Movie prime

ଅପହରଣର ସାଙ୍ଘାତିକ ଦୃଶ୍ୟ ଦେଖନ୍ତୁ କେମିତି କୌଶଳ କରି ଖସି ଆସିଲେ ଛାତ୍ରୀ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଏହି ଘଟଣା ହେଉଛି ଜଣେ ଦଶମ ଛାତ୍ରୀଙ୍କ ଅପହରଣ । 
ଜଣେ ଦଶମ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ । ଛାତ୍ରୀ ଜଣକ ନିଜ ଜୀବନ ବଞ୍ଚାଇବା ପାଇଁ କାଚ ଭାଙ୍ଗି କାର ଭିତରୁ ପଳାଇ ଆସିଥିଲେ । ଆଉ ସେହି ଛାତ୍ରୀ ଜଣକ କୌଶଳ କ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ ।
ଏବେ ପ୍ରଶ୍ନ ଆସୁଛି କି ଛାତ୍ରୀଙ୍କ ଅପହରଣ ପାଇଁ କିଏ ରଚିଥିଲା ଷଡ଼ଯନ୍ତ୍ର ? କଣ ଥିଲା ଉଦ୍ଦେଶ୍ୟ ? କାଚ ଭାଙ୍ଗି ଖସି ଆସିଲେ ସିନା ଦେହ ସାରା ଅଛି କଟା ଦାଗ । ଛାତ୍ରୀ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ନିଃଶ୍ୱାସରେ ଦୌଡ଼ି ଦୌଡ଼ି ଆସି ପହଞ୍ଚିଥିଲେ ।
ଏହି ଘଟଣା ଦେଖି ଅନ୍ୟ ଅଭିଭାବକମାନେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଭୟ କଲେଣି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି ।
ଦଶମ ପରୀକ୍ଷା ଚାଲିଛି । ଆଉ ପରୀକ୍ଷାରୁ ଫେରିବା ବାଟରେ ଛାତ୍ରୀ ଜଣଙ୍କୁ ଅପହରଣ କରି ନେଇଥିଲେ । ଛାତ୍ରୀ ଜଣକ କୌଶଳ କ୍ରମେ କାଚ ଭାଙ୍ଗି ଖସି ଆସିଥିଲେ କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ । ଆଉ ସେ ଦୌଡ଼ି ଦୌଡ଼ି ଆସି ଅଚେତ୍ ହୋଇ ରାସ୍ତାରେ ପଡ଼ି ଯାଇଥିଲେ ।
ଏହାପରେ ସ୍ଥାନୀୟ ଲୋକମାନେ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ଛାତ୍ରୀ ଜଣକ କାର ଭିତରେ ଟଙ୍କା ଲେଣ ଦେଣ ବିଷୟରେ ଶୁଣିଥିଲେ ।
ଏବେ ପ୍ରଶ୍ନ ଆସୁଛି ଏହି ଛାତ୍ରୀ ଜଣଙ୍କୁ ଅପହରଣ କରିବାକୁ କିଏ ଷଡ଼ଯନ୍ତ୍ର ରଚିଥିଲା ଆଉ ଉଦ୍ଦେଶ୍ୟ କଣ ଥିଲା ? ଛାତ୍ରୀ ଜଣକ କହିଛନ୍ତି ତିନିଜଣ ଦୁର୍ବୃତ୍ତ ଥିଲେ । ଆଉ ତାଙ୍କୁ ସେ ଚିହ୍ନି ନାହାଁନ୍ତି ।
ସେହି ଦୁର୍ବୃତ୍ତମାନେ ତାଙ୍କ ପାଟି ବନ୍ଦ କରି ଅପହରଣ କରି ନେଇଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣା ସମସ୍ତଙ୍କର ଚିନ୍ତା ବଢ଼ାଇଛି ।