Sophia Alam ଙ୍କୁ ଆପଣ ମାନେ ଭୁଲି ଯାଇଥିବେ ଦେଖନ୍ତୁ ebevse କିପରି ଅଛନ୍ତି
Tue, 17 Jan 2023

ଆପଣମାନେ ସମସ୍ତେ ଓଡ଼ିଆ ଧାରାବାହିକ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ଏବଂ ଏହି ଧାରାବାହିକ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀ ଆଉ ଅଭିନେତା ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଦର୍ଶକ ମାନେ ଆଗ୍ରହୀ ହୋଇଥାନ୍ତି।
ଆପଣମାନେ ଅଭିନେତ୍ରୀ ସୋଫିଆ ଆଲମ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଅନେକ ଦର୍ଶକ ମାନେ ଅଭିନେତ୍ରୀ ସୋଫିଆ ଆଲମ୍ ଙ୍କ ପରିବାର ସମ୍ପର୍କ ରେ,ତାଙ୍କ ପରିବାରରେ କିଏ କିଏ ସମସ୍ତେ ରହୁଛନ୍ତି,ସେ ବିବାହ କରିବା ପରେ ତାଙ୍କ ସ୍ବାମୀ ଙ୍କ ସହିତ କେଉଁଠି ରହୁଛନ୍ତି,ତାଙ୍କର କେତୋଟି ସନ୍ତାନ ଅଛନ୍ତି,
ତାହା କେହି ଜାଣି ନାହାଁନ୍ତି।।ଅଭିନେତ୍ରୀ ସୋଫିଆ ଆଲମ୍ ଏପ୍ରିଲ୍ ୩୦ ତାରିଖ ରେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ବାପା ସ୍ୱର୍ଗତଃ ସିକାନ୍ତ ଆଲମ୍ ଜଣେ ସୁନାମ ଧନ୍ୟ ଗୀତିକାର ଥିଲେ।
ଅଭିନେତ୍ରୀ ସୋଫିଆ ଆଲମ୍ ଙ୍କ ର ମା ଙ୍କ ନାମ ନାଇମା ଆଲମ୍ ।ଏବଂ ଅଭିନେତ୍ରୀ ସୋଫିଆ ଆଲମ୍ ଙ୍କ ର ଜଣେ ଭଉଣୀ ମଧ୍ୟ ଅଛନ୍ତି ତାଙ୍କ ନାମ ହେଉଛି ନାଜୀଆ ଆଲମ୍।ଅଭିନେତ୍ରୀ ସୋଫିଆ ଙ୍କ ଭଉଣୀ ସିଙ୍ଗର ଅଟନ୍ତି।
ଅଭିନେତ୍ରୀ ସୋଫିଆ ଡିଡି ଓଡ଼ିଆରେ ପ୍ରସାରିତ ବିଧାତର ଖେଳ ଧାରାବାହିକ ରେ ନିଜର କ୍ୟାରିଅର କୁ ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ସେ ଦୁହିତା,ମହାଯଜ୍ଞ ଓ ଭାଗ୍ୟ ବିଧାତା,ଗାୟତ୍ରୀ ଆଉ ସଂସ୍କାର ଭଳି ଅନେକ ଲୋକପ୍ରିୟ ଧାରାବାହିକ ରେ ଅଭିନୟ କରିଥିଲେ।
ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରିଥିଲେ।ଅଭିନେତ୍ରୀ ସୋଫିଆ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ରହୁଛନ୍ତି।
ଅଭିନେତ୍ରୀ ସୋଫିଆ ଆଲମ୍ ନିଜ ସ୍ବାମୀ ଆଉ କୁନି ଝିଅ ସହିତ ବେଶ୍ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।ଅନେକ ସମୟରେ ଅଭିନେତ୍ରୀ ସୋଫିଆ ମଧ୍ୟ ସୋସିଆଲ ମିଡିଆରେ ଗଣମାଧ୍ୟମ ସାମ୍ନାରେ ନଜର ଆସୁଛନ୍ତି।