Movie prime

ମୁଁହଁ ଖୋଲିଲେ ସମୀକ୍ଷା ଦେଖନ୍ତୁ କେମିତି ପୁଅରୁ ହେଲେ ଝିଅ ଦେଖନ୍ତୁ କଣ କହିଲେ

 
Special report
ନାମରେ ପରିବର୍ତ୍ତନ ହୋଇଛି। କିନ୍ତୁ ମଣିଷ ଗୋଟିଏ।ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଛି କିନ୍ତୁ ମଣିଷ ଗୋଟିଏ।ଜଣେ କିନ୍ନର ଯାହାଙ୍କ ନାମ ହେଉଛି ପ୍ରଶାନ୍ତ ବେହେରା।କିନ୍ତୁ ବର୍ତ୍ତମାନ ତାଙ୍କ ନାମ ହେଉଛି ସମୀକ୍ଷା ବେହେରା।ସବୁଠାରୁ ବଡ଼ କଥା ହେଉଛି ଯେ ସେ ବିମଶ୍ ରେ ଏବେ କାମ କରୁଛନ୍ତି।ତାଙ୍କ ଘର ହେଉଛି କଟକ।ଯେତେବେଳେ ସେ ଜାଣିଥିଲେ ସେ ହେଉଛନ୍ତି ଜଣେ ଝିଅ କିନ୍ତୁ ତାଙ୍କ ଶରୀର ମ୍ୟାଚ୍ କରୁ ନଥିଲା।
ଶରୀର ତାଙ୍କର ପୁଅ ଥିଲା।ତାଙ୍କ ଘରେ ଏହି କଥାକୁ କେହି ଗ୍ରହଣ କରିଲେ ନାହିଁ।ବହୁତ ଚିନ୍ତାରେ ରେ ପଡି ଯାଇଥିଲେ।ଯେତେବେଳେ ଜଣେ ଛୁଆ ଜାଣି ଥାଏ ଯେ ସେ ପୁଅ କି ମହିଳା ସେହିପରି ସମୀକ୍ଷା ମଧ୍ୟ ଜାଣିପାରିଲେ। ସେ ଯେତେବେଳେ ଚାରି ବର୍ଷର ହୋଇଯାଇଥିଲେ ସେ କଥା କହି ଶିଖି ନଥିଲେ ସେତେବେଳେ ସେ ସ୍ବପ୍ନ ଦେଖୁଥିଲେ ଯେ ସେ ଝିଅ ପିଲାଙ୍କ ପରି ଲମ୍ବା ଚୁଟି ରଖିଛନ୍ତି। ଫ୍ରକ୍ ମଧ୍ୟ ପିନ୍ଧୁଛନ୍ତି।ଅନେକ କଥା ଭାବୁଥିଲେ।
ଯେଉଁ କଥା ସେ ଜାଣି ପାରୁ ନଥିଲେ ସେହି କଥା ତାଙ୍କ ମା,ଜେଜେମା ଆଉ ପିଶି ଜାଣି ଦେଇଥିଲେ।ସେମାନେ ହିଁ ସବୁକଥା କୁହନ୍ତି।ଏହା ହେଉଛି ଭଗବାନ ଙ୍କ ସୃଷ୍ଟି।ଆଉ ତା ବିନା କିଛି ନୁହେଁ ବୋଲି ସମୀକ୍ଷା କହିଛନ୍ତି।ଯେତେବେଳେ ସେ ପୁଅ ଶରୀରରେ ଥିଲେ ସେଇଟା ତାଙ୍କ ପାଇଁ ଅଭିନୟ ଥିଲା।ପୁରୁଷ ହେବାର ମିଛ ଅଭିନୟ ସେ କରୁଥିଲେ।ଯେମିତି ପୁଅ ମାନେ ରହିଥାନ୍ତି ସେହିଭଳି ରହିବାକୁ ଘରେ କହୁଥିଲେ।
କିନ୍ତୁ ସମୀକ୍ଷା ଏଭଳି ପୁଅ ଙ୍କ ଭଳି ରହି ବହୁତ କଷ୍ଟ ପାଉଥିଲେ। ତେଣୁ ସେ ଝିଅ ହେବାକୁ ହିଁ ଚାହିଁଲେ। ଯଦି ସେ ଜଣେ ଝିଅ ହୋଇନଥାନ୍ତେ ଲୋକମାନେ ଅନେକ କଥା କହିଥିଲେ ଆଗକୁ ଆହୁରି କରିଥାନ୍ତେ।ତାଙ୍କୁ ଏସବୁ ଭଲ ଲାଗିଲା ନାହିଁ।ସେ ଦିଲ୍ଲୀକୁ ଯାଇ ସରଜରି କରିଥିଲେ।ସମୀକ୍ଷା ଡିସେମ୍ବର ମାସରେ ବିବାହ ମଧ୍ୟ କରିଛନ୍ତି।ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି। ତାଙ୍କ ଶଶୁର ବହୁତ ସପୋର୍ଟ କରିଥାନ୍ତି।ତାଙ୍କ ସ୍ବାମୀ ମଧ୍ୟ ବହୁତ ଯତ୍ନ ନେଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.