Movie prime

ମାସିକ ୫୦୦ ଆୟରୁ ଆରମ୍ଭ କରି ଆଜି ଜାଗୁଆର ମାଲିକ ଦେଖନ୍ତୁ କେମିତି ପାଇଲେ ସଫଳତା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେଉଁ ଯୁବକ ମିଡ଼ିଆରେ କାମ କରିବା ପାଇଁ ଏଣେ ତେଣେ ଚାକିରୀ ଖୋଜୁଥିଲେ ସେ ଆଜି ୯୨ ଲକ୍ଷ ଟଙ୍କାର ଜାଗୁଆର କିଣିଛନ୍ତି।
ସେ ଜଣେ କାଟୁନିଷ୍ଟ ହେବା ପାଇଁ ଖୁବ୍ ଇଚ୍ଛା ପ୍ରକାଶ କରୁଥିଲେ। ଆଜି ଆମେ ଜାଣିବା କି ସେ ଏଭଳି କଣ ରୋଜଗାର କରିଲେ ଯାହା ଦ୍ୱାରା ସେ ୯୨ ଲକ୍ଷ ଟଙ୍କା ର ଜାଗୁଆର କିଣି ପାରିଲେ। ଏବେ ସେ ସାରା ଘରେ ଘରେ ପରିଚିତ ନଟିଆ କାର୍ଟୁନ୍ ମାଧ୍ୟମରେ।
ସେହି ଯୁବକ ଙ୍କ ନାମ ହେଉଛି ଉତ୍କଳ ଗୌରବ ନନ୍ଦ। ସେ ଏକା କେବଳ ନିଜେ ପଇସା ରୋଜଗାର କରୁଛନ୍ତି ଏତିକି ନୁହେଁ ବରଂ ସେ ତାଙ୍କ ସହ ୫୦ ଜଣ ଯୁବକ ଓ ଯୁବତୀ ମାନଙ୍କୁ ମଧ୍ୟ ଚାକିରୀ ଦେଇଛନ୍ତି।
ଏବଂ ସେ ମଧ୍ଯ ଅନେକ ଖୁସୀରେ ଅଛନ୍ତି। ଏଭଳି ଅନେକ କିଛି ୟୁଟ୍ୟୁବର ମାନେ ଅଛନ୍ତି ଯେଉଁ ମାନେ କି ପଖାଳ ଖାଇ ଓ ଅନେକ ଛୋଟ ମୋଟ କାର୍ଯ୍ୟ କରି ଲକ୍ଷପତି ବନି ଯାଇଛନ୍ତି।
ବେଳେ ବେଳେ ଏହି ଉତ୍କଳ ଗୌରବ ଙ୍କ କାର୍ଟୁନ୍ ଚାରି କୋଟି ରୁ ପାଞ୍ଚ କୋଟି ଆୟ ହୋଇ ଯାଉଛି। ଏବଂ ତାକୁ ସେ ମନିଟାଇଜ କରୁଛନ୍ତି ଏବଂ ଟଙ୍କା ମଧ୍ଯ ପାଉଛନ୍ତି।
ଘରେ ଘରେ ନଟିଆ କମେଡି ନାମରେ ସେ ପରିଚିତ ମଧ୍ୟ ଅଟନ୍ତି। ଉତ୍କଳ ଙ୍କୁ ଯେତେ ମାତ୍ରାରେ ଲୋକ ମାନେ ଜାଣି ନାହାଁନ୍ତି ନଟିଆ କୁ ସେତେ ମାତ୍ରାରେ ଲୋକ ମାନେ ଜାଣିଛନ୍ତି। ତାଙ୍କର ଏହି ଯାତ୍ରା ମଧ୍ୟ କିଛି ସହଜ ନଥିଲା।
ସେ ଯେତେବେଳେ ଅନିମେଶନ ଫିଲ୍ଡ କୁ ଆସିବାକୁ ଚାହିଁଲେ ସେତେବେଳେ ତାଙ୍କୁ କୌଣସି ଚାକିରୀ ମିଳି ନଥିଲା। ଏହାପରେ ସେ ସୋସିଆଲ ମିଡ଼ିଆରେ ଇମେଜ କାର୍ଟୁନ୍ ସବୁ ପୋଷ୍ଟ କରୁଥିଲେ।
ହେଲେ ସେ ତାଙ୍କ ପାଇଁ ଏକ ପର୍ମାନେଣ୍ଟ ଜବ୍ ଖୋଜୁଥିଲେ। ଏହାପରେ ସେ ୟୁଟ୍ୟୁବରେ ତାଙ୍କ କଳା କୁ ଦେଖାଇ ଥିଲେ। ଓ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ପଶନ୍ଦ ମଧ୍ୟ ଆସିଥିଲା।