Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ବିପଦରେ କେଉଁ କେଉଁ ଜିଲ୍ଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସିଲା ଏକ ବଡ଼ ସୂଚନା। ତେବେ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ଦୁଇ ରୁ ତିନିଦିନ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
Special report
ବନ୍ଧୁଗଣ ତେବେ ରାଜ୍ୟରେ ଲାଗି ରହିଛି ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ଛଡ଼ା ଆଜି ପାଇଁ କିଛି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ଏମିତି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି। 
ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ବନ୍ଧୁଗଣ ରାଜ୍ୟରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ବିସ୍ତୃତି ବର୍ଷା ରହିବ। ଆଗାମୀ ୨୪ ଘଣ୍ଟାରେ କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
Special report
 ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବହୁତ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। 
ଆଜି ପ୍ରବଳ ବର୍ଷା ନେଇ ୧୬ ଟି ଜିଲ୍ଲାକୁ ୟୋଲୋୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟୋଲୋୱାର୍ଣିଂ ଜାରି କରାଯାଇଛି। ୭ ତାରିଖ ପାଇଁ ମଧ୍ୟ ୯ଟି ଜିଳ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ।
Special report
ଅନ୍ୟପଟେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ସାରା ରାଜ୍ୟରେ ଝଡ଼ବର୍ଷା ସହ ବଜ୍ରପାତ ହେବା ନେଇସତର୍କ ସୂଚନା ଜାରି କରିଛି ଭୂବନେଶ୍ଵର ପାଣିପାଗ କେନ୍ଦ୍ର। 
ଗୁରୁବାର ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ସେପଟେ ଆକାଶରୁ ଖସୁଛି ମୃତ୍ୟୁ କାଳ ସାଜୁଛି ବଜ୍ରପାତ ଆଖି ପିଛୁଳାକେ ଚାଲି ଯାଉଛି ଜୀବନ ଗତ ୨ ତାରିକ ଦିନ ବଜ୍ରାଘାତରେ ଚାଲିଯାଇଛି
୧୨ ଜଣଙ୍କ ଜୀବନ ସେହିପରି ୧୪ ଜଣ ଆହାତ ହୋଇଥିବା ବେଳେ ୮ ଟି ଗୋରୁ ଗାଈଙ୍କ ମୃ-ତ୍ୟୁ ହୋଇଥିଲା। ତେବେ ବିଜୁଳି ମାରିବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.