Movie prime

ପ୍ରଥମେ ବାହାଘର ର ମଜା ନେବାକୁ ଦିଅ ପରେ ପସ୍ତେଇବେ Lipsa Mishra ଦେଖନ୍ତୁ କାହିଁକି ଏମିତି କହିଲେ ଅଭିନେତ୍ରୀ

 
Special report
ନମସ୍କାର ପାଠକ ବନ୍ଧୁ ଏବଂ ଶୁଭେଚ୍ଛୁ। ଚର୍ଚ୍ଚା ରେ ଏବେ ଓଲିଉଡ଼ ଅଭିନେତ୍ରି ଲିପ୍ସା ମିଶ୍ର। ଲିପ୍ସା ମିଶ୍ର ଙ୍କ ବିବାହ କୁ ନେଇ ଓଡ଼ିଆ ସିନେମା ଏବଂ ଟିଭି ଧାରାବାହିକ ଜଗତ ରେ ହଲଚଲ।
ଲିପ୍ସା ମିଶ୍ର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟ ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ଠାରେ ଏକ ମଣ୍ଡପ ରେ ବିବାହ କରିଥିଲେ ଲିପ୍ସା ମିଶ୍ର।
ଏହି ନବବିବାହିତ ଦମ୍ପତି ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ପାଇଁ ଉପସ୍ଥିତ ହୋଇଥିଲେ ଓଡ଼ିଆ ସିନେମା ଏବଂ ଟିଭି ଧାରାବାହିକ ଜଗତ ର ଅନେକ କଳାକାର। କଣ ଶୁଭେଛା ଜଣାଇଛନ୍ତି ଲିପ୍ସା ମିଶ୍ର ଙ୍କ ବନ୍ଧୁ ଅଭିନେତ୍ରୀ ବୃନ୍ଦ???? ଆସନ୍ତୁ ଜାଣିବା।
ସାର୍ଥକ ଟିଭି ଧାରାବାହିକ ହେ ପ୍ରଭୁ!! ର ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ରେ ତାଙ୍କୁ ଶୁଭେଚ୍ଛା ଦେବାପାଇଁ ଆସିଥିଲେ ସେହି ଧାରାବାହିକ ରେ ଥିବା ତାଙ୍କ ଅନେକ ସହକଳାକାର।
Special report
ସେହିପରି ଭାବେ ଏହି ବିବାହ ସମ୍ମିଳନୀ ରେ ସାମିଲ୍ ହୋଇଥିଲେ ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ। ନବବିବାହିତ ଦମ୍ପତି ଙ୍କୁ ବିବାହ ର ଅନେକ ଶୁଭେଚ୍ଛା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।
ସାମ୍ବାଦିକ ଙ୍କ ଅନେକଗୁଡ଼ିଏ ମଜାଦାର ପ୍ରଶ୍ନ ର ଜବାବ୍ ମଧ୍ୟ ଦେଇଥିଲେ। ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ କଣ କହିଥିଲେ ଓଡ଼ିଆ ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ।
କଥା ରେ ଅଛି " ବିବାହ ର ଲଡ଼ୁ ଯିଏ ଖାଏ ପଛତାଏ ଏବଂ ଯିଏ ନ ଖାଏ ସେ ମଧ୍ୟ ପଛତାଏ।" ଏହାର ଜବାବ୍ ରେ ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ, ଲଡ଼ୁ ଖାଇକି ଅନୁତାପ କରିବା ଭଲ କହି ଉତ୍ତ୍ଫୁଳିତ ହୋଇଥିଲେ।
Special report
ବିବାହ ଏକ ସୁନ୍ଦର ପଥ ଏବଂ ଲିପ୍ସା ଏହି ସୁନ୍ଦର୍ ମାର୍ଗ ରେ ନିୟନ୍ତ୍ରଣ ଭବେ ଅନେକ ଭଲ ଭାବରେ ଚଳିବେ ବୋଲି କହିଛନ୍ତି ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ।
କେବଳ ସିନେ କଳାକାର ନୁହେଁ ସମସ୍ତ ଙ୍କ ଜୀବନରେ ବିବାହ ପରେ ଅନେକ ଦାୟିତ୍ଵ ଆସିଥାଏ ଏବଂ ସେ ଆଶା ବାନ୍ଧିଛନ୍ତି ଯେ ଓଲିଉଡ଼ ଅଭିନେତ୍ରି ଲିପ୍ସା ମିଶ୍ର ତାଙ୍କ ଦାମ୍ପତ୍ୟ ଜୀବନକୁ ଖୁବ୍ ସୁନ୍ଦର ଭାବରେ ତୋଲାଇ ନେବେ।
ଲିପ୍ସା କୌଣସି ଅଲଗା ପ୍ରାଣୀ ଯେମିତି କି ଓରଙ୍ଗୋଟଙ୍ଗ, ଡାଇନାସୋର୍ ନୁହନ୍ତି। ସେ ଏକ ସୁନ୍ଦର୍ ଏବଂ ସରଳ ଝିଅ ଯିଏ ଖୁବ୍ ସୁନ୍ଦର ନିଜର ଏକ ସଂସାର ବନାଇ ଗଢି ତୋଳିବେ ବୋଲି କହିଛନ୍ତି ଅଭିନେତ୍ରୀ ଶ୍ୱେତା ଆଚାର୍ଯ୍ୟ ଏବଂ ତାଙ୍କ ସହ କଳାକାର।
ନବବିବାହିତ ଦମ୍ପତି ଲିପ୍ସା ମିଶ୍ର ଏବଂ ଆକାଶ ଆଚାର୍ଯ୍ୟ ଙ୍କ ଜୀବନ ସୁଖମୟ ହେଉ ଏହା ଆମର ଶୁଭ ଅଭିନନ୍ଦନ ଏବଂ ଆଶା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.