Movie prime

ଶିଶୁ ଦିବସ ରେ କୁନି କୁନି ପିଲା ମାନଙ୍କ ସହ ସମୟ ବିତାଇଲେ ଆପଣଙ୍କ ପ୍ରିୟ ହିରୋ ରାଜେଶ

 
Viral News
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ରାଜ୍ ରାଜେଶ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ମିଠା ମିଠା ରିୟାଲିଟି ରେ ଫାଷ୍ଟ ରନଅର ଅଫ୍ ହୋଇଥିଲେ। ରାଜେଶ୍ ୨୦୦୮ ରୁ ଶିଶୁ କଳାକାର ଭାବରେ ଅଭିନୟ କରୁଥିଲେ।ଏହାପରେ ନେଗେଟିଭ ରୋଲ୍ ରେ ଅଭିନୟ କରିଥିଲେ। 
ସିରିଏଲ୍ "ତୋ ଅଗଣାର ତୁଳସୀ ମୁଁ"ରୁ ତାଙ୍କୁ ସମସ୍ତେ ଜାଣିଥିବେ।ରିୟାଲିଟି ଶୋ ଉଇନର ହେବାପରେ "ମିଠା ମିଠା "ଫିଲ୍ମ୍ କରିଥିଲେ।ତାପରେ ତାଙ୍କୁ ହିରୋର ଅଭିନୟ କରିବା ପାଇଁ ଅଫର୍ ଆସିଥିଲା।
ଆହୁରି ବହୁତ ଫିଲ୍ମ୍ ଓ ଆଲବମ ରାଜ କରିଛନ୍ତି। ଯାହାକି ସବୁ ସୁପର ହିଟ୍ ହୋଇଛି।ବର୍ତ୍ତମାନ ଅଭିନେତା ରାଜେଶ୍ ଙ୍କ ର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ଯେଉଁଥିରେ ସେ ଏକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ କୁ ଯାଇଛନ୍ତି।
ଆଉ ସେଠାରେ କୁନି ପିଲା ମାନଙ୍କ ସହିତ ଶିଶୁ ଦିବସ ପାଳନ କରିଛନ୍ତି।ସେଠାରେ ପିଲା ମାନଙ୍କୁ ବହୁତ ମଜାଦାର ପ୍ରଶ୍ନ ମଧ୍ୟ ପଚାରିଥିଲେ।
ଅଭିନେତା ରାଜେଶ୍ ପିଲା ମାନଙ୍କୁ କିଏ ପାଠ ପଢିବାକୁ ଭଲ ପାଇଥାନ୍ତି,ଆଉ କିଏ ମୋବାଇଲ୍ ରେ ଗେମ୍ ଖେଳିଥାନ୍ତି ପଚାରିଥିଲେ।
ପିଲାମାନେ ଏଭଳି ପ୍ରଶ୍ନ ଶୁଣି ବହୁତ ଖୁସି ହୋଇଥିଲେ।ଅଭିନେତା ରାଜେଶ୍ କହିଥିଲେ ଯେ ଯଦି ପାଠ ପଢିବାକୁ ଇଚ୍ଛା ହେଉଛି ତାହେଲେ ମନ ଦେଇ ପାଠ ପଢ଼।
ଯଦି ପାଠ ପଢିବାକୁ ଇଚ୍ଛା ହେଉନାହିଁ ତାହେଲେ ପାଠ ପଢ଼ ନାହିଁ।ଏହି କଥାଶୁଣି ପିଲାମାନେ ତାଳି ମାରିଥିଲେ।ସ୍କୁଲ୍ ର ଗୁରୁଜୀ ମଧ୍ୟ କହିଛନ୍ତି ଯେ ଜିରୋ ରୁ କିଭଳି ହିରୋ ହୁଅନ୍ତୁ ତାହା ଜ୍ଵଳନ୍ତ ଉଦାହରଣ ଦେଖିବାକୁ ପାଇଛନ୍ତି।
ଅଭିନେତା ରାଜେଶ୍ ପିଲା ମାନଙ୍କୁ ବହୁତ ସୁନ୍ଦର କଥା କହିଛନ୍ତି। ସବୁକିଛି ପାଖରେ ନଥିଲେ ମଧ୍ୟ ନିଜର ଦୃଢ଼ ସଂକଳ୍ପ ଆମକୁ ନିଶ୍ଚିନ୍ତ ରୂପେ ଲକ୍ଷ ସ୍ଥଳରେ ପହଞ୍ଚାଇ ଦେବ।ସେଠାରେ ରାଜେଶ୍ ଗଛ ମଧ୍ୟ ପୋତି ଥିଲେ।ଏବଂ ପିଲା ମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ।