Movie prime

ବଡ ବିପଦରେ ଅର୍ଦ୍ଧେନ୍ଦୁଙ୍କ ବାପା ଦେଖନ୍ତୁ Exclusive ବାପାଙ୍କ ପାଇଁ ପୂଜା କଲେ ଆଶ୍ରିବାଦ ମାଗିଲେ

 
Ollywood
ଆପଣମାନେ ଜାଣିଥିବେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଯକୃତ ଖରାପ ହୋଇ ଯାଇଥିବାରୁ ଚିକିତ୍ସା ପାଇଁ ପଚାଶ ଲକ୍ଷ ଟଙ୍କା ଆବଶ୍ୟକ। ସେଥିପାଇଁ ତାଙ୍କୁ ଅର୍ଥ ସାହାର୍ଯ୍ୟ କରିବା ପାଇଁ କହିଥିଲେ।କିନ୍ତୁ ଅନେକ କଳାକାର ମାନେ ତାଙ୍କୁ ସାହାର୍ଯ୍ୟ କରିଛନ୍ତି।
ଅଭିନେତା ଅର୍ଧେନ୍ଧୁ ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ସାହାର୍ଯ୍ୟ କରିଛନ୍ତି।କିନ୍ତୁ ଗଣମାଧ୍ୟମ ସାମ୍ନାରେ ଯେତେବେଳେ ଏହି ବିଷୟରେ ପଚରା ଯାଇଥିଲା ସେ କିଛି କହି ନଥିଲେ।କିନ୍ତୁ ସୂଚନା ଅନୁସାରେ ଅଭିନେତା ଅର୍ଧେନ୍ଧୁ ଦଶ ଲକ୍ଷ ଟଙ୍କା ଦେଇଥିଲେ।
ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ଅଭିନେତା ଅର୍ଧେନ୍ଧୁ କହିଛନ୍ତି ଯେ ତାଙ୍କ ବାପା ଦେହ ବହୁତ ଖରାପ ହୋଇ ଯାଇଛି।ତାଙ୍କ ବାପା ଆପୋଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ଅର୍ଧେନ୍ଧୁ ଙ୍କ ବାପାଙ୍କର କିଡନୀ ନଷ୍ଟ ହୋଇ ଯାଇଥିବାରୁ ଅଢେଇ ମାସ ହୋଇଗଲାଣି ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି।
ତେଣୁ ଅର୍ଧେନ୍ଧୁ ଦର୍ଶକ ମାନଙ୍କୁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ କହିଛନ୍ତି।ଆଉ ତାଙ୍କ ବାପା ଖୁବ୍ ଜଲ୍ଦୀ ଭଲ ହୋଇ ଯାଆନ୍ତୁ ବୋଲି ଆର୍ଶୀବାଦ କରନ୍ତୁ ବୋଲି କହିଛନ୍ତି।
ଯାହାଙ୍କର ମନ ଅନ୍ୟ କଳାକାରଙ୍କ ପାଇଁ ତରଳି ଥିଲା ସେହିଭଳି ଏକ ଭଲ ମଣିଷ ଙ୍କ ର ବାପାଙ୍କ ଦେହ ଖରାପ ଅଛି।ଅର୍ଧେନ୍ଧୁ କହିଛନ୍ତି ଯେ ପିଣ୍ଟୁ ନନ୍ଦ ୨୭ ବର୍ଷ ହୋଇଗଲାଣି ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରୁଛନ୍ତି।
ଆଉ ସେ ବହୁତ ଭଲ କଳାକାର ଅଟନ୍ତି।ଓଡ଼ିଶା ଲୋକଙ୍କ ପାଇଁ କାମ କରୁଛନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମରେ ଲୋକ ମାନଙ୍କୁ ହସାଉ ଥିଲେ, କନ୍ଦାଇ ଥିଲେ ଆଉ ମନୋରଂଜନ କରୁଥିଲେ।ସେଭଳି ଭଲ କଳାକାର ଙ୍କ ଏଭଳି ଅବସ୍ଥା ହୋଇଛି।
ସେ ତାଙ୍କୁ ବଡ଼ ଭାଇ ବୋଲି ସମ୍ମାନ ଦେଇଥାନ୍ତି।ପିଣ୍ଟୁ ନନ୍ଦ ମଧ୍ୟ ତାଙ୍କୁ ସାନ ଭାଇ ପରି ବହୁତ ଭଲ ପାଇବା ଦେଇଛନ୍ତି।ସେ ଯାହା ବି ଟଙ୍କା ଦେଇଛନ୍ତି ତାହା କିଛି ବଡ଼ କଥା ନୁହେଁ।
ଓଡିଶାବାସୀ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ବୋଲି ପିଣ୍ଟୁ ନନ୍ଦ କହିଛନ୍ତି।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.