Movie prime

ସ୍ତ୍ରୀ କଳା ବୋଲି ସ୍ୱାମୀର ହେଉନି ପସନ୍ଦ ଆଜିର ଦୁନିଆରେ ଏବେ ବି ବଞ୍ଚିଛି କଳା ଗୋରା ଭେଦ ଭାବ ଦେଖନ୍ତୁ ଏହି ଭିଡିଓ

 
Viral news
ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ପାରିବାରିକ ବିବାଦ ଚାରିଆଡ଼େ ଦେଖିବାକୁ ମିଳୁଛି।ଓଟିଭି ରେ ପ୍ରସାରିତ ହେଉଥିବା ଆଶାର ଆଲୋକ ରେ ଯେଉଁମାନଙ୍କର ପାରିବାରିକ ବିବାଦ ହୋଇଥାଏ ସେମାନେ ଆସିଥାନ୍ତି
ଏବଂ ସବୁ ସମସ୍ୟା ର ସମାଧାନ ହୋଇଥାଏ।ବର୍ତ୍ତମାନ ମଧ୍ୟ ସେହିପରି ଏକ ସ୍ଵାମୀ ସ୍ତ୍ରୀ ଙ୍କ ବିବାଦ ଦେଖିବାକୁ ମିଳିଛି।ସ୍ବାମୀ ଜଣଙ୍କର ଅଭିଯୋଗ ଯେ ତାଙ୍କ ସ୍ତ୍ରୀ କଳା ବୋଲି ସେ ତାଙ୍କୁ ପସନ୍ଦ କରୁ ନାହାନ୍ତି।
ସ୍ବାମୀ ଙ୍କ ନାମ ହେଉଛି ନୀଳମାଧବ ଏବଂ ସ୍ତ୍ରୀ ଙ୍କ ନାମ ହେଉଛି ପୂଜା ରାଣୀ।ଫ୍ୟାମି ଲି କାଉନସିଲର ସଂଯୁକ୍ତା କର କହିଛନ୍ତି ଯେ ତାଙ୍କର ୨୦୧୫ ରେ ବାହାଘର ହୋଇଥିଲା।
ପୂଜା କହିଥିଲେ ଯେ ସେ ବାହା ହୋଇ ଯିବା ମାସେ ପରେ ଯୌତୁକ ପାଇଁ କହିଥିଲେ।ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ।ଆଉ କଳା ବୋଲି ତାଙ୍କ ଘରେ କେହି ପସନ୍ଦ କରନ୍ତି ନାହିଁ।କିନ୍ତୁ ନୀଳମାଧବ କହିଛନ୍ତି ଯେ ତାଙ୍କୁ ସେ ପସନ୍ଦ ଲାଗିଲେ ବୋଲି ସେ ବାହା ହୋଇଥିଲେ।
ସେ ପରିବାର ଦେଖି କି ଆଉ କିଛି ଦେଖି ବାହା ହୋଇ ନାହାନ୍ତି।ସେସବୁ ନୀଳମାଧବ ଗୁରୁତ୍ଵ ଦିଅନ୍ତି ନାହିଁ।ତାଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କ ସ୍ବାମୀ ଭଲ ନୁହନ୍ତି।ଆଉ କାହା ପାଇଁ କଣ ଭଲ ହୋଇପାରିବେ ବୋଲି କହିଲେ।
କିନ୍ତୁ ପୂଜା କହିଛନ୍ତି ଯେ ସେ କଳା ବୋଲି ତାଙ୍କ ସ୍ବାମୀ ପସନ୍ଦ କରୁ ନଥିଲେ।ତାଙ୍କ ସ୍ବାମୀ ଯାହା କହୁଛନ୍ତି ମିଛ କହିଛନ୍ତି ବୋଲି ମଧ୍ୟ କହିଲେ।ଏହିପରି ଯୁକ୍ତିତର୍କ ସମସ୍ତଙ୍କ ଭିତରେ ଲାଗି ରହିଥିଲା। ବୁଝେଇବା ପାଇଁ ଚେଷ୍ଟା କରିଥିଲେ।
ପୂଜା କହିଛନ୍ତି ତାଙ୍କ ସ୍ବାମୀ ଆଉ ଜଣଙ୍କୁ ଭଲ ପାଇଥିଲେ।ସେଠାରେ ବାହାଘର ମଧ୍ୟ ଠିକ୍ ହୋଇଥିଲା।ସେହି ଝିଅ ନାମରେ ଜାଗା ମଧ୍ୟ କରିଛନ୍ତି।କିନ୍ତୁ ନୀଳମାଧବ ଙ୍କ ଘରେ ବାଧ୍ୟ କରିବାରୁ ସେ ପୂଜା ଙ୍କୁ ବାହା ହେଲେ।
ସେହି ଝିଅ ଆଧାର କାର୍ଡ ଆଉ ଭୋଟର କାର୍ଡ ମଧ୍ୟ କରିଛନ୍ତି।ସେହି ଝିଅ ତାଙ୍କ ସ୍ବାମୀ ନୀଳମାଧବ ବୋଲି ପରିଚୟ ମଧ୍ୟ ଦେଇଛନ୍ତି। ନୀଳମାଧବ କହିଲେ ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା।