Movie prime

ବୋଲଗଡ ମହୋତ୍ସବ ରେ ରାଣୀ ପଣ୍ଡା ସନ୍ଧ୍ୟା ହେଲା ପୁରା ରଙ୍ଗୀନ ଦେଖନ୍ତୁ ରାଣୀ କହିଲେ ମନର କଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖିଥିବେ । ଆପଣମାନେ ଯାତ୍ରା ଜଗତର ମହାନ୍ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ନେଇ ଆସୁଥିବା ଖବର ବିଷୟରେ ମଧ୍ୟ ଜାଣିଥିବେ ।
ସୋସିଆଲ ମିଡିଆରେ ରାନୀ ପଣ୍ଡାଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ । ଆପଣମାନେ ସମସ୍ତେ ତ ବିବାଦୀୟ ଅଭିନେତ୍ରୀ ବା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବହୁତ ଭଲଭାବରେ ଜାଣିଥିବେ ।
ସେ ତାଙ୍କ କାମ ଆଉ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ସମାଜସେବା କରିଥାନ୍ତି । ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ସବୁକିଛି କରିଥାନ୍ତି । 
ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଅଭିନେତ୍ରୀ ରାନୀ ପଣ୍ଡା ଏକ ମହୋତ୍ସବରେ ଯୋଗ ଦେଇଛନ୍ତି । ଆଉ ସେ ସେଠାରେ ଅନେକ କଥା କହିଛନ୍ତି ।
ଅଭିନେତ୍ରୀ ରାନୀ ପଣ୍ଡା ବୋଲଗଡ଼ ମହୋତ୍ସବରେ ଯୋଗ ଦେଇଥିଲେ । ସେ ସେଠାରେ ପହଞ୍ଚି ଲୋକମାନଙ୍କୁ ଅନେକ କଥା କହିଥିଲେ । ସେ ଷ୍ଟେଜରେ ପହଞ୍ଚି ବଡମାନଙ୍କୁ ନମସ୍କାର ଏବଂ ସାନମାନଙ୍କୁ ସ୍ନେହ ଦେଇଥିଲେ ।
ଏଠାରେ ସେ ଯୋଗ ଦେଇ ଥିବାରୁ ନିଜକୁ ଧନ୍ୟ ମନେ କରୁଥିଲେ । ଆଉ ସେ ସେଠାରେ କହିଥିଲେ ଆପଣମାନେ ଭାବୁଥିବେ ରାନୀ ପଣ୍ଡା ଏତେ ଖରାପ ଭାଷା କାହିଁକି କହିଥାଏ ? 
ରାନୀ ପଣ୍ଡା କହିଛନ୍ତି ତାଙ୍କୁ ସେତିକି କଷ୍ଟ ହୋଇଥାଏ ବୋଲି ସେ ଭାଷା କହିଥାନ୍ତି । ତାଙ୍କୁ ଅନେକ ଲୋକ ଖରାପ କରି କହିଥାନ୍ତି ସେଥିପାଇଁ ସେ ଏଭଳି ଭାଷା କହିଥାନ୍ତି । ଏହାସହ ସେ କହିଛନ୍ତି ସେ ଜମାବି ଖରାପ ନୁହଁନ୍ତି ।
ସେ ସବୁବେଳେ ଲୋକଙ୍କ ଭଲ ପାଇଁ କାମ କରି ଆସିଛନ୍ତି । ତାଙ୍କର ହୃଦୟ ଦେଖିବାକୁ ସେ କହିଛନ୍ତି ତାଙ୍କୁ ଉପରୁ ଏମିତି ଦେଖି ଜଜ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।
ଏହାସହ ସେ ଅନୁଭବ ମହାନ୍ତିଙ୍କୁ ନେଇ ମଧ୍ୟ କିଛି କହିଛନ୍ତି । ସେ କହିଛନ୍ତି, ଆପଣମାନେ ଭାବୁଥିବେ କି ରାନୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ନେଇ ପଳେଇ ଆସିଛି । 
ନାଁ ରାନୀ ପଣ୍ଡା ବାଂ-ଝ ଆଉ ବାଂ-ଝ ହୋଇ ରହିବ । ସେ କୌଣସି ସ୍ୱାମୀ ଆଉ ସ୍ତ୍ରୀ ମଝିରେ ପଶିବ ନାହିଁ । ସେ ଏହି ମହୋତ୍ସବରେ ଆସି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।
ତାଙ୍କୁ ଏଠାକୁ ଡାକି ଥିବାରୁ ସେ ଧନ୍ୟବାଦ୍ ଦେଇଛନ୍ତି । ଏହି ଷ୍ଟେଜରେ ସେ ଗୀତ ଗାଇଛନ୍ତି ଆଉ ନାଚ ବି କରିଛନ୍ତି । ସେ କହିଛନ୍ତି ଲୋକମାନଙ୍କ ସେବାରେ ସବୁବେଳେ ଏହି ରାନୀ ପଣ୍ଡା ଅଛି ଆଉ ଆଗକୁ ରହିବ ମଧ୍ୟ ।
ଲୋକମାନେ ଆଗରେ ଭଲ କହି ପଛରେ ଖରାପ କହୁଛନ୍ତି । ଏଇତ ଦୁନିଆର କଥା ।ଏମିତି ଅନେକ କଥା ଷ୍ଟେଜରେ କହିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ ।