Movie prime

ମା ଦେହରେ ଡାହାଣୀ ଲାଗିଛି ସନ୍ଦେହରେ ପୁଅକୁ ନିଧୁମ୍ ମାଡ଼ ଦେଖନ୍ତୁ ଘଟିଲା ସାଙ୍ଘାତିକ ଘଟଣା

 
Viral News

ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମା ଙ୍କୁ ଡାହାଣୀ ଲାଗିଛି ସେଥିପାଇଁ ପୁଅକୁ ମାଡ଼ ମାରିବା ଦରକାର।

ପୁଅକୁ ମାଡ଼ ମାରିଲେ ମା ଦେହରୁ ଡାହାଣୀ ଛାଡ଼ି ପଳାଇବ।ସେଥିପାଇଁ ମା ଆଗରୁ ପୁଅକୁ ମାଡ଼ ମାରିଲେ ପରିବାର ଲୋକେ।ଅନ୍ଧ ବିଶ୍ବାସ ର ଶିକାର ହୋଇ ନିଜ ଘର ଲୋକଙ୍କୁ କରିଛନ୍ତି ମରଣାତ୍ମକ ଆକ୍ରମଣ।

ସାନ ଭାଇ ବୋହୂ କୁ ଡାହାଣୀ ସନ୍ଦେହ କରି ପୁତୁରା କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ବଡ଼ ବାପା।ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାର ପୋଖରିଆ ଥାନା ଅନ୍ତର୍ଗତ ସାନ ଚାଟରା ଗ୍ରାମରେ ଦେଖିବାକୁ ମିଳିଛି।
ଆଜି ଶିକ୍ଷିତ ସମାଜରେ ଅନ୍ଧ ବିଶ୍ବାସ ଉପରେ ବିଶ୍ୱାସ କରୁଛି ମଣିଷ ସମାଜ।ସାନ ଚାଟରା ଗ୍ରାମରେ ଅନ୍ଧ ବିଶ୍ବାସ ପାଇଁ ହୋଇଛି ମରଣାତ୍ମକ ଆକ୍ରମଣ।ପୁତୁରା କୁ ଆକ୍ରମଣ କରିଛି ବଡ଼ ବାପା।
ଉକ୍ତ ଗ୍ରାମର ବନମାଳୀ ନାହାନ୍ତି ଙ୍କ ସ୍ତ୍ରୀ ଙ୍କୁ ଦେଢ଼ସୁର ପ୍ରଥମେ ମାଡ଼ ମାରିଥିଲେ। ଯାହାକୁ ବନମାଳୀ ଙ୍କ ପୁଅ ଶ୍ରବଣ କୁମାର ମହାନ୍ତି ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ।କିନ୍ତୁ ବଡ଼ ବାପା କାହା କଥା ଶୁଣି ନଥିଲେ।
ଏକ ଧାରୁଆ ଅସ୍ତ୍ରରେ ଶ୍ରବଣ ଙ୍କୁ ମାରିବାକୁ ଧାଇଁ ଆସିଥିଲେ। ଶ୍ରବଣ ରକ୍ତ ଯୁଡିବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ଶ୍ରବଣ ର ମା ପାଟି କରିବାରୁ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।
ଏହାପରେ ସେଠାରୁ ବଡ଼ ବାପା ଜଣଙ୍କ ଚଂପଟ ମାରିଥିଲେ।ଶ୍ରବଣ ରକ୍ତ ଯୁଡିବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ଦେଖି ଗ୍ରାମବାସୀମାନେ ତାଙ୍କୁ ହସ୍ପିଟାଲ୍ କୁ ନେଇ ଯାଇଥିଲେ।
ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜାଣିବାକୁ ମିଳିଛି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।