Movie prime

ପୋଖରୀ କୂଳରେ ୨ ବର୍ଷ ଧରି ଠିଆ ହୋଇ ରହିଛନ୍ତି ମହିଳା ଦେଖନ୍ତୁ କାହିଁକି ମହିଳା ଜଣଙ୍କ କରୁଛନ୍ତି ଏମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୀର୍ଘ ୨ ବର୍ଷ ହେଲା ଗାଁ ପୋଖରୀ କୂଳରେ ଖୁଣ୍ଟ ଭଳି ଛିଡା ହୋଇଛନ୍ତି ଉଚ୍ଚ ଶିକ୍ଷିତା ପ୍ରଭାସିନୀ। ନା ଖାଉଛନ୍ତି ନ କାହା ସହ କଥା ହେଉଛନ୍ତି।
ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୨ ବର୍ଷ ହେଲା ସେ ଏମିତି ଛିଡା ହୋଇଛନ୍ତି।
ଖରା ହେଉ କି ବର୍ଷା ଦିନ ହେଉ କି ରାତି ପୋଖରୀ କୂଳରେ ମୁହଁ କୁ ଘୋଡାଇ ଏମିତି ଖୁଣ୍ଟ ପରି ଛିଡା ହୋଇ ରହୁଛନ୍ତି। ନା କେଉଁଠି ବସୁଛନ୍ତି ନ କେଉଁଠି ଆଉଜି ହେଉଛନ୍ତି। 
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଲକୁଣ୍ଠା ବ୍ଲକ କଇଠ ପଲ୍ଲୀ ଗାଁ ର ଉଚ୍ଚ ଶିକ୍ଷିତା ପ୍ରଭାସିନୀ ନାୟକ। ତାଙ୍କର ଘର ପରିବାର ସବୁ ଅଛି କିନ୍ତୁ ମା-ନ-ସି-କ ବି-କା-ର ଯୋଗୁଁ
 ସବୁ କିଛି ଛାଡି ଦେଇ ଗାଁ ପୋଖରୀ କୁଳ ରେ ଖୁଣ୍ଟ ପରି ଦୀର୍ଘ ୨ ବର୍ଷ ହେବ ଛିଡା ହୋଇ ରହୁ ଛନ୍ତି ପ୍ରଭାସିନୀ। ଜାଣି ଆଶ୍ଚର୍ଯ୍ୟ ହେଲେ ସେ ଦୁଇ ବର୍ଷ ହେଲା କେବେ ବି ମେଡିକାଲ ଯାଇ ନାହାନ୍ତି। ମା-ନ-ସି-କ ବି-କା-ର ଗ୍ର-ସ୍ତ ହେବା ପରେ ସ୍ଵାମୀ ପର କରି ଦେଲେ। 
ସେଥିପାଇଁ ଝିଅ ସହ ବାପଘରେ ରହୁଛନ୍ତି ପ୍ରଭାସିନୀ। ଝିଅ କଲେଜ୍ ଫେରିଲେ ମା କୁ ଖାଇବାକୁ ଡାକିବାକୁ ପୋଖରୀ ତୁଠ କୁ ଯାଏ। କେତେବେଳେ ଝିଅ କଥା ମାନି ଖାଇ ଦିଅନ୍ତି ନ ହେଲେ ତାକୁ ଠେଲି ଦିଅନ୍ତୁ।
ମୁହଁ କୁ କପଡା ରେ ଏମିତି ଢାଙ୍କି ରଖିଛନ୍ତି ଯେ ତାଙ୍କ ମୁହଁ କୁ ଆଜି ଯାଏଁ ଗାଁ ଲୋକେ ବି ଦେଖି ନାହାନ୍ତି। ମନେ ମନେ ଗୁଣୁ ଗୁଣୁ ହୋଇ କଣ ସବୁ କଥା ହୁଅନ୍ତି। ତାଙ୍କର ଏଭଳି ଅବସ୍ଥା ଦେଖି ଚକିତ ହୋଇ ପଡିଛନ୍ତି ଗାଁ ଲୋକେ। 
ସ୍ବାମୀଙ୍କ ପରିବାର ଝିଅ ପ୍ରଭାସିନୀ ଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକେ। ତେବେ ପ୍ରଭାସିନୀ ଙ୍କ ସ୍ଵାମୀ
 ଓ ତାଙ୍କ ପରିବାର ଲୋକେ ଯଦି ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇବେ ତେବେ ହୁଏ ତ ସେ ଠିକ ହୋଇ ପାରିବେ। ଆଉ ଏକ ସଂପୂର୍ଣ୍ଣ ସୁସ୍ଥ ଜୀବନ ବ୍ଯତୀତ କରିବେ ବୋଲି ଆଶା କରୁଛନ୍ତି ପ୍ରଭାସିନୀ ଙ୍କ ପରିବାର ଓ ଗାଁ ଲୋକେ।