Movie prime

ଦାଉ ସାଜିଲା ରଣାସାପ ଶେଷରେ ରଣା କାମୁଡାରେ ସ୍ଵାମୀ ମୃ-ତ ସ୍ତ୍ରୀ ଗୁରୁତର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସେହି ଲୋକ କଥା ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ ଯାହାକି ହେଉଛି “ରଣା ଘଡିକେ କରିବ ବାଟ ବଣା"। ଏବଂ ଏହା ମଧ୍ଯ ଜାଣିଥିବେ କି ସାପ ମାନଙ୍କ ମଧ୍ୟରେ ରଣା ସାପ ର ବିଷ ମଧ୍ଯ ବହୁତ ଅଧିକ। ଏହି ରଣା ସାପ ମଧ୍ଯ ଥରେ ଯାହାକୁ କାମୁଡି ଦିଏ ତାହାର ବଞ୍ଚିବା ମଧ୍ଯ ଅସମ୍ଭବ ହୋଇ ପଡେ। ଏବେ ଆପଣ ମାନଙ୍କୁ ସେଭଳି ଏକ ଅଭାବନୀୟ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ଆଜ୍ଞା ହଁ ରଣା ସାପ ଚୋଟ ରେ ବର୍ତ୍ତମାନ୍ ଚାଲି ଯାଇଛି ଜଣେ ସ୍ଵାମୀ ର ଜୀବନ ଏବଂ ସ୍ତ୍ରୀ ଜଣକ ଗୁରୁତର ହୋଇ ଏବେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଉପଖଣ୍ଡ , ବାଲିପାଟଣା ଥାନା ଅନ୍ତର୍ଗତ ବୁଧଖଣ୍ଡ ହରିଜନ ସାହିରେ। ସେଠାରେ ସୋଇଥିବା ଅବସ୍ଥାରେ ସ୍ଵାମୀ ଙ୍କୁ ଏହି ରଣା ସାପ କାମୁଡି ବାରୁ ମୃ-ତ୍ୟୁ ଘଟିଛି ଏବଂ ସ୍ତ୍ରୀ ଜଣକ ଏବେ ଗୁରୁତର ଅଛନ୍ତି।
ଗତକାଲି ରଣା ସାପ କାମୁଡାରେ ବଲାଙ୍ଗିରି ରେ ଜଣେ ୩ ବର୍ଷୀୟ ଶିଶୁ କନ୍ୟା ର ମୃ-ତ୍ୟୁ ହୋଇଥିବା ବେଳେ ଆଜି ପୁଣି ରାଜଧାନୀ ଉପକଣ୍ଠରେ ଆଉ ଜଣଙ୍କ ମୃ-ତ୍ୟୁ ଘଟିଛି। ମୃ-ତ-କ ହେଲେ ଚିତ୍ରସେନ ଭୋଇ ହୋଇ ଥିବା ବେଳେ ତାଙ୍କ ସ୍ତ୍ରୀ ହୋଇଛନ୍ତି ପ୍ରତିମା ଭୋଇ। ସେ ଦୁହେଁ ଖାଇ ସାରିବା ପରେ ଘରେ ସୋଇ ଥିଲେ , ବିଳମ୍ବିତ ରାତିରେ ସାପ ଟି ପ୍ରଥମେ ଚିତ୍ରସେନ କୁ କାମୁଡି ଥିବା ବେଳେ ଏହାର କିଛି ସମୟ ପରେ ତାଙ୍କ ପତ୍ନୀ ପ୍ରତିମା କୁ କାମୁଡି ଥିଲା।
ଏହାପରେ ପତି ପତ୍ନୀ ଜାଣି ପାରି ନଥିଲେ କି ତାଙ୍କୁ କଣ କାମୁଡି ଥିଲା ଏହାପରେ ଟ୍ରଚ ମାରି ଦେଖିବା ପରେ ସେହି ରଣା ସାପ ଟିକୁ ଦେଖିଥିଲେ। ଏହାପରେ ସେ ଦୁହେଁ ଚିକିତ୍ସା ପାଇଁ ଭୁବନେଶ୍ବର କୁ ଯାଇଥିଲେ। ହେଲେ ସେଠାରେ ଚିତ୍ରସେନ ଙ୍କ ମୃ-ତ୍ୟୁ ହୋଇ ଥିବା ବେଳେ ପତ୍ନୀ ପ୍ରତିମା ଗୁରୁତର ଅଛନ୍ତି। ଭବନେଶ୍ୱର ଏମ୍ସ ହସ୍ପିଟାଲ ରେ ତାଙ୍କର ଚିକିତ୍ସା ହେଉଛି ଓ ଅନ୍ୟପଟେ ଗ୍ରାମ ବାସି ମାନେ ସାପ ଟିକୁ ଏକ ପାତ୍ରରେ ପୁରାଇ ରଖିଛନ୍ତି।