Movie prime

ଏହି ଟ୍ରାଫିକ ପୋଲିସଙ୍କୁ ହୃଦୟରୁ ସଲାମ ମଣିଷ ପଣିଆ ଦେଖାଇ ଚର୍ଚ୍ଚାରେ ଓଡ଼ିଶାର ଏହି ଟ୍ରାଫିକ ପୋଲିସ

 
Special Report
ଟ୍ରାଫିକ ପୋଲିସ ନାମ ଶୁଣିଲେ ଆପଣମାନଙ୍କ ଆଗରେ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଥାଏ ତାହା ହେଉଛି ଧଳା ରଙ୍ଗର ପୋଷାକ,କଳା ରଙ୍ଗର ପ୍ୟାଣ୍ଟ,ଆଖିରେ କଳା ଚଷମା, ମୁଣ୍ଡରେ ଧଳା ରଙ୍ଗର ଟୋପି,ମୁହଁରେ ମାଷ୍କ ଏବଂ ହାତରେ ହୁଇସିଲ୍ ଧରି ସହର ବଜାରର ମୁଖ୍ୟ ରାସ୍ତାକୁ ଜଗି ରହି ଲୋକମାନଙ୍କୁ ଉଚିତ ରାସ୍ତାରେ ଯିବାପାଇଁ ପରାମର୍ଶ ଦେଇଥାନ୍ତି।ଟ୍ରାଫିକ ଆଇନ୍ ନିୟମ ଦେଖାଇ ସବୁ ଅଘଟଣ କୁ ବି ରୋକିବାକୁ ଚେଷ୍ଟା କରିଥାନ୍ତି।
ଖରା, ବର୍ଷା ଆଉ ଶିତରେ ମଧ୍ୟ ସେ ତାଙ୍କ କାମ କରିଥାନ୍ତି।ସେହି ସମୟରେ ମଧ୍ୟ ଲୋକମାନଙ୍କ ପାଇଁ ଚିନ୍ତା କରିଥାନ୍ତି।ଗୋଟିଏ ପଟେ ବଡ଼ ବଡ଼ ଲୋକମାନେ ଏସି କାର ରେ ବସି ସୁଦ୍ଧା ରାସ୍ତା ପାର ହେବାକୁ ଅସ୍ଥିର ହେଉଥିବା ବେଳେ ଏହି ଟ୍ରାଫିକ ପୋଲିସ ମାନେ ହିଁ ମୁହଁରେ ହସ ଆଣି ଧର୍ଯ୍ୟ ସହକାରେ ଗୋଟିଏ ପରେ ଗୋଟିଏ ଗାଡ଼ି ରାସ୍ତା ପାର କରାଇଥାନ୍ତି।ଖରାରେ ୨୪ ଘଣ୍ଟା ଯାଏଁ ଛିଡ଼ା ହୋଇ କାମ କରିଥାନ୍ତି।
ଲୋକମାନଙ୍କୁ ସେବା ଯୋଗାଇଥାନ୍ତି। ଖରା ହେଉ ଅବା ବର୍ଷା ସବୁ ସମୟରେ କାର୍ଯ୍ୟରେ ଯେମିତି ସଜାଗ ହୋଇ ଛିଡା ହେବାକୁ ପଡ଼ିଥାଏ।ଏମିତି କି ଭାରି ପ୍ରଦୂଷଣ କୁ ଖାତିର ନ କରି ନିଷ୍ଠାର ସହିତ ନିଜର କାର୍ଯ୍ୟ କରିଥାନ୍ତି।କେବେହେଲେ ନିଜ କାମରେ ଅବହେଳା କରନ୍ତି ନାହିଁ।ଏହି ଟ୍ରାଫିକ ପୋଲିସ ମାନେ କେବଳ ନିଜ କାର୍ଯ୍ୟ କରିଥାନ୍ତି ସେ କଥା ନୁହେଁ ସେ ହେଉଛନ୍ତି ବାଟୋଇ ର ସାଥୀ।
ବାଟୋଇ ମାନେ ରାସ୍ତାରେ ଯାଉଥିବା ବେଳେ ଯଦି କିଛି ଅସୁବିଧା ହୋଇଥାଏ ସେ ଯେ କୌଣସି ସମସ୍ୟା ହୋଇଥିଲେ ମଧ୍ୟ ଏହି ଟ୍ରାଫିକ ପୋଲିସ ମାନେ ସାହାର୍ଯ୍ୟ କରିଥାନ୍ତି।କିନ୍ତୁ ନିଷ୍ଠାପର ଭାବରେ କାମ କରୁଥିବା ପଛରେ ଲୁଚି ରହିଥାଏ ଅନେକ ଦୁଃଖ ଭରା କାହାଣୀ।ସେହି ଦୁଃଖ ଗୁଡ଼ିକ ସେମାନେ ଦେଖାଇବାକୁ ଚାହାଁନ୍ତି ନାହିଁ। କାର୍ଯ୍ୟ କରୁଥିବା ସମୟରେ ସେ ତାଙ୍କ ପରିବାର ଙ୍କ କଥା ଭୁଲି ଯାଇଥାନ୍ତି।କାହାର ଦେହ ଖରାପ ଥିଲେ ମଧ୍ୟ ସେ ତାଙ୍କ କାମକୁ ଆସିଥାନ୍ତି।
ପୁଣି ଘରକୁ ଫେରିଗଲେ ସେଠାରେ ଆଉ ଏକ କାର୍ଯ୍ୟ କରିବାକୁ ପଡ଼ିଥାଏ।ପୁଅ ହେବାର ଡିୟୂଟି, ବାପା ହେବାର ଡିୟୂଟି,ସ୍ବାମୀ ହେବାର ଡିୟୂଟି ପୁଣି ଭାଇ ହେବାର ଡିୟୂଟି।ସତରେ ଭୁବନେଶ୍ୱର ଟ୍ରାଫିକ ପୋଲିସ ହେଉଛନ୍ତି ଏକ ନମ୍ବର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.