Movie prime

ମନ୍ତ୍ରୀ ବାବୁ ସତରେ ହୋଇଗଲେ ବାହାଘର, ସାମ୍ନା କୁ ଆସିଗଲା ବାହାଘର ବେଳ ର photo ଆଉ ଭିଡିଓ, ଆରମ୍ଭ ହେଲା ଏବେ ସେକେଣ୍ଡ ଇନିଙ୍ଗ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କଳାହାଣ୍ଡି ଜୁନାଗଡ଼ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଲୋକ ଯେତିକି ଜାଣିଛନ୍ତି ସାରା ଓଡ଼ିଶା ବାସି ମଧ୍ୟ ତାଙ୍କୁ ଭଲ ଭାବରେ ଜାଣିଛନ୍ତି।
ସେ ତାଙ୍କ କାମ ପାଇଁ ହେଉ କିମ୍ବା ବ୍ୟକ୍ତି ଗତ କଥା ପାଇଁ ହେଉ ସେ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାଆନ୍ତି। କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଛତିଶଗଡ଼ ବିମାନ ବନ୍ଦରରେ ପାଇଲଟ୍ ଥିଲେ। ସେ ୧୦୧୪ ମସିହାରେ ପାଇଲଟ୍ କାମଛାଡ଼ି ରାଜନୀତି ରେ ପ୍ରବେଶ କଲେ। 
ଏବଂ କଳାହାଣ୍ଡି ଜୁନାଗଡ଼ ରେ ନିଜର ରାଜନୀତି କ୍ୟାରିୟର ଆରମ୍ଭ କଲେ। ତା ପରଠୁ ସେ ଦୁଇ ଦୁଇ ଥର କଳାହାଣ୍ଡି ଜୁନାଗଡ଼ ବିଧାୟକ ହେଇ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।
ଦିବ୍ୟଶଙ୍କର ମିଶ୍ରଙ୍କ ସରିଲା ନିର୍ବନ୍ଧ ଖୁବ୍ ଶୀଘ୍ର ପଡ଼ିବ ହାତ ଗଣ୍ଠି। ପୁଣି ଥରେ ବେଦୀରେ ବସି ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। 
ସେପଟେ ଦିବ୍ୟଶଙ୍କର ଙ୍କର ବିବାହ କାର୍ଯ୍ୟ ଗୁପ୍ତ ଭାବେ କରାଯାଉଛି। ନିର୍ବନ୍ଧ କାର୍ଯ୍ୟକୁ ମଧ୍ୟ ବେସ୍ କଡାକଡିରେ କରାଯାଇଛି। ଏଥିରେ କୌଣସି ନେତା ମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇନଥିବା ସୂଚନା ମିଳିଛି।
ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଜଣାଯାଇଛି। 
ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି।
ଉଭୟ ଦିବ୍ୟଶଙ୍କର ଓ ଯୁବତୀ ଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ସେମାନଙ୍କ ଦ୍ୱିତୀୟ ବିବାହ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.