Movie prime

ରାତି ହେଲେ ମୋ ସ୍ତ୍ରୀ ସେ-କ୍ସ ପାଇଁ ବ୍ୟସ୍ତ ହୁଏ

 
Special Report
କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ଵତ।ପ୍ରେମ ଚିରନ୍ତନ।ପ୍ରେମର ଅନ୍ତ ନଥାଏ କିନ୍ତୁ ଏହି ପ୍ରେମ ବର୍ତ୍ତମାନ ପାଲଟିଛି ମୃ-ତ୍ୟୁ ର ଖପା ଜାଲ।ଅଗ୍ନି କୁ ସାକ୍ଷୀ ରାଖୀ ବାହା ହୋଇଥିବା ସ୍ତ୍ରୀ ଏବେ ସ୍ବାମୀ ପାଇଁ ସାଜିଛି ପିସାଚୁଣୀ।
ପ୍ରେମିକ ସହିତ ମିଶି ସ୍ବାମୀ ର ରକ୍ତ କୁ ଶୋଷିବାକୁ ବସି ଥିଲା ପିସାଚୁଣୀ ସ୍ତ୍ରୀ।ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଙ୍କ ପରିଚୟ ସମ୍ବୁନାଥ ଦଳେଇ।
ସେ ଭଦ୍ରକ ଜିଲ୍ଲାର ବାସୁଦେବ ପୁର ଥାନା ଅଧୀନ ଗମାର ଗ୍ରାମର ବାସିନ୍ଦା ଅଟନ୍ତି।ବର୍ତ୍ତମାନ ସମ୍ବୁନାଥ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି।
ଖବର ଅନୁସାରେ ସମ୍ବୁନାଥ ସାହୁ ଲିଯା ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।କିନ୍ତୁ ଲିଜା ଙ୍କ ର ରବି ନାମକ ଜଣେ ଯୁବକ ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା।ରବି ଭଦ୍ରକ ଗ୍ରାମାଂଚଳ ଥାନା ବଣିଆ ଅଞ୍ଚଳର ବାସିନ୍ଦା ଅଟନ୍ତି।
ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସତ୍ବେ ଲିଜା ସମ୍ବୁନାଥ ଙ୍କୁ ବିବାହ କରିଥିଲେ।ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି।ଅଭିଯୋଗ ଅନୁସାରେ ଲିଯା ଆଉ ତାଙ୍କ ପ୍ରେମିକ ରବି ମିଶି ସ୍ବାମୀ ଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲେ।
ଯୋଜନା ଅନୁସାରେ ଲିଯା ସମ୍ବୁନାଥ ଙ୍କୁ ସାଙ୍ଗରେ ନେଇ ତାଙ୍କ ବାପଘର କୁ ଆସିଥିଲେ।ସେଠାରେ ବିଳମ୍ୱିତ ରାତିରେ ସମ୍ବୁନାଥ ଶୋଇବା ବେଳେ ଲିଜା ତାଙ୍କୁ କଟୁରୀ ରେ ଆକ୍ରମଣ କରିଥିଲେ।
ଏହାପରେ ସମ୍ବୁନାଥ ନିଦରୁ ଉଠି ଯିବା ପରେ ଲିଯା ଠାରୁ କତା ନେଇ ରବି ଆକ୍ରମଣ କରିଥିଲେ।ରବି ଓ ଲିଜା ମିଶି ଅତି ନିର୍ମମ ଭାବେ ସମ୍ବୁନାଥ ଙ୍କ ଉପରେ ୪୦ ଥର ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।
ସେହି ସମୟରେ ସ୍ଥାନୀୟ ଲୋକମାନେ ସମ୍ବୁନାଥ ଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ୍ କୁ ନେଇ ଆସିଥିଲେ। ଦୁଇ ଜଣ ଅଭିଯୁକ୍ତ ଫେରାଇ ହୋଇ ଯାଇଥିଲେ।କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଭୁବନେଶ୍ୱର ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।