Movie prime

ବାଲିଯାତ୍ରାକୁ ମିଳିବ ବିଶ୍ଵ ଐତିହ୍ୟ ସମ୍ମାନ ଦେଖନ୍ତୁ ଓଡ଼ିଶା ପାଇଁ ଆସିଲା ବଡ ଖୁସି ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କଟକର ବାଲିଯାତ୍ରା ପାଇଁ ଲୋକ ମାନେ କେତେ ଆଗ୍ରହୀ ଥାଆନ୍ତି। ନାହିଁ ନଥିବା ଦୂରରୁ ଲୋକ ମାନେ ଏହି ବିଶ୍ବପ୍ରସିଦ୍ଧ ବାଲିଯାତ୍ରା ଦେଖିବାକୁ ଆସିଥାନ୍ତି। ଏହି ବାଲିଯାତ୍ରା ସମଗ୍ର ଓଡିଶା ବାସୀ ଙ୍କ ମନରେ ଏକ ସ୍ବତନ୍ତ୍ର ଶିହରଣ ସୃଷ୍ଠି କରିଥାଏ। ତେବେ ଏବେ ଚର୍ଚ୍ଚା ଜୋର ଧରିଛି କଣ ବାଲିଯାତ୍ରାକୁ ମିଳିବ ବିଶ୍ଵ ଐତିହ୍ୟ ର ମାନ୍ୟତା?
କାରଣ କୋଲକାତା ର ଦୁର୍ଗା ପୂଜା ବିଶ୍ଵ ଐତିହ୍ୟ ତାଲିକା ଅର୍ଥାତ ୟୁନେସ୍କୋ ରେ ସାମିଲ ହୋଇ ସାରିଛି। ଖାସ ସେଥି ପାଇଁ ବାଲିଯାତ୍ରା ଏବେ ସମାନ ମର୍ଯ୍ୟାଦା ପାଇବ କି ନାହିଁ ସେନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ବାଲି ଯାତ୍ରା ଓଡ଼ିଶାର ପ୍ରଥା ଓ ପରମ୍ପରା ରେ ସାଧବ ପୁଅ ମାନଙ୍କର ବୋଇତ ରେ ଦୁର ଦେଶକୁ ବାଣିଜ୍ୟ କରି ଯିବାର ଗାଥା କୁ ଆଜି ପର୍ଯ୍ୟନ୍ତ ଜୀବିତ ରଖିଛି। ଏଥିପାଇଁ ବୋଧ ହୁଏ ସରକାର ଏହାକୁ ବିଶ୍ବସ୍ତରୀୟ କରିବା ପାଇଁ ଉଦ୍ୟମ କରି ପାରନ୍ତି।
ଏହି ଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ଶହ ଶହ ବର୍ଷ ର ବ୍ୟବସାୟ ଓ ବାଣିଜ୍ୟିକ ସମ୍ପର୍କର ସ୍ମୃତିକୁ ସାଇତି ରଖିଛି। ଏହି ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ମାନେ ସାମିଲ ହେଉଥିବା ବେଳେ ଦୁଇ ଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟ ଗାଥା କୁ ମଧ୍ୟ ଏହା ଜୀବିତ ରଖିବାରେ ସଫଳ ବିବେଚିତ ହୋଇଛି। ଏହି କଥା ଇଣ୍ଡୋନେସିଆ ରେ ଆୟୋଜିତ G20 ଡିଜିଟାଲ ଇକୋନୋମି ମିନିଷ୍ଟର ବୈଠକ ରେ ଓଡ଼ିଶାର ଐତିହ୍ୟ ବାଲିଯାତ୍ରାରେ କଥା ଉଠିଛି।
ତେବେ ଏହି ବାଲି ଯାତ୍ରାର ଗୁରୁତ୍ୱ ଓ ମହତ୍ତ୍ଵ କୁ ଆହୁରି ଆଗକୁ ନେବା ପାଇଁ ଘୋର ପ୍ରଚେଷ୍ଟା କରାଯାଉ ବୋଲି ନିବେଦନ କରିଛନ୍ତି ସାଧାରଣ ଜନତା ମାନେ। ଏଥି ପାଇଁ ବିଭିନ୍ନ ବ୍ୟକ୍ତି , ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କର ଅବଦାନ ନିଶ୍ଚିତ ଭାବରେ ରହିବା ଉଚିତ୍ ବୋଲି କହିଛନ୍ତି। ଏହି ବର୍ଷ ବାଲି ଯାତ୍ରାରେ ଇଣ୍ଡୋନେସିଆ ର ସ୍ଵତନ୍ତ୍ର ଏନକ୍ଲୋଜରର ବ୍ୟବସ୍ଥା ହୋଇଛି। ଯେଉଁ ଥୀରେ ଇଣ୍ଡୋନେସିଆ ଓଡିଶା ସହ ତାର ସମ୍ପର୍କ ର ପ୍ରଦର୍ଶନ କରିବ।