Movie prime

ନି-ଶାଛଡା କେନ୍ଦ୍ର କୁ ନେଇଯିବା ପଡ଼ିଲା ମହଙ୍ଗା ଦେଖନ୍ତୁ ଘଟିଲା ସାଙ୍ଘାତିକ ଘଟଣା

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାହା ପୁଣି ଏମ୍ସ ହସ୍ପିଟାଲ ର ପରିସର ରେ। ଡୁମୁଡୁମା ଫେଜ୍ ୨ ରେ ରୁହନ୍ତି ରାଜୀବ ଶ୍ରୀଚନ୍ଦନ।
ଟ୍ରେଜେରି ଅଫିସ୍ ର ରାଜୀବ ମଧ୍ଯ ଚାକିରୀ କରନ୍ତି। ହେଲେ ରାଜୀବ କିଛି ଦିନ ହେବ ଅଧିକ ନିଶା ସେବନ ମଧ୍ୟ କରୁଥିଲେ। ସେଥି ପାଇଁ ତାଙ୍କ ଘର ଲୋକ ତାଙ୍କୁ ପ୍ରାୟ ସମୟରେ ନିଶା ଛାଡ଼ିବା ପାଇଁ ମଧ୍ୟ କହୁଥିଲେ।
ରାଜୀବ ଙ୍କ ବାପା ନଥିବାରୁ ସବୁ ଦାୟିତ୍ଵ ରାଜୀବଙ୍କ ଉପରେ ଥିଲା। ଏହାପରେ ସେ ମନସ୍ଥ କରିଥିଲେ କି ସେ ନିଶା ଛାଡ଼ିଦେବେ।
ଏବଂ ଏହାପରେ ଅକ୍ଟୋବର ୨୬ ନିଶାରୁ ମୁକ୍ତି ପାଇବା ପାଇଁ କୋଳଥିଆ ନିକଟରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ର କୁ ଯାଇଥିଲେ। ସେଠାରେ ନିଜକୁ ଆଡ଼ମିଶନ ମଧ୍ୟ କରି ଦେଇଥିଲେ। ଏବଂ ସେ ନିଶା ଛାଡିବାର ଅନେକ ପ୍ରୟାସ ମଧ୍ୟ କରିଥିଲେ।
ହେଲେ ଗତ କାଲି ନିଶା ନିବାରଣ ଅଧିକାରୀ ର ଲୋକ ମାନେ କହିଥିଲେ କି ରାଜୀବ ଙ୍କ ଦେହ ବହୁତ ଅସୁସ୍ଥ ଅଛି। ଏବଂ ତାଙ୍କୁ ଛଅ ନମ୍ୱର ଡାକ୍ତରଖାନା ନେଇ ଯାଉଥିବାର ମଧ୍ୟ କହିଥିଲେ।
ଯେତେବେଳ ତାଙ୍କ ପରିବାର ଲୋକେ ଡାକ୍ତରଖାନା ରେ ପହଞ୍ଚିଥିଲେ ସେତେବେଳେ ଡ଼ାକ୍ତର କହିଥିଲେ କି ରାଜୀବ ରିଶିଭ ଡେଡ୍। ଏବେ କାନ୍ଦ ବୋବାଳିରେ ରେ ଫାଟି ପଡ଼ୁଛି ଡାକ୍ତରଖାନା ପରିସର।
ଘର ଲୋକ ମାନେ ଏହା କହୁଛନ୍ତି,ତାଙ୍କର ଏଭଳି ଭାବରେ କେବେ ବି ମୃ-ତ୍ୟୁ ହୋଇ ପାରିବନି କାରଣ ରାଜୀବ ଥିଲେ ଜଣେ ଭଲ ମଣିଷ। ତାଙ୍କ ଦେହ ସାରା ମଧ୍ଯ ଅନେକ ଦାଗ ରହିଛି।
ପାରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ନିଶା ନିବାରଣ କେନ୍ଦ୍ର ଦ୍ୱାରା ଦିଆଯାଇଥିବା ନିର୍ଯାତନା କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଛି। ତେବେ ଦେଖାଯାଉ ଏହି ଘଟଣାର ପୋଲିସ ଅନୁଧ୍ୟାନ ପରେ ସତ୍ୟାସତ୍ୟ କଣ ବାହାରୁଛି।