Movie prime

କଲେକ୍ଟର ହେବ ତ ଠିକ୍ ଏମିତି ଦେଖନ୍ତୁ କେମିତି ଧଡାଧଡ ନେଇଛନ୍ତି ଆକ୍ସନ

 
Special Report
ବର୍ତ୍ତମାନ ଆକ୍ସନ ମୁଡ୍ ରେ ରାୟଗଡ଼ା ଜିଲ୍ଲାପାଳ।
 ଏକ ଦବଙ୍ଗ କଲେକ୍ଟର ଙ୍କୁ ଦେଖିବାକୁ ମିଳିଛି।କୌଣସି ବ୍ୟକ୍ତି ଯଦି ଅଭିଯୋଗ କରୁଛନ୍ତି ଏହି କଲେକ୍ଟର ଜଣଙ୍କ ସଙ୍ଗେ ସଙ୍ଗେ ସେହି ମାମଲାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି।ରାୟଗଡ଼ା ଜିଲ୍ଲାର ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ରେ କାଶିପୁର ତହସିଲଦାର ସମେତ ତିରିଶି ଜଣ କର୍ମଚାରୀ ଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ । ଜିଲ୍ଲାପାଳ ଏଭଳି କାମ କରି ଲୋକ ମାନଙ୍କ ମନ କିଣି ନେଇଛନ୍ତି।
ଦରମା ବନ୍ଦ କରିଦେଇଥିବା ଖବର ବର୍ତ୍ତମାନ ପୁରା ଜିଲ୍ଲାରେ ହଇଚଇ ସୃଷ୍ଟି ହେବାରେ ଲାଗିଛି। ଜମିପଟା ଅବହେଳା ପ୍ରଦାନ ରେ ଖବର ସାମ୍ନାକୁ ଆସିବା ପରେ ସରକାରୀ କର୍ମଚାରୀ ମାନେ ସଦର ମହକୁମା ରେ ଅନୁପସ୍ଥିତ ରହୁଥିବା ସହିତ ଜମି ଚିହ୍ନଟ ପ୍ରକ୍ରିୟା ରେ ଅବହେଳା ଅଭିଯୋଗ ଆସିବା ପରେ ବର୍ତ୍ତମାନ ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ ଆକ୍ସନ ମୁଡ୍ ରେ ରହିଛନ୍ତି।ବର୍ତ୍ତମାନ ଏହି ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଏମିତି କି ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଛି ସେମାନଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ।ଦୁର୍ଗମ ଅଞ୍ଚଳର ଗରିବ ଲୋକ ତହସିଲ ଅଫିସ ଆସି ନିରାଶ କରିବା ନେଇ ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ ଙ୍କୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ।ଗତ ମାସ ୨୨ ତାରିଖ ଦିନ ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ କାଶିପୁର ଆସିଥିଲେ। ଏବଂ ତହସିଲ କାର୍ଯ୍ୟାଳୟ ର କାର୍ଯ୍ୟକଳାପ ନେଇ ସମୀକ୍ଷା କରିଥିଲେ।
ଆଉ ସେହି ସମୟରେ ଏଭଳି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ।ଲୋକମାନେ ଜିଲ୍ଲାପାଳ ଶ୍ଵଧା ଦେବ୍ ସିଂ ଙ୍କ ଏଭଳି କାର୍ଯ୍ୟ ଦେଖି କହୁଛନ୍ତି ଯେ "ଜିଲ୍ଲାପାଳ ହେବ ତ ଏମିତି"।ବର୍ତ୍ତମାନ ଜିଲ୍ଲାପାଳ ତିରିଶି କର୍ମଚାରୀ ଙ୍କ ଦରମା ବନ୍ଦ କରି ଦେଇଛନ୍ତି।ଏହି ଖବରଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।