Movie prime

କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କ ବିକ୍ଷୋଭ ସ୍ଥାୟୀ ନିଯୁକ୍ତି ପାଇଁ ରାଜ ରାସ୍ତାରେ ଶିକ୍ଷକ ଶିକ୍ଷୟତ୍ରୀ

 
Viral news

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ପୁଣି ରାଜ ରାସ୍ତାରେ ଓହ୍ଲାଇଲେ ଓଡ଼ିଶା କ୍ରୀଡ଼ା ଓ କଳା ଶିକ୍ଷକ ସଂଘ ନିଜର ଦାବି ପୂରଣ ପାଇଁ। ଶିକ୍ଷକ ମାନଙ୍କର ସେଇ ପୁରାଣ ଦାବି କି ଆମକୁ ସ୍ଥାୟୀ କରାଉ।

୨୦୧୩ ମସିହାର ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବଭାଗରେ କଳା ଓ କ୍ରୀଡା ଶିକ୍ଷକଙ୍କ ପାଇଁ ଏକ ପଦବୀ ସୃଷ୍ଟି ହୋଇଥିଲା। ଯାହାକୁ ନିକୃଷ୍ଟ ପଦବୀ ବି ବୋଲି କହିଛନ୍ତି କଳା ଓ କ୍ରୀଡା ଶିକ୍ଷକ। 

କାରଣ ଏହି ଶିକ୍ଷକ ପଦବୀଙ୍କୁ ରାଜ୍ୟ ସରକାର "ପାର୍ଟଟାଇମ" ଶବ୍ଦ ବ୍ଯବହାର କରି ଶିକ୍ଷକ ସମାଜକୁ କ-ଳ-ଙ୍କି-ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ।
ଏହାରି ଭିତରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ଯୋଜନାରେ ନିଯୁକ୍ତି ପାଇଥିବା ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ମାନଙ୍କୁ ଶିକ୍ଷକତାର ମାନ୍ୟତା ମିଳିନାହିଁ। ସେଥିପାଇଁ ଆଜି ରାଜ ରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ ସଂଘ। 
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି।
ମାତ୍ର ପାଞ୍ଚ ହଜାର ଟଙ୍କା ବେତନରେ ଚଳିବା କଷ୍ଟକର ହୋଇପଡୁଛି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ।
ସରକାର ଶିକ୍ଷକ ମାନଙ୍କୁ ନିଜର ସବୁ କାମରେ ନିୟୋଜିତ କରୁଛନ୍ତି। କୋର୍ଟ ଗ୍ରହଣ ଠାରୁ ଆରମ୍ଭ କରି ଜନଗ୍ରହଣ ପର୍ଯ୍ୟନ୍ତ ସବୁ କାମରେ ଶିକ୍ଷକ ସଂଘ ଆଗ ଆସି ଠିଆ ହେଉଛନ୍ତି।
 କିନ୍ତୁ ଶିକ୍ଷକ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ। ଯେଉଁଠି କିଛି ଦିନ ପୂର୍ବରୁ ଅସ୍ଥାୟୀ ନିଯୁକ୍ତି ଉଠିବା କୁ ନେଇ ଉତ୍ସାହ ଦେଖା ଦେଇଥିଲା।
ଆଜି ସେହି ରାସ୍ତାରେ ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବି ଜାରି ରହିଛି। ତେବେ ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଶିକ୍ଷକ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.