Movie prime

ମିଛ ସତ କହି ୪-୪ ଟା ସ୍ତ୍ରୀ ରଖିଥିଲା ଆଉ ସବୁ ଙ୍କୁ ଦେଉଥିଲା ଶାରୀରିକ ନିର୍ଯାତନା !!! ଆଉ କହୁଥିଲା ଯୌତୁକ ଆଣିନ କୁଆଡେ ଆସିଛ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରସିକିଆ ଜେଇ ମ୍ୟାଟ୍ରିମୋନୀରେ କରୁଥିଲେ ଖେଳ। ଯୁବତୀଙ୍କୁ ଫସାଇ ବାହା ହେଉଥିଲା ଜେଇ ଜଣକ। ଜଣେ କି ଦୁଇ ଜଣ ନୁହେଁ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭିଯୋଗ।
ଏହି ଅଭିଯୋଗ ଆଣିଛନ୍ତି ଖୋଦ ତାଙ୍କର ଚତୁର୍ଥ ପତ୍ନୀ। ଜଣେ ସ୍ତ୍ରୀ ଥିବା ସତ୍ୱେ ଗୋପୀନାଥ ଆଉ ତିନି ଜଣଙ୍କୁ ବିବାହ କରିଛନ୍ତି। ଏନେଇ ପତ୍ନୀ ସୁନୀତା ନିଜ ପରିବାର ସହିତ
ରାୟଗଡା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ବିବାହ ପରେ ବିଭିନ୍ନ ସମୟରେ ସୁନୀତାଙ୍କୁ ସେ ଶା-ରି-ରୀ-କ ଓ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିବା ଥାନାରେ ଅଭିଯୋଗ ହୋଇଛି। 
ସୂଚନା ମୁତାବକ ଏହି ରସିକିଆ ଜେଇ ହେଲେ କାଶୀପୁର ବ୍ଲକ୍‌ PWDର କନିଷ୍ଠଯନ୍ତ୍ରୀ ହେଉଛନ୍ତି ଗୋପୀନାଥ କିଷାନ। ଗୋପୀନାଥ ନିଜ ମ୍ୟାଟ୍ରିମୋନୀ ସାଇଟ ପ୍ରୋଫାଇଲ୍‌ରେ ସରକାରୀ ଚାକିରିଆ ଦର୍ଶାଇଥିଲେ।
ଆଉ ଏହାର ସୁଯୋଗ ନେଇ ବହୁ ଯୁବତୀ ତାଙ୍କୁ ଦେଉଥିଲେ ବିବାହ ପ୍ରସ୍ତାବ। ବିବାହ ପରେ ଗୋପୀନାଥ ସ୍ତ୍ରୀଙ୍କୁ ଦେଉଥିଲେ ଅକଥନୀୟ ନି-ର୍ଯା-ତ-ନା। ଯେଉଁଥିପାଇଁ ତା’ର ପ୍ରଥମ ସ୍ତ୍ରୀଙ୍କ ମୃ-ତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ତେବେ ଦ୍ୱିତୀୟ ଓ ତୃତୀୟ ସ୍ତ୍ରୀ ଜୀବନ ବିକଳରେ ଘର ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ତିନିଟା ସ୍ତ୍ରୀଙ୍କୁ ଫସାଇ ବିବାହ କରିବା ପରେ ରସିକିଆ ଯନ୍ତ୍ରୀଙ୍କ ମନ ବୁଝିନଥିଲା। ପୁଣି ଥରେ ମ୍ୟାଟ୍ରିମୋନିଆଲ୍‌ରେ ବିଛାଇଥିଲେ ଜାଲ ଏହି ରସିକିଆ ବ୍ୟକ୍ତି। 
ଏହାପରେ ମ୍ୟାଟ୍ରିମୋନିଆଲ୍‌ରେ ଫସାଇଥିଲେ ରାୟଗଡ଼ ଜିଲ୍ଲା ଘଟିକିପାଲି ଗାଁର ସୁନିତା କିଷାନଙ୍କୁ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗାଢ଼ି ଉଠିଥିଲା।
ଉଭୟ ପରିବାର ଲୋକଙ୍କ ସହମତିରେ ୨୦୨୨ ‍ଫେବ୍ରୁଆରୀ ୫ ତାରିଖରେ ଝାରସୁଗୁଡା ସ୍ଥିତ ଝାଡେସ୍ୱର ମନ୍ଦିରରେ ବାହାଘର ହୋଇଥିଲା। ହେଲେ ବୈବାହିକ ଜୀବନ ମାତ୍ର ପାଞ୍ଚ ମାସ ତିଷ୍ଠି ଥିଲା। ତା’ପରେ ତିକ୍ତତା ଦେଖା ଦେଇଥିଲା।
ସୁନିତାଙ୍କୁ ଗୋପୀନାଥ ଦେଉଥିଲେ ଅକଥନୀୟ ଯୌ-ତୁ-କ ନି-ର୍ଯା-ତ-ନା। ତେବେ ନି-ର୍ଯା-ତ-ନା ଅସହ୍ୟ ହେବାରୁ ସୁନିତା ୨୦୨୨ ଜୁନ୍‌ ୨୮ ତାରିଖରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଉଭୟଙ୍କୁ ଡାକି ଆପୋଷ ବୁଝାମଣା କରି ଦେଇଥିଲେ। 
ହେଲେ ପୁଣିଥରେ ଗୋପୀନାଥ ତାଙ୍କୁ ପୁନର୍ବାର ନି-ର୍ଯା-ତ-ନା ଦେଇଥିଲେ। ସେହି ସମୟରେ ଗୋପୀନାଥଙ୍କ କଳଙ୍କିତ ଅତୀତ ସମ୍ପର୍କରେ ଜାଣିବାକୁ ପାଇଥିଲେ ସୁନିତା। ଯାହାକି ସୁନୀତା ତାଙ୍କ ସ୍ୱାମୀଙ୍କର ସେ ଚତୁର୍ଥ ସ୍ତ୍ରୀ ବୋଲି ଜାଣିବାକୁ ପାଇଥିଲେ।
ଅର୍ଥାତ ସୁନିତାଙ୍କୁ ବିବାହ କରିବା ପୂର୍ବରୁ ଗୋପୀନାଥ ୩ ଜଣଙ୍କୁ ଜାଲିଆତି କରି ବିବାହ କରିଥିଲେ ବୋଲି ଜାଣିବାକୁ ପାଇଥିଲେ ସୁନୀତା।
ଏନେଇ ସୁନିତା ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ରସିକିଆ ଯନ୍ତ୍ରୀଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.