Movie prime

ସୁନା ରେ ନିବେଶ କରିଥିବା ପ୍ରତି ଟି ଲୋକ ହେବ ମାଲାମାଲ, ଦର ହେଲା ଆକାଶ ଛୁଆଁ

 
Special report
ଆହୁରି ବଢିବ ସୁନାଦର।ଏଥର ସୁନା କିଣିବା ପୂର୍ବରୁ ଗ୍ରାହକ ମାନେ ଦାଶ ଥର ଭାବିବେ। ଚଳିତ ବର୍ଷ ସୁନା ମୂଲ୍ୟ ରେ ପ୍ରାୟ ୮ ହଜାର ଟଙ୍କା ର ବୃଦ୍ଧି ନେଇ ଆକଳନ।
ଆଗକୁ ବିବାହ ରୀତି ଥିବାରୁ ସୁନା ମୂଲ୍ୟ ଆକାଶ ଛୁଆଁ ହେବ।ଭାରତୀୟ ସଂସ୍କୃତିରେ ସୁନା କୁ ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ।କୌଣସି ଶୁଭ କାର୍ଯ୍ୟ ହେଲେ ଭାରତୀୟ ଲୋକମାନେ ସୁନା କିଣିଥାନ୍ତି।
ବିବାହ ହେଉ ଅବା ପିଲାଙ୍କ ଜନ୍ମଦିନ ସବୁ କାର୍ଯ୍ୟ ରେ ସୁନା କିଣା ଯାଇଥାଏ।ହେଲେ ଏହି ସୁନା ର ମୂଲ୍ୟ ଏବେ ପ୍ରତିଦିନ ବୃଦ୍ଧି ପାଉଛି।ବୈଶିକ ବଜାର ରେ ସଙ୍କଟ କାରଣରୁ ଦିନ ପ୍ରତିଦିନ ସୁନା ମୂଲ୍ୟ ରେ ଅହେତୁକ ବୃଦ୍ଧି ରେକର୍ଡ ହେଇଛି।
ମୂଲ୍ୟ ବୃଦ୍ଧି କୁ ନେଇ ଗ୍ରାହକ ମାନେ ବହୁତ ଚିନ୍ତା ରେ ରହିଛନ୍ତି।ଗୋଟିଏ ପଟେ ଗ୍ରାହକ ଚିନ୍ତାରେ ଥିବା ବେଳେ କିନ୍ତୁ ନିବେସକ ମାନେ ଲାଭ ବାନ ହେଉଛନ୍ତି।
ଗତ ଆର୍ଥିକ ବର୍ଷ ୨୦୨୨-୨୩ ରେ ବମ୍ବେ ଷ୍ଟକ୍ ବଜାରର ତୁଳନାରେ ସୁନା ର ନିବେଶ କରୁଥିବା ନିବେଶକ ମାନେ ଅଧିକ ରିଟର୍ଣ୍ଣ ପାଇଛନ୍ତି।ନିବେଶକ ମାନଙ୍କ ପାଇଁ ରିଟର୍ଣ୍ଣ ସ୍ଥିର ରହିଥିବା ବେଳେ ସୁନା ର ନିବେଶକ ମାନେ ୧୫ ପ୍ରତିଶତ ଲାଭ ପାଇଛନ୍ତି।
୨୦୨୩-୨୪ ଆର୍ଥିକ ବର୍ଷ ରେ ସୁନା ଦାମ ୬୬ ରୁ ୬୮ ହଜାର ଟଙ୍କା ଯାଏଁ ବୃଦ୍ଧି ପାଇବ ବୋଲି ନିବେଶକ ମାନେ ଆକଳନ କରିଛନ୍ତି।ସୁନାର ଦାଶ ଗ୍ରାମ ପିଛା ଦାମ ୬୦ ହଜାର ଟଙ୍କା ପାଖାପାଖି ରହିଛି।
ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ ଦୁଇ ହଜାର ଟଙ୍କା ଡଲାର ପାଖାପାଖି ରହିଛି। ଯଦି ବିଶ୍ଵ ସ୍ତର ରେ ମାନ୍ଦା ଅବସ୍ଥା ର ପ୍ରଭାବ ଜାରି ରୁହେ ଏବଂ
ଦର ଦାମ ହ୍ରାସ ଲାଗି କେନ୍ଦ୍ରୀୟ ବ୍ୟାଙ୍କ୍ ଗୁଡ଼ିକ ସୁଧ ବଢ଼ାଇବାରେ ଜାରି ରଖିବେ ତେବେ ସୁନା ର ଚାହିଦା ବୃଦ୍ଧି ପାଇବ।ସେହିଭଳି ସ୍ଥିତିରେ ଯେଉଁ ମାନେ ସୁନା ରେ ନିବେଶ କରିଥିବେ ସେମାନେ ଉପକୃତ ହୋଇପାରିବେ।