Movie prime

ଭଉଣୀ ମୁ-ତ୍ୟୁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭାଇ ଦେଖନ୍ତୁ ପୁଣି ଆସିଲା ଯୌ-ତୁ-କ ନି-ର୍ଯା-ତ-ନା ର ସାଙ୍ଘାତିକ ଅଭିଯୋଗ

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦେଢ଼ ବର୍ଷ ତଳେ ଜୟଦେବ ମହାରଣା ଙ୍କୁ ନୀଳକଣ୍ଠ ପୁର ଗ୍ରାମର ଦିପ୍ତିମୟୀ ମହାରଣା ବିବାହ କରିଥିଲେ।ବର୍ତ୍ତମାନ ଦିପ୍ତିମୟୀ ମହାରଣା ଙ୍କ ର ମୃ-ତ୍ୟୁ ହୋଇଯାଇଛି।
ପରିବାର ଲୋକଙ୍କ କହିବା କଥା ଅନୁସାରେ ଯୌତୁକ ନି-ର୍ଯା-ତ-ନା ଦେଇ ସେ ତାଙ୍କ ଝିଅକୁ ମାରି ଦେଇଛନ୍ତି।ଆଉ ହ-ତ୍ୟା କରିବା ପରେ ତାଙ୍କ ଝିଅ କୁଆଡେ ନିଜେ ଜୀବନ ହାରି ଦେଇଛି ବୋଲି ଶାଶୁଘର ଲୋକେ କହୁଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଡେରାବିଶ ଥାନା ମୂଳନା ପାଟଣା ଗ୍ରାମରେ ଦେଖିବାକୁ ମିଳିଛି।
ତେବେ ଯାହାକୁ ନେଇ ଯୁବତୀ ଙ୍କ ପରିବାର ଲୋକେ ଶାଶୁ ଶଶୁର ଓ ଦିଅର ଙ୍କ ନାମରେ ଥାନାରେ ହ-ତ୍ୟା କରିଥିବାର ଅଭିଯୋଗ କରିଛନ୍ତି।
ମୃ-ତ-କ ଯୁବତୀ ଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଯୌତୁକ ଦେବା କଥାରେ ଆଗରୁ ମଧ୍ୟ ଝଗଡ଼ା ହୋଇଥିଲା।ଏଥିପାଇଁ ଚାରି ଥର ସମାଧାନ କରି ମଧ୍ୟ ଆସିଛନ୍ତି।
ଏତେ ଥର ସମାଧାନ କରି ମଧ୍ୟ ତାଙ୍କର ଯୌତୁକ ବିଷୟରେ ବିବାଦ ହୋଇଛି।ଏହି ବିଷୟରେ ଯୁବତୀ ଙ୍କ ପରିବାର ଲୋକେ କେହି କିଛି ଜାଣି ନଥିଲେ।
ତାଙ୍କର ଭଉଣୀ ଙ୍କ ର ଯେତେବେଳେ ମରି ଯାଇଛନ୍ତି ବାହାର ଲୋକେ କଲ୍ କରି ଜଣାଇଲେ।କିନ୍ତୁ ତାଙ୍କ ଭଉଣୀ ଙ୍କ ଶାଶୁଘର ଲୋକ ଏହି ବିଷୟରେ ଜଣାଇ ନଥିଲେ। ବାହାର ଲୋକ କହିବାରୁ ସେମାନେ ବିଶ୍ୱାସ କରିଲେ ନାହିଁ।
ସେମାନେ ତାଙ୍କ କାମରେ ଚାଲି ଯାଇଥିଲେ।ତାପରେ ତାଙ୍କ ଦାଦା କଲ୍ କରି ସବୁକଥା କହିଥିଲେ ଏବଂ ଶୀଘ୍ର ଆସି ପହଞ୍ଚିବାକୁ କହିଥିଲେ।ଘର ଲୋକ ପହଞ୍ଚି ମେଡିକାଲ୍ ନେଇ ଯାଇଥିଲେ।
କିନ୍ତୁ ଡାକ୍ତର ଦିପ୍ତିମୟୀ ଙ୍କୁ ମୃ-ତ ଘୋଷଣା କରିଥିଲେ।ଦିପ୍ତିମୟୀ ଙ୍କ ସ୍ବାମୀ କଟକ କୁ ପଳାଇ ଯାଇଥିଲେ। ମୋଟର ସାଇକେଲ, ମୋଟା ଚେନ ପାଇଁ ତାଙ୍କ ଭଉଣୀ ଙ୍କୁ ମାରି ଦେଇଛନ୍ତି।
କିନ୍ତୁ ଦିଅର କହିଛନ୍ତି ଯେ ସବୁକିଛି ଭଲ ଥିଲା।ଦିପ୍ତିମୟୀ ସମସ୍ତଙ୍କ ସହିତ ଭଲରେ କଥା ହେଉଥିଲେ।କିନ୍ତୁ ଦିଅର ଯେତେବେଳେ ପାନ ନେଇ ଘରକୁ ଫେରିଲେ ଦିପ୍ତିମୟୀ ମରି ଯାଇଥିବାର ଦେଖିଲେ।
ସେପଟେ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଶ-ବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।