବ।ମାଲକାନଗିରି, ସୁନ୍ଦରଗଡ଼ ଠାରୁ ଆରମ୍ଭ କରି କନ୍ଧମାଳ,ରାୟଗଡ଼ା ଏସବୁ ସ୍ଥାନରେ ସେମାନେ ଅନ୍ତର୍ଭୁକ୍ତ କରିବେ।