Movie prime

ଭଲ ଖେଳିଲା ବୋଲି ଆମ ଝିଅ କୁ ମାରିକରି ଟଙ୍ଗେଇ ଦେଲେ

 
Special report
କ୍ରିକେଟ୍ ଖେଳାଳି ଙ୍କ ମୃତ୍ୟୁ।ଗଛରେ ଝୁଲିଥିଲେ ରାଜଶ୍ରୀ।ତିନି ଦିନ ହେଲା ରାଜଶ୍ରୀ ନିଖୋଜ ଥିଲେ।ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ଙ୍କ ର ମୃ-ତ ଶରୀର ଉଦ୍ଧାର କରିଛି ପୋଲିସ।
ତେବେ ରାଜଶ୍ରୀ ଙ୍କ ର କେମିତି ହେଲା ମୃ-ତ୍ୟୁ?ରାଜଶ୍ରୀ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି କି ରାଜଶ୍ରୀ?ନା କିଏ ମାରି ରାଜଶ୍ରୀ ଙ୍କୁ ଟାଙ୍ଗୀ ଦେଇଛନ୍ତି?ପୂର୍ବରୁ ରାଜଶ୍ରୀ ଙ୍କ ର କାହା ସହିତ ଝଗଡ଼ା ହୋଇଥିଲା କି? ନା ପ୍ରେମ ବ୍ୟାପାର କୁ ନେଇ ରାଜଶ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି?
ପାରିବାରିକ କଳହ କିଛି ରହିଥିଲା କି?ଏମିତି ଅନେକ ପ୍ରଶ୍ନ ର ଉତ୍ତର ଖୋଜୁଛନ୍ତି ମଙ୍ଗଳାବାଗ ଥାନା ପୋଲିସ।ରାଜଶ୍ରୀ ଙ୍କ ପରିବାର ଲୋକେ ୧୨ ତାରିଖ ଦିନ ନିଖୋଜ ରିପୋର୍ଟ ଲେଖାଇ ଥିଲେ।
ତାପରେ ମଙ୍ଗଳାବାଗ ପୋଲିସ ରାଜଶ୍ରୀ ଙ୍କୁ ଖୋଜା ଖୋଜି ଆରମ୍ଭ କରି ଦେଇଥିଲେ।ରାଜଶ୍ରୀ ଙ୍କ ର ସ୍କୁଟି ଓ ହେଲମେଟ ମିଳିଥିଲା।ଆଉ ସେହିଠାରୁ ପ୍ରାୟ ଦୁଇ ଶହ ମିଟର ଦୂର ରେ ରାଜଶ୍ରୀ ଙ୍କ ଏକ ଗଛରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।
ତେବେ ରାଜଶ୍ରୀ ଙ୍କ ଘର ପୁରୀ ଜିଲ୍ଲା କୋଣାର୍କ ରାମଚଣ୍ଡୀ ପାଖରେ ରହିଛି।ଏନେଇ ମଙ୍ଗଳାବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି।ମୃ-ତ-ଦେ-ହ ରାଜଶ୍ରୀ ଙ୍କ ପାଖରେ ଚପଲ ଓ କିଛି ସାମଗ୍ରୀ ପଡିଥିଲା।
ମଙ୍ଗଳାବାଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।ଜଣେ ବ୍ୟକ୍ତି ଫରେଷ୍ଟ ଡିପାର୍ଟ୍ ମେଣ୍ଟ ରେ କାମ କରୁଛନ୍ତି।ସେ ହାତୀ ଖୋଜିବାକୁ ଆସିଥିଲେ ସକାଳେ ଆସିଥିଲେ।ସେହି ସମୟରେ ସେ ଦେଖିଥିଲେ ଯେ ଗୋଟିଏ ଗାଡ଼ି ଥୁଆ ହୋଇଥିଲା।
ବ୍ୟକ୍ତି ଜଣଙ୍କ ଭାବିଲେ ଯେ କିଏ ଜଙ୍ଗଲ ଭିତରକୁ କାଠ ଆଣିବା ପାଇଁ ଯାଇଛନ୍ତି।ଏହା ପରେ ସେଠାରୁ ଚାଲି ଯାଇଥିଲେ।ପୁଣି ଯେତେବେଳେ ଚାରି ଟା ବେଳେ ଆସିଲେ ସେ ଦେଖିଲେ ଯେ ଗାଡ଼ି ଟି ସେଇଠି ଥୁଆ ହୋଇଛି।
ଏହାପରେ ବ୍ୟକ୍ତି ଜଣଙ୍କ ପୋଲିସ ଙ୍କୁ କଲ୍ କରି କହିଲେ।ଗାଡ଼ି ପାଖରେ ହେଲମେଟ ବି ଥିଲା।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।