Movie prime

ଆପଣଙ୍କ ପ୍ରିୟ ଯୋଡ଼ି ଅନିଶା ଏବଂ ସୁଭାଶିଷ ଦେଖନ୍ତୁ ଝିଅ ସହ ଇକୋ ରିଟ୍ରିଟ ରେ ସୁନ୍ଦର ମୁହୂର୍ତ୍ତ

 
Special report
ଆପଣମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସୁଭାସିସ ଶର୍ମା ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନିଶା ଶର୍ମା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ଙ୍କ ହୃଦୟ ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆପଣମାନେ ଜାଣିଥିବେ ଦୁହେଁ ବହୁତ ସୁପର ହିଟ୍ ଚଳଚ୍ଚିତ୍ର ଆଉ ଧାରାବାହିକ ରେ ଅଭିନୟ କରିଛନ୍ତି।ଅଭିନେତା ସୁଭାସିସ ଓ ଅନିଶା ଏକାଠି ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।
ସୁଭାସିସ ଓ ଅନିଶା ୨୦୧୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଅଭିନେତା ଶୁଭାଶିଷ ତୁଳସୀ ଧାରାବାହିକ ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ଓଡ଼ିଆ ଆଲବମ୍ ଭିଡିଓ ରେ ଅଭିନୟ କରିଥିଲେ।
୨୦୧୦ ରେ ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ।୧୦ ରୁ ଅଧିକ ଉର୍ଦ୍ଧ ଚଳଚ୍ଚିତ୍ର ଏବଂ ଅନେକ ଓଡ଼ିଆ ଧାରାବାହିକ,ଆଲବମ୍ ଗୀତରେ ଅଭିନୟ କରିଛନ୍ତି।
ଅନିଶା ମଧ୍ୟ ସେହିପରି ଓଡ଼ିଆ ଚଳଚ୍ଚିତ୍ର,ଆଲବମ୍ ରେ ଓ ଧାରାବାହିକ ରେ ଅଭିନୟ କରିଛନ୍ତି।ଦର୍ଶକ ମାନେ ଅଭିନେତ୍ରୀ ଅନିଶା ଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି।
ସୋସିଆଲ ମିଡିଆରେ ସେ ଅନେକ ଫଟୋ ଆଉ ଭିଡିଓ ପୋଷ୍ଟ କରୁଛନ୍ତି।ସେ ତାଙ୍କ ଝିଅଙ୍କ ସହିତ ବହୁତ ସମୟ ବିତାଉ ଥିବାର ଦେଖିବାକୁ ମିଳୁଛି।ଦର୍ଶକ ମାନେ ତାଙ୍କର ସବୁ ଭିଡିଓ ଆଉ ଫଟୋ କୁ ବହୁତ ଭଲ ପାଇବା ଦେଇଛନ୍ତି।
ବର୍ତ୍ତମାନ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଭାଇ ରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳୁଛି ସେ ତାଙ୍କ କୁନି ଝିଅ ସହିତ ବୁଲିବାକୁ ଯାଇଛନ୍ତି।
ସେଠାରେ ଅଭିନେତା ଶୁଭାଶିଷ ତାଙ୍କ ଝିଅଙ୍କ ସହିତ ବହୁତ ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ଉଠାଇ ଛନ୍ତି।ଛୁଟିରେ ଅଭିନେତା ଶୁଭାଶିଷ, ଅନିଶା ତାଙ୍କ ଝିଅଙ୍କ ସହିତ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି।