Movie prime

ଜର୍ମାନୀ ର ବୈଜ୍ଞାନିକ ଓଡ଼ିଶା ଝିଅ ଦେଖନ୍ତୁ କେମିତି ସାଉଁଟୁଛନ୍ତି ପ୍ରଶଂସା ସୁଅ

 
Viral News
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଓଡ଼ିଶା ପାଇଁ ଗର୍ବ ଆଉ ଖୁସିର ଖବର ଦେଖିବାକୁ ମିଳିଛି। ଜଣେ ଜର୍ମାନୀର ବୈଜ୍ଞାନିକ ଓଡ଼ିଶା ଝିଅ।
କୋରାପୁଟ ଜିଲ୍ଲା କଟୋପଡା ବ୍ଲକ ଢାମଣ ଗ୍ରାମର ଐଶ୍ୱର୍ଯ୍ୟ ପ୍ରଭୁଙ୍କ ସଫଳ କାହାଣୀ। ୨୧ ବର୍ଷ ବୟସରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ନେଇ ଜର୍ମାନୀ ଯାଇଥିଲେ ଐଶ୍ୱର୍ଯ୍ୟ ବ୍ରହ୍ମ। 
ଐଶ୍ୱର୍ଯ୍ୟ ବ୍ରହ୍ମଙ୍କ ବାପାଙ୍କ ନାମ ହେଉଛି ବ୍ରଜ କିଶୋର ବ୍ରହ୍ମ ଜର୍ମାନୀ ଯାଇ ସେଠାରେ ସେ ଶିକ୍ଷା ଅଧ୍ୟୟନ ନିମନ୍ତେ ଭିନ୍ନ ଭିନ୍ନ ଅନୁଷ୍ଠାନରେ ନିଜର ଶିକ୍ଷା ପୂର୍ଣ୍ଣ କରି, ବର୍ତ୍ତମାନ ଜର୍ମାନୀର ସବୁଠାରୁ ଏକ ବଡ଼ ଫାର୍ମା କମ୍ପାନୀର ନଭାଷ୍ଟିକରେ ବୈଜ୍ଞାନିକ ଅଛନ୍ତି।
କିଛି ମାସ ପୂର୍ବରୁ ଜର୍ମାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜର୍ମାନୀର ୨୦ଜଣ ସଫଳ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯାଇଥିଲା।
ଆଉ ସେଥି ମଧ୍ୟରୁ ଐଶ୍ୱର୍ଯ୍ୟ ବ୍ରହ୍ମ ହେଉଛନ୍ତି ଜଣେ ଯିଏ କି ସଫଳ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଥିଲେ।
ସବୁଠାରୁ ମହତ୍ଵପୂର୍ଣ୍ଣ ବିଷୟ ହେଉଛି ଯେ ଐଶ୍ୱର୍ଯ୍ୟ ବ୍ରହ୍ମ ବହୁତ ବର୍ଷ ହେଲା ଜର୍ମାନୀରେ ରହି ମଧ୍ୟ ତାଙ୍କର ପରମ୍ପରାକୁ ଭୁଲି ନାହାନ୍ତି। ଆଉ ଜର୍ମାନୀର ଅଧିବାସୀଙ୍କୁ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟକଳା ବିଷୟରେ ଶିକ୍ଷା ପ୍ରଦାନ କରୁଛନ୍ତି। 
ନିଜେ ମଧ୍ୟ ଐଶ୍ୱର୍ଯ୍ୟ ବ୍ରହ୍ମ ଜର୍ମାନୀରେ ଅନୁଷ୍ଠିତ ଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟ ଗୀତକୁ ପ୍ରଦର୍ଶନ କରୁଛନ୍ତି। ଐଶ୍ୱର୍ଯ୍ୟ ବ୍ରହ୍ମ ଜଣେ ଭାରତୀୟ ଭାବେ ଜର୍ମାନୀ ଅଧିବାସୀଙ୍କ ଠାରୁ ସେନହ ଶ୍ରଦ୍ଧା ଭଲ ପାଇବା ସାଉଁଟିବା ସହିତ ନିଜ ଦେଶ ଏବଂ ରାଜ୍ୟର କଳାକୁ ନେଇ ବିଦେଶରେ ପ୍ରଦର୍ଶନ କରୁଛନ୍ତି।