Movie prime

ସମ୍ବଲପୁରୀ ଗୀତ ଗାଇ ଷ୍ଟେଜ ଥରାଇ ଦେଲେ Mantu Churia ଦେଖନ୍ତୁ ଲାଇଭ ପ୍ରଫରମାନ୍ସ

 
Viral video
ସମ୍ବଲପୁରୀ ଗୀତକୁ ବିଶ୍ଵ ସ୍ତରରେ ପହଞ୍ଚାଇ ଥିବା ଏବଂ ନିଜର ମ୍ୟାଜିକ ସ୍ୱର ଯୋଗୁ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଘରେ ଘରେ ସୁ ପରିଚିତ ହୋଇଥିବା ଜଣେ ଗାୟକ ହେଉଛନ୍ତି ମଣ୍ଟୁ ଛୁରିଆ।ଗାୟକ ମଣ୍ଟୁ ଛୁରିଆ ତାଙ୍କ ସ୍ଵରରେ ସମସ୍ତଙ୍କୁ ପାଗଳ କରି ଦେଉଛନ୍ତି।ଯେଉଁଠି ଦେଖିବେ ମଣ୍ଟୁ ଛୁରିଆ ଙ୍କ ସମ୍ବଲପୁରୀ ଗୀତ ଲଗାଇ ଲୋକମାନେ ନାଚୁଥିବେ। ଖାସ୍ କରି ମେଲୋଡି ରେ ହେଉ ଅବା ବରଯାତ୍ରୀ ରେ ହେଉ ସମସ୍ତେ ନାଚିଥାନ୍ତି।
ବର୍ତ୍ତମାନ ମଧ୍ୟ ଗାୟକ ମଣ୍ଟୁ ଛୁରିଆ ଏକ ପୂଜା ମେଲୋଡି ରେ ତାଙ୍କ ଯାଦୁ ଦେଖାଇଛନ୍ତି।ଯାହାକି ଦର୍ଶକମାନେ ଦେଖି ବହୁତ ଖୁସି ହୋଇଛନ୍ତି।ସେଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସେମାନେ ସେହିଠାରେ ଛିଡ଼ା ହୋଇ ନାଚୁଛନ୍ତୀ ଏବଂ ଭିଡିଓ ମଧ୍ୟ କରୁଛନ୍ତି।କିନ୍ତୁ ଆପଣମାନେ ମଣ୍ଟୁ ଛୁରିଆ ଙ୍କ ବିଷୟରେ ବହୁତ କମ କଥା ଜାଣିଥିବେ।ସେ ଅଗଷ୍ଟ ୭ ରେ ଜନ୍ମ ଗ୍ରହଣ କରିଥିଲେ।ସେ ରେଙ୍ଗାଳି ସମ୍ବଲପୁର ରେ ଜନ୍ମ ଗ୍ରହଣ କରିଥିଲେ।
ତାଙ୍କର ପ୍ରକୃତ ନାମ ହେଉଛି ଝଶ୍ କେତନ ଛୁରିଆ।ଆଉ ତାଙ୍କ ବାପାଙ୍କ ନାମ ହେଉଛି ଯୁଧିଷ୍ଠିର ଛୁରିଆ ଏବଂ ମା ଙ୍କ ନାମ ହେଉଛି ସୋଭାଗିନି ଛୁରିଆ।ସେ କ୍ଲାସିକାଲ ଗୀତ ଶିକ୍ଷା କରୁଥିଲେ।ସ୍କୁଲ୍ ରେ ପଢୁଥିବା ସମୟରେ ମଣ୍ଟୁ ଛୁରିଆ ଙ୍କ ସଙ୍ଗୀତ ପ୍ରତି ଥିବା ରୁଚି ଯୋଗୁ ସେ ତାଙ୍କ ଗ୍ରାମର ସଙ୍କୀର୍ତ୍ତନ ରେ ଯୋଗ ଦେଇଥିଲେ। ଏବଂ ସେହି ସମୟରେ ବହୁତ ସୁନ୍ଦର ଗୀତ ଗାଇଥିଲେ।ଲୋକମାନେ ବହୁତ ପ୍ରଶଂସା ମଧ୍ୟ କରିଥିଲେ।
ବର୍ତ୍ତମାନ ସେ ବହୁତ ବଡ଼ ଗାୟକ ଅଟନ୍ତି।ତାଙ୍କୁ ସମସ୍ତେ ଜାଣିଛନ୍ତି।ସେ ଅନେକ ସମ୍ବଲପୁରୀ ଗୀତ ଗାଇ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।ଦର୍ଶକମାନେ ଏବେ ତାଙ୍କ ଗୀତ ଶୁଣିବା ପାଇଁ ପାଗଳ ହେଉଛନ୍ତି।ସେ ସ୍ଵତନ୍ତ୍ର ନାମ ସୃଷ୍ଟି କରି ପାରିଛନ୍ତି।ବର୍ତ୍ତମାନ ମେଲୋଡି ରେ ମଧ୍ୟ ମଣ୍ଟୁ ଛୁରିଆ ସମ୍ବଲପୁରୀ ଗୀତ ଗାଇଥିଲେ।ଯାହାକୁ ଦର୍ଶକମାନେ ଶୁଣି ତାଳି ମାରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.