Movie prime

ଅ-ଜ-ଗ-ର କଥା ଶୁଣିଲେ ହସୁଛନ୍ତି IIC ଦେଖନ୍ତୁ ଏ ପର୍ଯ୍ୟନ୍ତ ମିଳୁନି ବୃଦ୍ଧଙ୍କ ସନ୍ଧାନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଅନେକ ଆଶ୍ଚର୍ଯ୍ୟ କର ଘଟଣା ମାନ ଘଟିବାରେ ଲାଗିଛି ଯାହାକୁ କି ବିଶ୍ବାସ କରିବା ମଧ୍ଯ କଷ୍ଟ କର ହୋଇ ଯାଇଛି। ତେବେ ଆପଣ ମାନେ କିଛି ଦିନ ତଳେ ଚହଳ ସୃଷ୍ଠି କରିଥିବା ଖବର ସମ୍ପର୍କ ରେ ନିଶ୍ଚିତ ଭାବରେ ଜାଣିଥିବେ ଯାହାକି ହେଉଛି। ବାଙ୍କୀ ରେ ଅଜଗର ଏକ ବୃଦ୍ଧ ବ୍ୟକ୍ତି କୁ ଗିଳି ଦେବା ଘଟଣା।
ମାତ୍ର ଏହି ଘଟଣା ର ସତ୍ୟାସତ୍ୟ କଣ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼ି ନାହିଁ। ପାରିବାର ଲୋକ ମାନେ କହିଛନ୍ତି କି ସେହି ଅଜଗର ହିଁ ତାଙ୍କୁ ଗିଳି ଦେଇଛି। ହେଲେ ଯେତେବେଳେ ସେମାନେ ଏହା ଯାଇ ବାଙ୍କୀ ଆଇଆଇସି ଙ୍କୁ କହିଥିଲେ ସେ କହିଥିଲେ କି ଅଜଗର କଣ ଗୋଟେ ଲୋକ କୁ ଗିଳି ପାରିବ ଏକଥା କହି କଥାକୁ ଏଡାଇ ଦେଇଥିଲେ। ଏବେ ପାରିବାର ଲୋକ କହୁଛନ୍ତି ତାଙ୍କୁ ଅବହେଳା କରାଯାଉଛି।
ଗତ ସାତ ଦିନ ହେଲା ସେମାନେ ଜାଣି ପାରୁ ନାହାଁନ୍ତି କି ଏହି ଘଟଣା ହେଉଛି ସତ କି ମିଛ। ଯଦି ମିଛ ତେବେ ସେହି ଅଜଗର କୁ ସ୍କାନ କରାଯାଉ ଓ ତାଙ୍କ ଘରର ବୃଦ୍ଧ ବ୍ୟକ୍ତି ଜଣକ କୁଆଡେ଼ ଯାଉଛନ୍ତି ପୋଲିସ୍ ଘଟଣାର ତଦନ୍ତ କରୁ। କାରଣ ଏବେ ସେଠାରେ ମଧ୍ଯ ସେହି ଅଜଗର ନାହିଁ ସେ ସେଠାରୁ କୁଆଡେ଼ ପଳାଇ ଯାଇଛି। ଖାସ୍ ସେଥି ପାଇଁ ଲୋକ ମାନଙ୍କ ସନ୍ଦେହ ଆହୁରି ବଢି ଯାଇଛି।
ତେବେ ଏହି ଘଟଣାର ତଦନ୍ତ ହେବା ଏକାନ୍ତ ଆବଶ୍ୟକ ଅଟେ କାରଣ ତଦନ୍ତ ପରେ ହିଁ ଏହି ଘଟଣା ଟି କଣ ତାହା ଲୋକଲୋଚନକୁ ଆସିବ। ପୋଲିସ୍ କି ପ୍ରଶାସନ ଏହି ଘଟଣାରେ ଅବହେଳା କରିବା ବିଲକୁଲ ବି ଉଚିତ ନୁହେଁ। ତେବେ ଦେଖାଯାଉ ଏହି ଘଟଣାର ସତ୍ୟାସତ୍ୟ କେବେ ଜଣା ପଡ଼ୁଛି ଓ ବୃଦ୍ଧ ଜଣକ ଙ୍କ ପତ୍ତା ତାଙ୍କ ପାରିବାର ଲୋକଙ୍କୁ କେବେ ମିଳୁଛି।