Movie prime
କାନ ଧରି ଜଗନ୍ନାଥ ଙ୍କୁ ଏବଂ କୋଟି କୋଟି ଲୋକଙ୍କୁ କ୍ଷମା ମାଗିଲେ ଏହି ବ୍ୟକ୍ତିମାନେ ଦେଖନ୍ତୁ ଏହି ଦୃଶ୍ୟ
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆ ଙ୍କ ମଉଡମଣି। ଆପଣ ମାନେ ଜାଣିଥିବେ କି ବର୍ଷ କୁ ଥରେ ମହାପ୍ରଭୁ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଆସିଥାନ୍ତି। ଏବଂ ତାଙ୍କୁ ଦେଖିବା ପାଇଁ ନାହିଁ ନଥିବା ଲୋକ ମାନଙ୍କ ର ଭିଡ଼ ମଧ୍ୟ ଲାଗିଥାଏ। ରଥାରୂଢ଼ ହୋଇ ମହାପ୍ରଭୁ ପୁଜା ପାଇ ଥାଆନ୍ତି। ହେଲେ ଆପଣ ମାନେ ଭାବନ୍ତୁ ଏହି ରଥରୁଢ଼ ମହାପ୍ରଭୁ ଯେତେବେଳେ ଏକ ବାଉଁଶ ବୁହା ଗାଡ଼ିରେ ଯାଉଥିବେ ସେତେବେଳେ ଏହି ଦୃଶ୍ୟ କେତେ ଯେ ବ୍ୟଥିତ ହୋଇ ନଥିବ।
ଆଜ୍ଞା ହଁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏବଂ ଏହାକୁ ଦେଖିବା ପରେ ଲାଗୁଛି କି ବୋଧ ହୁଏ ଆମ ମାନଙ୍କ ମଧ୍ୟରେ ଆଉ ମାନବିକତା ନାହିଁ। ଆମର ମଣିଷ ପଣିଆ ବୋଧ ହୁଏ କୁଆଡେ଼ ଚାଲି ଯାଇଛି। ଏହି ଦୃଶ୍ୟ ହେଉଛି ୬୦ ନମ୍ୱର୍ ଜାତୀୟ ରାଜପଥର ଗୋଟେ ଟେଣ୍ଡ ହାଉସ ର ଗାଡ଼ି ବାଲେଶ୍ଵର ରୁ ପଶ୍ଚିମ ବଙ୍ଗ ଯାଉଛି। ଏବଂ ଏହା କେଉଁ ଏକ ବିଶେଷ କାର୍ଯ୍ୟ ପାଇଁ ଯାଉଛି ଯେଉଁଠାରେ କି ଏହି ଜଗନ୍ନାଥ ଙ୍କୁ ପୁଜା କରି କାର୍ଯ୍ୟ ହେବ।
ମାତ୍ର ଆପଣ ମାନେ ଟିକେ ଏହି ଜଗନ୍ନାଥ ଙ୍କୁ ନେବାର ତରିକା ଦେଖନ୍ତୁ। ଯିଏ ହେଉଛନ୍ତି ଆମ କୋଟି ଓଡ଼ିଆଙ୍କ ପାଳନ କର୍ତ୍ତା ତାଙ୍କୁ ଏଭଳି ଭାବରେ ନିଆ ଯାଉଛି ଯାହାକୁ ଦେଖିବା ପରେ ଲାଗୁଛି କି ସତରେ ଏହାଠାରୁ ବୋଧ ହୁଏ କିଛି ଦୁର୍ଭାଗ୍ୟ ଜନକ କଥା ନାହିଁ। ଏବଂ ଏହି ଭିଡ଼ିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ସେତେବେଳେ ସାମ୍ନା କୁ ଆସିଲେ ଟେଣ୍ଡ ହାଉସ ର ମାଲିକ।
ଏହାପରେ ସେମାନେ ଅସି ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ ଅଧିଆ ପଡିଲେ ଏବଂ ତାହାପରେ କାନ ଧରି ଭୁଲ ମଧ୍ଯ ମାଗି ଥିଲେ। ଏବଂ ତାଙ୍କ ଅଜ୍ଞାତ ବଶତଃ ହୋଇଥିବା ଭୁଲ ପାଇଁ ମଧ୍ୟ ସେ ସମସ୍ତଙ୍କ ନିକଟରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୁଲ ମଧ୍ୟ ଆଉ କେବେ ହେଲେ ବି ହେବ ନାହିଁ ବୋଲି ସେ ମିଡିଆ ସାମ୍ନାରେ ପ୍ରତିଜ୍ଞା ମଧ୍ୟ କରିଛନ୍ତି।