Movie prime

ଶିକ୍ଷା ବ୍ୟବସ୍ଥାର ଚିତ୍ର ଆଲମିରା ପାଲଟିଛି ପିଲାଙ୍କ କଳା ପଟା ଦେଖନ୍ତୁ ପିଲାମାନେ କେମିତି ପଢୁଛନ୍ତି ପାଠ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆଜିକାର ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାର କେତେ ଯେ ଚିନ୍ତିତ ତାହା ମଧ୍ୟ ଆପଣମାନେ ଜାଣିଥିବେ । ଆଉ ଏବେ ସବୁ ଏରିଆରେ ତ ସ୍ମାର୍ଟ ସ୍କୁଲର ବ୍ୟବସ୍ଥା ହୋଇଯାଇଛି । ଆଉ ଏହାକୁ ନେଇ ସମସ୍ତ ଛାତ୍ରଛାତ୍ରୀ ଖୁସି ଅଛନ୍ତି । ଆଉ ଏହି ସ୍ମାର୍ଟ ସ୍କୁଲ ବ୍ୟବସ୍ଥାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି ।
ଆଜିକା ସମୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥା ବହୁତ ଉନ୍ନତ ଅଛି । କିନ୍ତୁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠାରେ ଏହି ଶିକ୍ଷା ବ୍ୟବସ୍ଥା ଅନୁନ୍ନତ ଅବସ୍ଥାରେ ଅଛି । ଆଉ ଆଜି ପର୍ଯ୍ୟନ୍ତ ଏମିତି କିଛି ଅଞ୍ଚଳ ଅଛି ଯେଉଁ ଅଞ୍ଚଳରେ ହୁଏତ ସରକାରୀ ବ୍ୟବସ୍ଥା ପହଞ୍ଚି ପାରୁନି କିମ୍ବା କିଛି ଲୋକମାନେ ଏହି ସରକାରୀ ବ୍ୟବସ୍ଥା ପାଇଁ ଆସୁଥିବା ପଇସାକୁ ଲୁଟ କରୁଛନ୍ତି । ଆଉ ଏଭଳି ଏମିତି କିଛି ଘଟଣା ବିଷୟରେ ଆମେ ଏହି ଭିଡିଓ ମାଧ୍ୟମରେ ଜାଣିବା ।
ସରକାର ରାଜ୍ୟରେ ସ୍ମାର୍ଟ ସ୍କୁଲ କରୁଛନ୍ତି କାରଣ ପିଲାମାନେ ପାଠପଢି ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିବେ ।ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଅଞ୍ଚଳ ସ୍ଥିତ ବିନକାପୁର ବିନକା ଉଚ୍ଚ ବିଦ୍ୟାଳୟର ।ଏହି ଅଞ୍ଚଳରେ ଗୋଟିଏ ସ୍କୁଲରେ ଶିକ୍ଷୟତ୍ରୀ ହୁଅନ୍ତୁ ବା ଶିକ୍ଷକ ସେ ଆଲାମିରାରେ ଲେଖି ପାଠ ପଢ଼ାଉଛନ୍ତି । ଆପଣମାନେ ଜାଣିଥିବେ ସବୁ ସ୍କୁଲରେ କଳପଟାରେ ପାଠ ପଢାଯାଏ । କିନ୍ତୁ ଏହି ସ୍କୁଲରେ କଳାପଟାର ସୁବିଧା ନାହିଁ ।
ଆଉ ସେଥିପାଇଁ ପିଲାମାନେ ସବୁ ପାଠ ଏହି ଆଲାମିରାରେ ପଢୁଛନ୍ତି । ସେ ଗଣିତ, ସାହିତ୍ୟ ବା ଅନ୍ୟ କୌଣସି ବିଷୟ ଯଥା ଇଂରାଜୀ, ସାମାଜିକ ବିଜ୍ଞାନ ଆଦି ସବୁ ବିଷୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହି ଆଲମିରାରେ ଲେଖି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । ଆଉ କଳାପଟା ସ୍କୁଲରେ ନଥିବାରୁ ଆଲମିରାକୁ କଳାପଟା କରିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ।
ଆମ ରାଜ୍ୟରେ ସମସ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଉନ୍ନତ ଥିବା ବେଳେ ଏହି ଅଞ୍ଚଳରେ ଆଲମିରାର ଦୁଇ ପାଖ କବାଟକୁ ଶିକ୍ଷକ ଶିକ୍ଷୟତ୍ରୀ କଳାପଟା ଭାବି କରି ପାଠ ପଢ଼ାଉଛନ୍ତି ଆଉ ପିଲାମାନେ ମନଧ୍ୟାନ ଦେଇ ପାଠ ପଢୁଛନ୍ତି । ଆଜିକା ଦୁନିଆରେ ଏମିତି ଶିକ୍ଷା ଅବସ୍ଥା ହେଲେ ପିଲାମାନଙ୍କର ଭବିଷ୍ୟତ କଣ ହେବ ।