Movie prime

କୁଆଡେ ଗଲେ ବୃଦ୍ଧ ବଢ଼ାଉଛି ସନ୍ଦେହ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ସତ

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ସେହି ଦୃଶ୍ୟ ଦେଖିଲେ ବହୁତ ଦୁଃଖ ଲାଗିବ।କଟକ ଜିଲ୍ଲା ବାଙ୍କୀ ଡମପଡା ଅଭୟାରଣ୍ୟରେ ଅଜଗର ବୃଦ୍ଧ ଙ୍କୁ ଗିଳିବା ଚର୍ଚ୍ଚାରେ ରହିଛି।ଏହାର ଅବସାନ କେବେ?ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସତରେ କଣ ବୃଦ୍ଧ ବ୍ୟକ୍ତି ଙ୍କୁ ଅଜଗର ଗିଳି ଦେଇଛି କି?ଖବରକୁ ବିଶେଷଜ୍ଞ ଅଗ୍ରାହ୍ୟ କରିଥିବାର ଜଣାପଡ଼ିଛି।
ଶ୍ନେକ ହେଲ୍ପ ଲାଇନ ସଦସ୍ୟ ଗ୍ରାଉଣ୍ଡ ଜିରୋ ରେ ସତ କଣ ପରଖି ଛନ୍ତି।ଘଟଣା ସ୍ଥଳରେ ସର ଜମିନ ତଦନ୍ତ କରାଯାଇଛି ବୋଲି ଦେଖିବାକୁ ମିଳିଛି।ବୃଦ୍ଧ ଙ୍କୁ ଅଜଗର ଗିଳି ଦେଇଥିବାର ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ ୧୦ ରୁ ୧୧ ଫୁଟର ଅଜଗର ପାଞ୍ଚ ଫୁଟର ମଣିଷକୁ ଗିଳିବା ଅସମ୍ଭବ।ଏହା କେବେ ସମ୍ଭବ ନୁହେଁ।
ଯଦି ଓ ସାପ ମଣିଷ ଙ୍କୁ ଗିଳିବା କି ଧରିବା କେହି ଦେଖି ନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ଏହି ଖବର ର ସତ୍ୟାସତ୍ୟ ପରୀକ୍ଷା ନ କରି ଯୋରସୋର ରେ ପ୍ରସାର କରିଥିବା ସ୍ନେକ ହେଲ୍ପ ଲାଇନ କହିଛନ୍ତି।ଭାଇ ରାଲ ଭିଡିଓ ରେ ଅଜଗର କିଛି ଗୋଟିଏ ବଡ଼ ଜନ୍ତୁ ଗିଳି ଦେଇ ଗଛ ମୂଳେ ପଡିଥିବା ଦେଖିବାକୁ ମିଳିଥିଲା।ସେହି ଭିଡିଓ ରେ ସାଧାରଣ ଜନତା ଉଭୟ ସପକ୍ଷରେ ଏବଂ ବିପକ୍ଷରେ ମତାମତ ଦେଉଛନ୍ତି।
ଖବର ଟି ର ସତ୍ୟାସତ୍ୟ ପରୀକ୍ଷା ପାଇଁ ଶ୍ନେକ ହେଲ୍ପ ଲାଇନର ପାଞ୍ଚ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଏବଂ ସର ଜମିନ ତଦନ୍ତ କରୁଛନ୍ତି।ଏଯାଏଁ କିଛି କଥା ସ୍ପଷ୍ଟ ହୋଇପାରିନାହିଁ।ବର୍ତ୍ତମାନ ଏହା ସତ କି ନାହିଁ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଥୋରିଆ ପାଟଣା ଗ୍ରାମର ବୃଦ୍ଧ ନନ୍ଦ କିଶୋର ବେହେରା ନିଖୋଜ ହୋଇ ଯାଇଥିବାର ଖବର ଆସିଥିଲା।
ତାଙ୍କୁ ଗ୍ରାମ ଲୋକେ ଖୋଜା ଖୋଜି କରିଥିଲେ।କିନ୍ତୁ ଅଜଗର କୁ ଯେତେବେଳେ ଦେଖିଲେ ସେ ଏକ ବଡ଼ ଜନ୍ତୁ ଖାଇଥିଲା।ସେହି ଦିନଠାରୁ ବୃଦ୍ଧ ଙ୍କୁ ଅଜଗର ଗିଳିଛି ବୋଲି ସନ୍ଦେହ କରୁଛନ୍ତି।