Movie prime

ଧର୍ଯ୍ୟ ହରା ହେଲେଣି ପିହୁ ର ମା ଶେଷରେ ଇଛା ମୃ-ତ୍ୟୁ ଦାବିରେ ବସିଲେ କେବେ ମିଳିବ ପିହୁ ....!

 
Special Report
ଆପଣମାନେ ଜାଣିଥିବେ ୨୦୨୦ ମସିହାରେ ଯାଜପୁର ର କୁନି ଝିଅ ପିହୁ ନିଖୋଜ ହୋଇ ଯାଇଥିଲେ।ବର୍ତ୍ତମାନ ସୁଦ୍ଧା ପିହୁ ଙ୍କ ଖବର କିଛି ମିଳୁନାହି।ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ପିହୁ ଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କର ଗୋଟିଏ ଦାବି ହେଉଛି ସିବିଆଇ କୁ ହସ୍ତାନ୍ତର କରାଯାଉ। କାରଣ ପୋଲିସ ପ୍ରଶାସନ କିଛି କରୁ ନାହାନ୍ତି।ସିବିଆଇ ତଦନ୍ତ କରାଗଲେ ତାଙ୍କ ଛୁଆ ତାଙ୍କୁ ମିଳି ପାରିବ ବୋଲି କହିଛନ୍ତି।
ଆଉ ଗୋଟିଏ ଦାବି କରିଛନ୍ତି ଯେ ପୋଲିସ ନିରଞ୍ଜନ ଶବର ଏବଂ ଯିଏ କେଶ୍ ରଖିଥିଲେ ସଞ୍ଜୀବ ସେମାନେ ଅବହେଳା କରୁଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଯେତେବେଳେ ତାଙ୍କ ଝିଅ ଙ୍କୁ କିଏ ଅପହରଣ କରି ନେଇ ଯାଇଥିଲେ ସେତେବେଳେ ମହିଳା ଜଣଙ୍କ ଖୋଜା ଖୋଜି କରିଥିଲେ କିନ୍ତୁ ତାଙ୍କ ଝିଅ ପିହୁ ଙ୍କୁ ପାଇ ନଥିଲେ।ଏହାପରେ ଥାନାର ଦ୍ୱାରସ୍ଥ ହୋଇଥିଲେ।କିନ୍ତୁ ସେଠାରେ ପୋଲିସ ବହୁତ ସମୟ ଧରି ଛିଡ଼ା କରାଇଲେ।
ଏବଂ କହିଲେ ଯେ ଖୋଜା ଖୋଜି କରୁଥାନ୍ତୁ। ଏହା କହି ଥାନାରୁ ବିଦା କରିଦେଲେ।କିନ୍ତୁ ମହିଳା ଜଣଙ୍କ ବାରମ୍ବାର ଥାନାକୁ ଆସୁଥିଲେ।ତଦନ୍ତ କରୁ ନଥିଲେ।ମହିଳାଙ୍କୁ ବହୁତ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ।ଏହାପରେ ମଧ୍ୟ ମହିଳା ଜଣଙ୍କ ଏସପି ଙ୍କୁ, କଲେକ୍ଟର ଙ୍କୁ ଦେଖା କରିଛନ୍ତି। କେହି ତାଙ୍କ କଥା ଶୁଣିଲେ ନାହିଁ।ଚାରି ମାସ ପରେ ଯେତେବେଳେ ଘଟଣାଟି ପ୍ରଚାର ହେଲା ସେତେବେଳେ ଶିଶୁ ଆୟୋଗ ସମସ୍ତେ ତାଙ୍କ ପାଖକୁ ଆସି ପ୍ରତିଶ୍ରୁତି ଦେଇ ଆସିଥିଲେ ଯେ ଏହା ଉଚ୍ଚସ୍ତରୀୟ ତଦନ୍ତ କରାଯିବ।
କିନ୍ତୁ ୨ ବର୍ଷ ହୋଇଗଲାଣି ଏଯାଏଁ କେହି କିଛି କରୁ ନାହାନ୍ତି।ସେ ଆଉ କେତେଦିନ ଧର୍ଯ୍ୟ ଧରି ରହିପାରିବେ। ମହିଳା ଜଣଙ୍କ ଥାନାକୁ ୩ ରୁ ୪ ଥର ଆସିଛନ୍ତି କିନ୍ତୁ ମହିଳା ଜଣଙ୍କ ବର୍ତ୍ତମାନ କହୁଛନ୍ତି ଯେ ତାଙ୍କୁ ଇଛା ମୃ-ତ୍ୟୁ ଦିଆଯାଉ।ସେ କେବଳ ତାଙ୍କ ଝିଅ ପାଇଁ ନ୍ୟାୟ ମାଗୁଛନ୍ତି।କିନ୍ତୁ ପୋଲିସ ଙ୍କୁ କିଛି କହିଲେ ମଧ୍ୟ ତଦନ୍ତ କରୁ ନାହାନ୍ତି।