Movie prime

ସେ ଝିଅ ସହ କେବଳ ମୁଁ ଏତିକି କରିଛି Papu Pam Pam - ସେ ଆମ ଘର ପାଖ ଝିଅ ଥିଲା ମୁଁ ତାକୁ କହିଥିଲି ତୋର

 
Special report
୨୦୧୬ ମସିହାରେ ପପୁ ପମପମଙ୍କ ନାମରେ କାଷ୍ଟିଂ କାଉଚ ଅଭିଯୋଗ ଆସି ଥିଲା ଏହା ଆମେ ଭଲ ଭାବରେ ଜାଣୁ।ତେବେ ଏହି ଅଭିଯୋଗ ଆସିବା ପରେ ତାଙ୍କୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।ଶେଷରେ ସେ ଏହି ଘଟଣାରେ ଆଜି ନିର୍ଦ୍ଦୋଷ ଭାବରେ ଖଲାସ ହୋଇ ଯାଇଛନ୍ତି।ତେବେ ଏହି ଘଟଣା ଉପରେ ସେ ନିଜର ପ୍ରତିକ୍ରିୟା ରଖି ଥିବାର ଦେଖିବାକୁ ମିଳୁଚି। ତେବେ ସେ କହିଥିଲେ କି ଦୀର୍ଘ ୬ ବର୍ଷ ପରେ ସେ ଶେଷରେ ଏହି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। 
ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା । 
ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । କମିସନରେଟ୍ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କୁ ପୁରୀରୁ ଗିରଫ କରିଥିଲା। ତେବେ ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା କ୍ଲିନ୍ ଚିଟ୍ ପାଇବା ପରେ ପପୁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ‘ସେ ଝିଅଟି ଆମ ଘର ପାଖ ପିଲା। ଯିବା ଆସିବା ବେଳେ ମୋ ସହ ଫଟୋ ଉଠାଇବାକୁ କୁହେ। 
ମୋତେ ଥରେ ଆକ୍ଟିଙ୍ଗ କରିବାକୁ କହିଥିଲା। ଭଲ ରେଜଲ୍ଟ କଲେ ଆକ୍ଟିଙ୍ଗ କରେଇବି ବୋଲି ମୁଁ କହିଥିଲି। କିନ୍ତୁ ଅଚାନକ୍ କିଛି ଚ୍ୟାନେଲରେ କଳା କପଡ଼ା ବାନ୍ଧି କିଛି କହିଲେ, ଯାହା ପରେ ଝିଅ ମଧ୍ୟ ଏକ ଚ୍ୟାନେଲରେ ଯାଇ କହିଥିଲା। ତାକୁ କିଏ ଶିଖାଶିଖି କରି ଏସବୁ କରିବା ପାଇଁ କହିଥିବା ଲାଗୁଛି। ମୋ ବିଷୟରେ ବିଛ ପ୍ରଚାର କରିଥିବା ଲୋକଙ୍କ ବିରୋଧରେ ମୁଁ ମାନହାନୀ କେସ୍ କରିବି।