Movie prime

ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ କୁବେର ଦେଖନ୍ତୁ କଣ କଣ ଅଛି ସରକାରୀ ବାବୁଙ୍କର ଦେଖିଲେ ଆଖି ଟେରା ହେଇଯିବ

 
Viral News
ବର୍ତ୍ତମାନ ସୂଚନା ମିଳିଛି ଯେ ଭିଜିଲାନ୍ସ କବଜାରେ ସରକାରୀ କୁବେର ବାବୁ ନିହାର ରଂଜନ ଦାସ୍।ସବୁଠାରୁ ବଡ଼ କଥା ହେଉଛି ଯେ ଯେତେବେଳେ ସରକାରୀ ନିହାର ରଞ୍ଜନ ଙ୍କୁ ଭିଜିଲାନ୍ସ ଓଡ଼ିଶା ରୁ ୬ ଟି ସ୍ଥାନରେ ଚଢ଼ାଉ କରିଥିଲେ।
ଚଢାଉ ପରେ ବିଶେଷ କରି ସେ ଯେଉଁ ଶ୍ରୀ ରାମ ମ୍ୟାନ୍ସନ ଆପାର୍ଟମେଣ୍ଟ ରେ ରହୁଥିଲେ ସେଠାରେ ଆସି ପହଞ୍ଚି ଥିଲେ।ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ।ସେଠାରୁ କୋଟି କୋଟି ଟଙ୍କାର ସମ୍ପତି ସାମ୍ନାକୁ ଆସିଥିଲା।
ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ତାହା ବର୍ତ୍ତମାନ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତାଙ୍କର ଯେଉଁ କାର ରହିଛି ତାର ନମ୍ବର ୧୫୧୫ ରହିଥିଲା ଏବଂ ବାଇକ୍ ର ନମ୍ବର ୩୦୩୦ ରହିଥିଲା।
ଯେତେକ ବଡବଡିଆ ବାବୁ ମାନେ ରହିଥାନ୍ତି ତାଙ୍କର ଲକି ନମ୍ବର ପସନ୍ଦ ଥାଏ।ଖାରବେଳ ଆପାର୍ଟମେଣ୍ଟ ୨୦୧ ନମ୍ବର ରୁମ୍ ରେ ରହୁଥିଲେ।ତାଙ୍କ ପାଖରେ ବ୍ୟାଟେରୀ ସାଇକେଲ ମଧ୍ୟ ରହିଛି।
ସେହି ସାଇକେଲ ର ମୂଲ୍ୟ ପାଖାପାଖି ୩୫ ହଜାର ଟଙ୍କା ହେବ।ସରକାରୀ ବାବୁ ଚାକିରି କରିଥିଲେ ସତ କିନ୍ତୁ ସେ ଦାମୀ ଗାଡ଼ି ଚଲାଇବେ ଏବଂ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ସଉକ ଥିଲା।
ଭିଜିଲାନ୍ସ ଏହି ଘଟଣା ଉପରେ ତଦନ୍ତ କରୁଛନ୍ତି।କାରଣ ଯେତେବେଳେ ଭିଜିଲାନ୍ସ ଜଣଙ୍କ ଉପରେ ସନ୍ଦେହ କରିଥାଏ ସେତେବେଳେ ସେ କାମ କରିଥାନ୍ତି।ଭିଜିଲାନ୍ସ ବହୁତ ଜଣଙ୍କୁ ଟ୍ରାପ କରିଥିବାର ନିଶ୍ଚୟ ଭାବରେ ଦେଖିଥିବେ।
ଭିଜିଲାନ୍ସ ଟିମ୍ ଦେଖିବା ପରେ ନିହାର ରଞ୍ଜନ ବହୁତ ଡରି ଯାଇଥିଲେ।ସେହି ସମୟରେ ଝରକା ବାଟେ ସବୁ ଡକୁମେଣ୍ଟ ଏବଂ ମୋବାଇଲ୍ ପକାଇ ଦେଇଥିଲେ।
ବର୍ତ୍ତମାନ ଭିଜିଲାନ୍ସ ଙ୍କ ଟାର୍ଗେଟ ରେ ନିହାର ରଞ୍ଜନ ରହିଛନ୍ତି। ପଡୋଶୀ ମାନଙ୍କୁ ଏବଂ ତାଙ୍କ ସଂପର୍କୀୟ ମାନଙ୍କୁ ପଚରାଉଚରା କରାଯାଇଥିଲା।ବର୍ତ୍ତମାନ ତଦନ୍ତ କାରୀ ଟିମ୍ ପହଞ୍ଚି ନିହାର ରଞ୍ଜନ ଙ୍କୁ ପଚରାଉଚରା କରାଯାଉଛି।