Movie prime

ଲୋକ ମାନଙ୍କ ପାଖରେ ଟଙ୍କା ପଇସା ସବୁ ଥାଇ ମଧ୍ୟ କାହିଁକି ରୁହନ୍ତି ଦୁଃଖରେ ଜାଣନ୍ତୁ ଏହାର କାରଣ

 
Viral News

ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଯେତେବେଳେ କାହାର ମନରେ ଦୁଃଖ ଆସୁଛି,ଚିନ୍ତାରେ ରହୁଛନ୍ତି। ବିଲକୁଲ୍ ଚିନ୍ତାରେ ରୁହନ୍ତୁ ନାହିଁ।ଭଗବାନ ସମସ୍ତଙ୍କୁ ବହୁତ କିଛି ଜିନିଷ ଦେଇଛନ୍ତି।

ମହିଳା ଙ୍କ ସହିତ ଯାହା ଘଟିଛି ସେ ତାଙ୍କ ଅନୁଭୁତି ଜଣାଇଛନ୍ତି।ସେ କହିଛନ୍ତି ଯେ ତାଙ୍କ ସ୍ବାମୀ ଙ୍କ ର ଦୁଇ କାନ ର ପରଦା ଫାଟି ଯାଇଥିଲା।

ଯେତେବେଳେ ସେମାନେ ହସ୍ପିଟାଲ୍ ଯାଇଥିଲେ ଡାକ୍ତର କହିଲେ ଗୋଟିଏ କାନ ର ଅପରେସନ କରିଲେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସେଇଠି ମହିଳା ଜଣଙ୍କ ଭାବିଲେ ଯେ ଯଦି ମନୁଷ୍ୟ ର ଗୋଟିଏ କାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଗୁଛି ତାହେଲେ ସବୁ ଅଙ୍ଗ କେତେ ଟଙ୍କା ହେବ।କେହି ଯଦି ଶରୀରର ଅଙ୍ଗ ପାଇଁ ପାଞ୍ଚ କୋଟି ଟଙ୍କା ଦେବା ପାଇଁ କହିବେ କେହି ଦେବେ ନାହିଁ।
ତେଣୁ ଜୀବନଟା ବହୁତ ମୂଲ୍ୟବାନ ଅଟେ।ଚିନ୍ତାରେ ରେ କେବେ ଆ-ତ୍ମ-ହ-ତ୍ୟା କରିବାକୁ ଭାବନ୍ତୁ ନାହିଁ।ଜୀବନରେ ଯାହା ବି ଘଟୁଛି ସଂଘର୍ଷ ଜାରି ରଖନ୍ତୁ।
ନିଶ୍ଚୟ ଦିନେ ନା ଦିନେ ସଫଳ ହେବେ। ଦୁଃଖ ସେତେବେଳେ ଆସିଥାଏ ଯେତେବେଳେ ଆମ ପାଖରେ ସବୁ ଜିନିଷ ଅଛି କିନ୍ତୁ ସେତିକି ରେ ଖୁସି ବାହାର କରି ନଥାନ୍ତି।ଆହୁରି ଆଶା ରଖିଥାନ୍ତି।
ଯେତେବେଳେ ଆମ ପାଖରେ ୯୯ ଟି ଖୁସି ରହୁଛି ସେତେବେଳେ ଆଉ କିଛି ପାଇବା ଆଶାରେ ସବୁକିଛି ଭୁଲି ଯାଇଛେ।ସେଥିପାଇଁ ଲୋକମାନେ ସମସ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କିନ୍ତୁ ସେ ଜାଣି ପାରୁ ନାହାଁନ୍ତି।ଲୋଭ ହିଁ ମୁଖ୍ୟ କାରଣ ଅଟେ।ଯେଉଁ ମାନେ ଦୁଃଖରେ ରହୁଛନ୍ତି ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ।
ଲୋକ ମାନଙ୍କ ପାଖରେ ଏତେ ଧନ ସଂପତ୍ତି ଥାଇ ମଧ୍ୟ ଲୋକମାନେ ଆଉ କିଛି ପାଇବା ଆଶାରେ ଦୁଃଖରେ ରହୁଛନ୍ତି।ଯେଉଁ ପରିସ୍ଥିତି ସମସ୍ତଙ୍କ ଜୀବନରେ ଆସୁଛି ବା ଯାହା କିଛି ପରିସ୍ଥିତି ଆମ ପାଖରେ ରହିଛି ସେଥିରୁ ଆମର ଖୁସି ଖୋଜିବା।ଦେଖିବେ ସବୁବେଳେ ଖୁସିରେ ରହିବେ।