Movie prime

କଟକ ମେଡିକାଲ ରେ ଚାଲିଛି ଲାଞ୍ଚ ବେପାର ଲାଞ୍ଚ ନଦେଲେ ଚାକିରୀ ନାହିଁ ସାମ୍ନାକୁ ଆସିଲା ସାଙ୍ଘାତିକ ଦୃଶ୍ୟ Scb Medical

 
Special Report
ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆଜିକାଲି ଲୋକମାନେ ବେଶି ଟଙ୍କା ପଇସା କୁ ହିଁ ଗୁରୁତ୍ଵ ଦେଉଛନ୍ତି। ଟଙ୍କା ପାଇଁ କାହାକୁ ଜୀବନରୁ ମାରି ମଧ୍ୟ ଦେଉଛନ୍ତି।ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ମେଡିକାଲ୍ ରେ ଲାଞ୍ଚ ଦେଲେ ଚାକିରି ମିଳୁଛି।ଏହି ଘଟଣା କାହା ପାଇଁ ନୂଆ ନୁହେଁ।କାରଣ ଆଜିକାଲି ପ୍ରତି କାର୍ଯ୍ୟରେ ଲାଞ୍ଚ ନେଉଥିବାର ଦେଖିବାକୁ ମିଳୁଛି।
ତେଣୁ ବର୍ତ୍ତମାନ ଏପରି ମେଡିକାଲ୍ ଏପରି କାମ କରୁଛନ୍ତି ଶୁଣିଲେ ଆପଣମାନେ ବହୁତ ରାଗି ବେ।ଶେଷରେ ମେଡିକାଲ୍ ରେ ମଧ୍ୟ ପିଲା ମାନଙ୍କ ଠାରୁ ଲାଞ୍ଚ ନେବା ପାଇଁ ପଛାଉ ନାହାନ୍ତି।ଲାଞ୍ଚ ଦେଲେ 
କଟକ ଏସସିବି ମେଡିକାଲ୍ ରେ ଚାକିରି ଦିଆଯାଉଛି କଟକ ବଡ଼ ମେଡିକାଲ୍ ରେ ଚାକିରି ଦେବା ନାମରେ ଚାଲିଛି ଲାଞ୍ଚ କାରବାର।ଲାଞ୍ଚ କାରବାର ନେଇ ମିଳିଛି ସାଙ୍ଘାତିକ ପ୍ରମାଣ।
ଚାକିରି କରେଇ ଦେବାପାଇଁ ଜଣେ ବ୍ୟକ୍ତି ଙ୍କ ଠାରୁ ଲାଞ୍ଚ ନେଇଥିଲେ ଏସସିବି ମେଡିକାଲ୍ ଜଣେ କର୍ମଚାରୀ।ବର୍ତ୍ତମାନ ସେହି ଭିଡିଓ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯିଏ ଦେଖୁଛନ୍ତି ସେମାନେ ଅନେକ କଟୁ କଥା କହୁଛନ୍ତି।ଏହି ଖବରଟି ଓଡ଼ିଶା ଭାସ୍କର ହାତରେ ଲାଗିଛି। ଏଠି ଚାଲିଛି ଲାଞ୍ଚ କାରବାର।ଲାଞ୍ଚ ନେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରେହେମନ୍।ଭିଡିଓ ରେ ଦେଖିବାକୁ ମିଳିଛି।
ଚାକିରି କରାଇଦେବା କଥା କହି ଜଗତସିଂହପୁରର ଦେବାଶିଷ ମଲ୍ଲିକ ଙ୍କ ଠାରୁ ବାୟୋଡାଟା ସହିତ ୫୦ହଜାର ଟଙ୍କା ନେଇଥିଲେ। ଯାହାର ପ୍ରମାଣ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ଚାକିରି କରାଇ ଦେବାପାଇଁ ଦେବାଶିଷ ଙ୍କୁ ଲୋଭ ଦେଖାଇ ଥିଲେ।କିନ୍ତୁ ଯେଉଁ କାମ କୁହାଯାଇଥିଲା ସେ କାମ ନ ଦେଇ କୋଭିଡ୍ କାର୍ଯ୍ୟରେ ରଖିଥିଲେ।ଏବଂ ବର୍ତ୍ତମାନ ତାଙ୍କୁ ଛଟେଇ କରାଯାଇଛି।ଏଥିପାଇଁ ମଙ୍ଗଳାବାଗ ଥାନାରେ ଦେବାଶିଷ ଅଭିଯୋଗ କରିଛନ୍ତି।