Movie prime

ବାତ୍ୟା ମୋଚା କୁ ନେଇ ସରକାର ଙ୍କ ସତର୍କ ବାଣୀ, ବାହାର କୁ ବେଶୀ ସମୟ ଯାଆନ୍ତୁନି ଆଉ ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ଜିଲ୍ଲାପାଳ ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ସୂଚନା ଅନୁସାରେ ହେବାକୁ ଥିବା ବାତ୍ୟାର ନାଁ ମୋଚା। ମୋଚା ହେଉଛି ଏମେନର ପ୍ରମୁଖ ବନ୍ଦର ନାମ। ଏମେନର ବଡ ବନ୍ଦର ନାଁ ଅନୁସାରେ ଏଥର ବାତ୍ୟାର ନାମକରଣ କରାଯାଇଛି।
ପ୍ରତ୍ୟେକ ବାତ୍ୟାର ପୃଥକ୍ ନାମକରଣ କରଯାଇଥାଏ। ଯଦି ବାତ୍ୟାର ବେଗ ଘଣ୍ଟା ପ୍ରତି ୩୪ ନୋଟିକାଲ ମାଇଲ୍ସ ରହିଥାଏ ତେବେ ଏହାର ନାମକରଣ କରଯାଇଥାଏ। ସାଧାରଣତଃ ବାତ୍ୟାର ନାଁ'କୁ ସହଜରେ ଜାଣିବା ପାଇଁ ଏଭଳି ନାଁ ଦିଆଯାଇଥାଏ। 
Special Report
ମିଡ଼ିଆ ବିପର୍ଯ୍ୟୟ ପରିଚାଳନା ଟିମ୍ ପାଣିପାଗ ବିଜ୍ଞାନୀଙ୍କ ସୁବିଧା ପାଇଁ ଏଭଳି ନାମକରଣ କରାଯିବା ବ୍ୟବସ୍ଥା ରହିଛି। ନିର୍ଦ୍ଧିଷ୍ଟ ଦେଶର ରାଜନୀତି ପବ୍ଲିକ ଧର୍ମକୁ ଆଧାର କରି ଏଭଳି ନାମକରଣ କରାଯାଇଥାଏ। ତେବେ ଏହି ନାମକରଣ ପୁନରାବୃତ୍ତି ଯଦି ନହୁଏ ସେଥିପ୍ରତି ବି ଧ୍ୟାନ ଦିଆଯାଇଥାଏ।
ସାମୁଦ୍ରିକ ଝଡ ନାମକରଣ କରିବାର ଦାୟିତ୍ୱ ୧୩ଟି ଦେଶ ପାଖରେ ରହିଛି। ଏକ ବ୍ୟବସ୍ଥିତ ପ୍ରକ୍ରିୟା ମାଧ୍ୟମରେ ନାମକରଣ କରାଯାଇଥାଏ। ବିଶ୍ଵ ପାଣିପାଗ ବିଜ୍ଞାନ ସଂଗଠନ ଅଧୀନରେ ବିଶ୍ୱରେ ଅବସ୍ଥିତ ଚେତାବନି କେନ୍ଦ୍ର ପାଇଁ ବାତ୍ୟାର ନାମକରଣ କରାଯାଇଥାଏ। 
Special Report
ଯେଉଁ ଦେଶରେ ଘୂର୍ଣ୍ଣିବଳୟ ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଥାଏ, ସେଇ ଦେଶ ବାତ୍ୟାର ନାମକରଣ କରିଥାଏ। ସାମୁଦ୍ରିକ ଝଡର ନାମକରଣ କରିବା ଦାୟିତ୍ୱରେ ରହିଥିବା ଦେଶ ଗୁଡ଼ିକ ହେଉଛନ୍ତି ଭାରତ, ବଙ୍ଗଲାଦେଶ, ପାକିସ୍ଥାନ, ମୀୟାମର, ଉମାନ, ଇମାର, ଶ୍ରୀଲଙ୍କ, ଥାଇଲ୍ୟାଣ୍ଡ।
୨୦୦୦ ମସିହାରୁ ଏହି ନାମକରଣ ପ୍ରକ୍ରିୟା ରହିଛି। ଏହି ଦେଶ ସେମାନଙ୍କ ପାଳି ଅନୁସାରେ ବାତ୍ୟାର ନାମକରଣ କରିଥାନ୍ତି। ବର୍ଣ୍ଣମାଳା ଅନୁଯାଇ ଏହି ଦେଶକୁ ବାତ୍ୟାକୁ ନାମକରଣ କରିବାର ଦାୟିତ୍ବ ମିଳିଥାଏ। ଓଡ଼ିଶାରେ ଫାଇଲିନ, ହୁଡହୁଡ, ତିତିଲି, ଫନି, ଅମ୍ଫାନ ଭଳି ବାତ୍ୟା ତାର ଉଗ୍ର ରୂପ ଦେଖାଇ ସାରିଛି। 
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜାରି ହେଲାଣି ସର୍କତା। ମେ ୯ ରେ ବଙ୍ଗୋସାଗରରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ନେଇ ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି। ୬ ରେ ଘୂର୍ଣ୍ଣିବଳୟ, ୭ ରେ ଲଘୁଚାପ ରୂପ ନେବା ନେଇ ସମ୍ଭାବନା ରହିଛି।
ମେ ୮ ତାରିଖରେ ଲଘୁଚାପ ଅବପାତରେ ପରିଣତ ହେବା ପରେ। ୯ ରେ ବାତ୍ୟାରେ ପରିଣତ ହେବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ। ବାତ୍ୟାର ଗତିବିଧି ଲଘୁଚାପ ସ୍ପଷ୍ଟ ହେବା ପରେ ହିଁ ଜଣାପଡ଼ିବ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ କି ନାହିଁ।