Movie prime

ନିଜ ଜୀବନର ଦୁଃଖ କଥାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ଲୋକପ୍ରିୟ ଅଭିନେତ୍ରୀ Barsha Priyadarshini ଦେଖନ୍ତୁ କଣ କହିଲେ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ସେ ଅସହ୍ୟ ଯନ୍ତ୍ରଣା ସହିଛନ୍ତି।ଅନେକ କିଛି ସହି ସେ ଆଜି ପୀଡ଼ିତା ହୋଇଛନ୍ତି।ହେଲେ ସେ ପ୍ରତିଥର ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି।ସବୁ ପରିସ୍ଥିତି ର ସାମ୍ନା ଧର୍ଯ୍ୟ ର ସହିତ କରିଛନ୍ତି।
ତାଙ୍କ ଜୀବନ କୁ ଗୋଟେ ପରେ ଗୋଟେ ଝଡ଼ ଆସୁଛି।ସେ ହେଉଛନ୍ତି ଜଣେ ଝଡ଼ କୁ ସାମ୍ନା କରିଥିବା ପୀଡ଼ିତା।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏମିତି କିଛି ବୟାନ ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଥର ଥର କଣ୍ଠ ରେ କିଛି ବଖାଣି ଛନ୍ତି ତାଙ୍କ ଜୀବନର ଅକୁହା କଥା।ଯେଉଁ କଥାକୁ ଏହା ପୂର୍ବରୁ ସେ କାହାରି ଆଗରେ କହି ନଥିଲେ।ଯେଉଁ କଥାକୁ କେବେ ହେଲେ କାହାରି ଆଗରେ କହିବାକୁ ଚାହୁଁ ନଥିଲେ।
କିନ୍ତୁ ବର୍ତମାନ ସେ ପ୍ରତିଟି ନାରୀ ଙ୍କୁ ଶକ୍ତି ଶାଳୀ କରିବା ପାଇଁ ତାଙ୍କର ଏହି ଅକୁହା କଥା କୁ କହିଥିଲେ।ତାଙ୍କ ସଂଘର୍ଷ,ଧର୍ଯ୍ୟ ସବୁ କିଛି ସେ ସହ ସହ ଛାତ୍ରୀ ମାନଙ୍କ ଆଗରେ କହିଛନ୍ତି।
ସେ ଏମିତି କିଛି ବୟାନ ରଖିଛନ୍ତି ରମାଦେବୀ ବିଶ୍ଵ ବିଦ୍ୟାଳୟ ରେ ଆୟୋଜନ ହୋଉଥିବା ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ରେ। ବର୍ଷା କହିଛନ୍ତି କି ଜୀବନ ଫୁଲ ରେ ସଜା ହୋଇଥିବା ଖଟ ନୁହେଁ।ଜୀବନ ଟା ହେଉଛି ଏକ ଅନିଶ୍ଚିନ୍ତତା।
କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ,ଯେମିତି ତାଙ୍କ ସହିତ ହୋଇଛି। ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି କି ତାଙ୍କ ଜୀବନରେ ଏପରି କିଛି ଝଡ଼ ଆସିଛି ଯାହାକୁ ସେ କେବେହେଲେ ବିଶ୍ୱାସ କରି ନଥିଲେ।
ଏହି ଜୀବନ ତାଙ୍କୁ ବହୁତ ଥର ତଳେ ପକାଇବା ପାଇଁ ଚେଷ୍ଟା କରିଛି।କିନ୍ତୁ ସେ ତଳେ ପଡ଼ି ମଧ୍ୟ ସଂଘର୍ଷ କରି ଉପରକୁ ଉଠିଛନ୍ତି।ସେ ଇଙ୍ଗିତ କରି କହିଛନ୍ତି କି ଏମିତି କିଛି ହତାଶ ବ୍ୟକ୍ତି ତାଙ୍କ ଗୋଡ଼ ଟାଣିବାକୁ ଚେଷ୍ଟା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.