Movie prime

ଏହି କାରଣ ପାଇଁ ବଦଳିଗଲା Soumyajit ଙ୍କ ମନ ଦେଖନ୍ତୁ କାହିଁକି ମନା କରିଥିଲେ ବାହା ହେବାପାଇଁ

 
Special report
ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କ ଆତ୍ମହତ୍ୟା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ଶ୍ୱେତାଙ୍କ ପରିବାର ବର୍ଗ ସୌମ୍ୟଜିତଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ । ପୋଲିସ ସୌମ୍ୟଜିତଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଦେଇଥିଲା । ପୂର୍ବରୁ ଶ୍ୱେତା ଓ ସୌମ୍ୟଜିତଙ୍କ ଶେଷ ଅଡ଼ିଓ କଲ୍ ସାମ୍ନାକୁ ଆସିଥିଲା।
ଶୁକ୍ରବାର ବିଳମ୍ବିତ ରାତିରେ ଶ୍ୱେତା ରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶନିବାର ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇ କବାଟ ବାଡ଼େଇ ଭାଙ୍ଗିଥିଲା। 
ଏହାପରେ ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ଏଠାରେ ଯେଉଁ ଭିଡ଼ିଓ ଓ ଫଟୋ କଥା କୁହାଯାଉଛି ଶୁଣିବାକୁ ମିଳୁଛି ସେଥିରେ କାଳେ ଅଶ୍ଳୀଳତା ଥିଲା । ଏହାକୁ ନେଇ ସୋମ୍ୟଜିତ କୁଆଡେ ସ୍ଵେତାଙ୍କୁ ବ୍ଲାକମେଲିଙ୍ଗ କରୁଥିଲେ। ଏବଂ ବିବାହ ପାଇଁ ମନା ମଧ୍ୟ କରୁଥିଲେ। କିନ୍ତୁ ସୌମ୍ୟଜିତ୍ MBA ପଢିବା ପାଇଁ XIMB ଗଲାପରେ ସବୁକିଛି ବଦଳି ଯାଇଥିଲା। ତାପରଠାରୁ ଶ୍ୱେତାଙ୍କୁ ଇଗ୍ନୋର କରୁଥିଲେ ସୌମ୍ୟଜିତ୍।
ଯେଉଁଥି ପାଇଁ ସେ ଜୀବନ ହରିଦେଇଥିବା ପୋଲିସ ଅନୁମାନ କରୁଛି । ଆଉ ଠିକ ଏତିକିବେଳେ ଇଂଜିନିୟର ସ୍ଵେତା ଉତ୍କଳୀ କୁମାରୀଙ୍କ ଶେଷ ଚିଠି ଭିନ୍ନ ମୋଡ଼ ନେଇଛି । ସେ ତାଙ୍କ ପୁରୁଷ ବନ୍ଧୁକୁ ନୋଟିସ କରିଛି ପୋଲିସ । ଫୋନ ଯୋଗେ ନୋଟିସ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଆଉ ଆଜି ପୋଲିସ ଷ୍ଟେସନ ରେ ହାଜର ହୋଇପାରନ୍ତି ସ୍ଵେତାଙ୍କ ପୁରୁଷ ବନ୍ଧୁ ସୋମ୍ୟଜିତ ମହାପାତ୍ର । ସ୍ଵେତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ରେ ହୋଇପାରେ ପଚରାଉଚରା ।