Movie prime

ମୁଁ ତାଳି ମାରି ଯାହା ରଖିଥିଲି,ମତେ ବାହା ହେଇ ସବୁ ଲୁଟିଲା ହେଲେ ଏବେ ଧରା ଛୁଆଁ ଦେଉନି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କିନ୍ନରଙ୍କ ସହ ପ୍ରେମ ପ୍ରତାରଣା। କିନ୍ନରଙ୍କ ସମ୍ପତି ନପାଇବାରୁ ବିବାହର 3 ବର୍ଷ ପରେ କଲେ ୨ୟ ବିବାହ। ଏନେଇ ସୋନାଲିଙ୍କ ତରଫରୁ ଉକ୍ତ ବ୍ୟକ୍ତିଙ୍କ ନାମରେ ଚାଉଳୀୟାଗଞ୍ଜ ଥାନାରେ ଏତଲା।
ପ୍ରଥମେ ଫେସବୁକରେ ସାଙ୍ଗ ହେଲେ। କିଛି ଦିନ ଚାଟିଂ କରି ରିଲ୍ସ କଲେ ଏବଂ ଶେଷରେ ବିବାହ କଲେ। ଯେତେବେଳେ ମନ ଭରିଗଲା ସେତେବେଳେ କିନ୍ନର ଠାରୁ ଦୂରେଇ ଯାଇ ଅନ୍ୟତ୍ର ବିବାହ କଲେ ଯୁବକ ଜଣକ।
ଏଭଳି ଘଟଣା ଘଟିଛି କଟକ ଗାନ୍ଧୀ ପଲ୍ଲୀ ଅଞ୍ଚଳରେ ସୋନାଲି କିନ୍ନରଙ୍କ ସହ। ଆଜିକୁ ଚାରିବର୍ଷ ତଳେ ସୋନାଲି କଟକ ବାଙ୍କୀ ଅଞ୍ଚଳର ସାଗରଙ୍କ ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ପର୍କରେ ଆସିଥିଲେ।
ଏହାପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲେ ଓ ଶେଷରେ ବିବାହ କରି ଗାନ୍ଧୀ ପଲ୍ଲୀ ସ୍ଥିତ ବାସ ଭବନରେ ଉଭୟ ରହୁଥିଲେ। ଏହାରି ଭିତରେ ସୋନାଲି ଭିକ୍ଷା ବୃତ୍ତି କରି ଆଣୁଥିବା ଟଙ୍କାକୁ ମନ ଭରି ଉଡ଼ାଥିଲେ ସାଗର।
ଖାଲି ସେତିକି ନୁହେଁ ବହୁକଷ୍ଟରେ ସୋନାଲି ରଖିଥିବା ଜମା ପୁଞ୍ଜିକୁ ମଧ୍ୟ ସେ ଜୋର୍ ଜବରଦସ୍ତ ନେଇଯାଇଥିଲେ। ହେଲେ ପରେ ପ୍ରେମିକ ସାଗର ପାଲଟି ଥିଲା ସଇତାନ।
ସୋନାଲିକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିଲା ସାଗର। ଯାହାପରେ ଏହା ଜାଣିବାକୁ ପାଇଥିଲେ ସୋନାଲି ଏବଂ ତାଙ୍କର କିନ୍ନର ଗୋଷ୍ଠି। ଏହାପରେ କିନ୍ନର ସମାଜ ପକ୍ଷରୁ କଟକ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରାଯାଇଥିଲା।
ଯାହାଫଳରେ ଥାନାରେ ଉଭୟ ମଧ୍ଯରେ ଏକ ଚୁକ୍ତି ହୋଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଧରା ଛୁଆଁ ଦେଉନାହିଁ ସାଗର। ସୋନାଲିଙ୍କ ଅଭିଯୋଗ ଅନୁସାରେ ଯଦି ସାଗର ତୁରନ୍ତ ସୋନାଲିଙ୍କ ଠାରୁ ନେଇଥିବା ଟଙ୍କା,
ସୁନା, ଗହଣା ନଫେରାନ୍ତି ତେବେ ଆଗାମୀ ଦିନରେ ସୋନାଲିଙ୍କ ସହ ସମଗ୍ର କିନ୍ନର ସମାଜ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।