Movie prime

୩ ଦିନ ଭିତରେ ଓଡ଼ିଶା କୁ ଆସୁଚି ଭୟଙ୍କର ବାତ୍ୟା ! ସମୁଦ୍ର କୁ ନ ଯିବାକୁ ମତ୍ସଜୀବୀ ଙ୍କୁ ନିର୍ଦ୍ଦେଶ

 
Special report
ଜୁନ ୪ ରେ କେରଳ ଛୁଇଁବାକୁ ଯାଉଛି ମୌସୁମୀ ବାୟୁ।ଚଳିତ ବର୍ଷ ୪ ଦିନ ବିଳମ୍ବ ରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏଥର ସାମାନ୍ୟ ବିଳମ୍ବ ରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।ବିଳମ୍ବ ରେ ମୌସୁମୀ ଆସିଥିଲେ ମଧ୍ୟ ଏହାର ପ୍ରଭାବରେ ସ୍ବଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।
ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ ର କେରଳ ଛୁଇଁ ଥାଏ।ତେବେ କେରଳ ଛୁଇଁବାର ୧୦ ଦିନ ପରେ ମୌସୁମୀ ବାୟୁ ଓଡ଼ିଶାକୁ ଆସିଥାଏ।ତେଣୁ ରଜ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି।
Special report
ଗତବର୍ଷ ମେ ୨୯ତାରିଖ ରେ ମୌସୁମୀ କେରଳ ଛୁଇଁ ଥିଲା।ବୈଜ୍ଞାନିକ ରମା ଶଙ୍କର ଦାସ କହିଛନ୍ତି ଯେ ଅନୁମାନ କରାଯାଉଛି ଯେ ଜୁନ ୪ ରେ କେରଳ ଛୁଇଁବାର ସମ୍ଭାବନା ରହିଛି।
ଯେଉଁଥିରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ କିମ୍ବା ପଛ ହେବାର ସମ୍ଭାବନା ରହିଛି।କିନ୍ତୁ ସାଧାରଣତଃ ଭାବରେ ମୌସୁମୀ ବାୟୁ କେରଳ ରେ ଯେଉଁ ଛୁଇଁଥାଏ ଦକ୍ଷିଣ ପଶ୍ଚିମ ପ୍ରତିବର୍ଷ ୧ ତାରିଖ ବେଳକୁ ଛୁଇଁ ଥାଏ।
Special report
ଯାହାକି ସାଧାରଣତଃ ୭ ଦିନ ଏପଟେ ସେପଟ ସମୟରେ ହୋଇଥାଏ।କେରଳ ଛୁଇଁବା ପରେ ହିଁ ପରବର୍ତ୍ତୀ ସମୟରେ ଜଣାପଡ଼ିବ ଯେ ଓଡ଼ିଶା କେବେ ଛୁଇଁବ।
ସେପଟେ କିନ୍ତୁ ରାଜ୍ୟରେ ଅସହ୍ୟ ଗରମରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି।ଉପକୂଳ ଜିଲ୍ଲା ଗୁଡ଼ିକ ରେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
ହେଲେ ଜାରି ରହୁଥିବା ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ରେ ପରିବର୍ତନ ହେବନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ।ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।