Movie prime

ଭୁଲ ଆଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଡାକ୍ତର ଦେବେ ୧୦ ଲକ୍ଷ ଟଙ୍କା ଦେଖନ୍ତୁ କାହିଁକି

 
Viral News

ଭୁଲ୍ ରିପୋର୍ଟ ଦେଇ ଡାକ୍ତର ଗଣିବେ ଜୋରିମାନା।ଗୋଟିଏ ଦିବ୍ୟାଙ୍ଗ ଶିଶୁ ଜନ୍ମ ପାଇଁ ଡାକ୍ତର ଙ୍କୁ ଜୋରିମାନା କରିଛନ୍ତି ଜଗତସିଂହୁ ପୁର ଖାଉଟି ଅଦାଲତ।

ତେବେ ଶିଶୁ ଟି ର ଚିକିତ୍ସା ପାଇଁ ଦଶ ଲକ୍ଷ ୪୫ ହଜାର ଟଙ୍କା ଦେବେ ଡାକ୍ତର ପ୍ରତାପ କେଶରୀ ଦାସ।

ଜଗତସିଂହୁ ପୁର ଜିଲ୍ଲା ତିର୍ତ୍ତୋଲ ଥାନା ନିକଟ କୋଲର୍ ଜୟପୁର ନିବାସୀ ମନୋରଞ୍ଜନ ଙ୍କ ପତ୍ନୀ ବନ୍ଦନା ଗ-ର୍ଭ-ବ-ତୀ ଥିବା ସମୟରେ ଡାକ୍ତର ପ୍ରତାପ କେଶରୀ ଦାସ ଙ୍କ ପାଖରେ ଚିକିତ୍ସା କଟାଇ ଥିଲେ।

ବନ୍ଦନା ଗ-ର୍ଭ ଧାରଣ ସମୟରେ ତିନି ଥର ଅଲଟ୍ରା ସାଉଣ୍ଡ ମଧ୍ୟ କରିଥିଲେ।ଆଉ ଅଲଟ୍ରା ସାଉଣ୍ଡ ରିପୋର୍ଟ ରେ ପିଲାଟି ସୁସ୍ଥ ଥିବା କଥା ଡାକ୍ତର ପ୍ରତାପ କେଶରୀ କହିଥିଲେ।
ଏହାଶୁଣି ଘର ଲୋକେ ବହୁତ ଖୁସି ମଧ୍ୟ ଥିଲେ।କିନ୍ତୁ ଶିଶୁ ଟି ଯେତେବେଳେ ଜନ୍ମ ହୋଇଛି ଦିବ୍ୟାଙ୍ଗ ବୋଲି ଜଣାପଡ଼ିଲା।ପରେ ଡାକ୍ତର ଙ୍କ ପାଖରେ ଏନେଇ ଅଭିଯୋଗ ମଧ୍ୟ କରାଗଲା। କିନ୍ତୁ ଡାକ୍ତର ତାଙ୍କୁ ଏମିତି ହୁଏ ବୋଲି ଖାମ୍ ଖିଆଲି ଭାବରେ କହିଥିଲେ।
ସାମାଜିକ କର୍ମୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସାହାଯ୍ୟରେ ଖାଉଟି ଅଦାଲତରେ ଏହାପରେ ଦ୍ୱାରସ୍ଥ ହୋଇଥିଲେ ଦିବ୍ୟାଙ୍ଗ ଛୁଆର ବାପା ମା।
ଆଉ ଘଟଣାରେ ଖାଉଟି ଅଦାଲତ ଡାକ୍ତର ଙ୍କୁ ଶିଶୁ ର ଚିକିତ୍ସା ପାଇଁ ଦଶ ଲକ୍ଷ ଟଙ୍କା ପିତା ମାତା ଙ୍କୁ ମାନସିକ ଚାପ ପାଇଁ ୪୦ ହଜାର ଟଙ୍କା ଏବଂ ମକଦ୍ଦମା ପରିଚାଳନା ପାଇଁ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାପାଇଁ କହିଛନ୍ତି।
ତେବେ ମାମଲା ଉପରେ ନାୟାଳୟ ଙ୍କ ଏଭଳି ରାୟ ନିଶ୍ଚିନ୍ତ ଭାବରେ ସେ ସମସ୍ତ ବାପା ମା ଙ୍କୁ ତଥା ଦମ୍ପତି ଙ୍କୁ ସାହସ ଦେବ।ଯେଉଁ ମାନଙ୍କ କ୍ଷେତ୍ରରେ ଡାକ୍ତର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି।
ଆଉ ଗୋଟିଏ ନିରୀହ ଜୀବନ କଷ୍ଟ ପାଉଛି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।