Movie prime

ମିଡ଼ିଆ ଆଗରେ ମୁଁହ ଖୋଲୁ ଖୋଲୁ ବିଷ ଓଗାଳିଲେ, କହିଲେ ବାରମ୍ବାର ମିଛ ଖବର କଣ ଦେଖାଉଛ? ସମୟ କୁ ଅପେକ୍ଷା କର

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ କୋର୍ଟ ରେ ସିଧା ସଳଖ ହାଜର ହୋଇଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍। କୋର୍ଟକୁ ଗଲା ବେଳେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ। ମିଛ ଖବର ପ୍ରସାରଣ ନକରିବାକୁ କହିଲେ ଅର୍ଚ୍ଚନା।
କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ ନକରିବାକୁ କହିଲେ। ସମୟ ଆସିଲେ ସବୁ କହିବି। ନିଶ୍ଚୟ କହିବି ବୋଲି ଅର୍ଚ୍ଚନା କହିଲେ। ଅର୍ଚ୍ଚନା ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା।
ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ତାଙ୍କୁ କଡ଼ା ସୁରକ୍ଷାରେ ଆଣି ଭୁବନେଶ୍ୱର ଏସଡ଼ିଯେଏମ କୋର୍ଟରେ ହାଜର କରାଯାଇଛି। ଗିରଫ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ଅର୍ଚ୍ଚନା।
କୋର୍ଟରେ ସେ ଜାମିନ ଆବେଦନ କରିଛନ୍ତି। ଅପରାହ୍ନ ୪ଟାରେ ଏନେଇ ଶୁଣାଣି ହେବ। ତେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲା-କ-ମେ-ଲ୍ ଅଭିଯୋଗ ମାମଲାରେ ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଛି।
ଆଉ ଭିଡିଓ କନ୍‌ଫରେନ୍ସିଂ ନୁହେଁ ବରଂ ସିଧାସଳଖ ଭୁବନେଶ୍ୱର ଏସଡ଼ିଯେଏମ ଙ୍କ କୋର୍ଟରେ ଅର୍ଚ୍ଚନାକୁ ହାଜର କର ବୋଲି କୁହା ଯାଇଥିଲା।
ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ସୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା।
ତେବେ ସୂଚନା ଅନୁସାରେ ବେଆଇନ୍‌ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ।
ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଲିସକୁ ଏଫ୍‌ଆଇଆର କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ।
ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।